Odisha news

ସାଲେପୁରରେ ବନ୍ଧୁକ ମୁନରେ ଲୁଟ ଅଭିଯୋଗ

0
ସାଲେପୁର,୭/୮:-ସାଲେପୁର କଲେଜ ପୋଲ ନିକଟରୁ ବନ୍ଧୁକ ଦେଖାଇ ମୋବାଇଲ, ଟଙ୍କା, ଦୋକାନ ଚାବି ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ଘଟଣାରୁ ପ୍ରକାଶ ବଟେଶ୍ୱର ଗ୍ରାମର ପ୍ରତାପ ରଞ୍ଜନ ଦାଶ ନିଜର ଶିଶୁ ମନ୍ଦିର ରୋଡ଼ରେ ଥିବା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ତିନି ଜଣ ଯୁବକ ସାଲେପୁର କଲେଜ ପୋଲ ନିକଟରେ ଅଟକାଇ ଥିଲେ।ସେମାନେ ଏକ ବନ୍ଧୁକ ଶ୍ରୀ ଦାସଙ୍କ ମୁଣ୍ଡରେ ଲଗାଇ ତାଙ୍କ ପକେଟରେ ଥିବା ଏକ ମୋବାଇଲ, ଚଉଦ ହଜାର ଟଙ୍କା, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ଦୋକାନ ଚାବି ନେଇ କେନ୍ଦ୍ରାପଡା କେନାଲ ବନ୍ଧରେ ବାଇକରେ ତିନି ଜଣ ଯୁବକ ଫେରାର ହୋଇଯାଇଥିଲେ।ଏ ସମ୍ପର୍କରେ ଶ୍ରୀ ଦାଶ ସାଲେପୁର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।
Nalco
Leave A Reply