ସାଲେପୁର ,୧୦/୮:- ସୁନା ଦୋକାନି ଦୋକାନ ବନ୍ଦକରି ସ୍କୁଟିରେ ଯାଉଥିବା ବେଳେ ମଝି ରାସ୍ତାରେ ଅଟକାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ୩୯ ହଜାର ଟଙ୍କା।ଏ ଭଳି ଘଟଣା ଘଟିଛି କଟକ ଜିଲ୍ଲାର ସାଲେପୁର ବ୍ଲକ ଅଧିନସ୍ତ ମହାଜନପୁରରେ। ଘଟଣାରୁ ପ୍ରକାଶ ସାଲେପୁର ବ୍ଲକ ଅଧିନସ୍ତ ପାଗା ବଜାରରେ ବଗୁଲା ସାହୁଙ୍କ ଅମରନାଥ ଜୁଏଲାରୀ ଦୋକାନ ଅଛି। ଦୋକାନ ବନ୍ଦ କରି ପ୍ରାୟ ଘରକୁ ଯିବା ସମୟରେ ତାଙ୍କଠାରୁ ୭୦୦ ଗ୍ରାମ ଓଜନର ସୁନା ଅଳଙ୍କାର ଯାହାର ଆନୁମାନିକ ମୂଲ୍ୟ(୫୦ ଲକ୍ଷ ଟଙ୍କା) ଏବଂ ନଗଦ ୩୯ ହଜାର ଟଙ୍କା ଧରି ବଗୁଲା ସାହୁ ଓ ତାଙ୍କର ଭାଇ ସାଙ୍ଗହୋଇ ସ୍କୁଟିରେ ଘରକୁ ଫେରୁଥିବା ସମୟରେ ମହାଜନପୁର ଗ୍ରାମ ରାସ୍ତାରେ ହଟାତ ତିନି ଜଣଲୋକ ଆକ୍ରମଣ କରି ବଗୁଲା ବାବୁଙ୍କ ମୁଣ୍ଡକୁ ମାରଣାସ୍ତ୍ରରେ ଶକ୍ତ ଆଘାତ ଦେବାରୁ ଦୁଇ ଭାଇ ତଳେ ପଡ଼ିଯାଇଥିଲେ।ଏହା ପରେ ସେମାନେ ସ୍କୁଟି ଡ଼ିକିରେ ଥିବା ସମସ୍ତ ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ନେବା ସହ ସ୍କୁଟିକୁ ମଧ୍ୟ ଦୁର୍ବୁତ୍ତ ମାନେ ନେଇଯାଇଥିଲେ। ପାଗା ଫାଣ୍ଡିରେ ଅଭିଯୋଗ ପରେ ଜଗତପୁର ପୋଲିସ ସିସିଟିଭି ଯାଞ୍ଚ କରିବା ସହ ଦୁର୍ବୁତ୍ତ ଛଡାଇ ନେଇଥିବା ସ୍କୁଟିକୁ କେନ୍ଦ୍ରାପଡା କେନାଲ ବନ୍ଧର ପାଟପୁର ଶିବ ମନ୍ଦିର ପାଖରୁ ଜବତ କରିଛି।ଅନ୍ୟପଟେ ବଗୁଲା ସାହୁ ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣା ପଡ଼ିଛି।ପୋଲିସ ଘଟଣା ର ତଦନ୍ତ କରୁଥିବା ଜଣାପଡିଛି