ସାଲେପୁର : ଭାରତ-ଚୀନ୍ ସୀମା ଗଲ୍ୱାନ୍ ଘାଟିଠାରେ ଶହୀଦ ହୋଇଥିବା ଅମର ଜବାନଙ୍କ ସ୍ମୃତି ଉଦେ୍ଦଶ୍ୟରେ ଆଜି ସାଲେପୁର ହାଇସ୍କୁଲ ୧୯୯୪ ମସିହା ମାଟ୍ରିକ୍ ବ୍ୟାଚ୍ର ଛାତ୍ରଛାତ୍ରୀ ଓ ସବୁଜ ଭାରତ ମିଶନ୍ ସାଲେପୁର ଟିମ୍ ପକ୍ଷରୁ ସାଲେପୁର ହାଇସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସାଲେପୁର ହାଇସ୍କୁଲର ପୁରାତନ ଛାତ୍ର ସୟଦ ପରବେଜ ଅଲ୍ଲୀ, ପ୍ରତୁ୍ୟଷ କୁମାର ମହାନ୍ତି, ହୃଷିକେଶ ମଲ୍ଲିକ, ଧିରେନ୍ଦ୍ର କୁମାର ସାହୁ, ବିଜୟ କୁମାର ଦାସ, ପ୍ରଜ୍ଞାପରମିତା ନାୟକ, ନିହାରିକା ମହାପାତ୍ର, ରଶ୍ମିପ୍ରିୟା ଭାରତୀ, ଜ୍ୟୋତ୍ସ୍ନାରାଣୀ ରାଉତ ଶିକ୍ଷକ ଦତ୍ତକୃଷ୍ଣ ବେହେରା ଓ ସବୁଜ ଭାରତ ମିଶନ୍ ସାଲେପୁର ଟିମ୍ର ଅଧ୍ୟକ୍ଷ ମନୋରଂଜନ ବେହେରା, ପ୍ରଭାକର ଜେନା, ଅଚୁ୍ୟତ ସାହୁ, ଜଗନ୍ନାଥ ମଲ୍ଲିକ, ଚକ୍ରଧର ସାମଲ, ଦେବେନ୍ଦ୍ର ଭୋଇ, କୈଳାସ ଓଝା ପ୍ରମୁଖ ଉପସ୍ଥିତ ହୋଇ ବିଭିନ୍ନ କିସମର ଔଷଧୀୟ ବୃକ୍ଷ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଅନୁଷ୍ଠିତ ହୋଇଆସୁଅଛି ।