Odisha news

ଚନ୍ଦ୍ରlଦେଇପୁର ପଞ୍ଚାୟତରେ ରାସନକlଡ ହିତାଧିକାରୀ ମାନଙ୍କୁ ଅତ୍ୟାବଶ୍ୟକିୟ କ୍ରୟ କରିବାରେ ସହାୟତା ରାଶି ପ୍ରଦାନ

0
 ସାଲେପୁର- (୨୩/୩)ଶୁକ୍ରବାର ସାଲେପୁର ବ୍ଲକ ଚନ୍ଦ୍ରାଦେଇପୁର ପଂଚାୟତ ମଧୁସୂଦନ ମଣ୍ଡପ ଠାରେ ରାସନକାର୍ଡ ହିତାଧିକାରୀ ମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବାରେ ସହାୟକ ରାଶି ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ନିର୍ବାହୀ ଅଧିକାରୀ ସମାପିକl ମହାନ୍ତିଙ୍କ ସଂଯୋଜନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ହିତାଧିକାରୀମାନଙ୍କୁ ୧୦୦୦ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ l ଏହି ସହାୟତା ରାଶି ଚନ୍ଦ୍ରାଦେଇପୁର ପଂଚାୟତର ୧୨୦୬ ହିତାଧିକାରୀ ପାଇବେ l ଆଜିର ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟା ନମିତା ସେଠୀ, ଚନ୍ଦ୍ରାଦେଇପୁର ସମିତିସଭ୍ୟା ପୁଷ୍ପିତା ଭୂୟାଁ,, ସମାଜସେବୀ ନବକିଶୋର କର, ଯୁବନେତା ବିରଞ୍ଚି ନାରାୟଣ କର, ପଂଚାୟତ ମିଶନଶକ୍ତି ସଭାନେତ୍ରୀ ପୁଷ୍ପଲତା କର ଅତିଥି ଭାବେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ବିବେକାନନ୍ଦ ଭୂୟାଁ, ସୌମ୍ୟ ରଞ୍ଜନ ମଲ୍ଲ, ଅଶ୍ୱିନୀ ଭୂୟାଁ,ପ୍ରମୋଦ ଭୂୟାଁ, ନିରଞ୍ଜନ ମଲ୍ଲିକ ଓ଼ ସଂଗୀକର ପ୍ରମୁଖ ପରିଚାଳନା କରିଥିଲେ l ସେହିପରି ନୂତନଭାବେ ସାଲେପୁର ବ୍ଲକ ସୌରୀ ପଞ୍ଚାୟତରେ  ପ୍ରତିଷ୍ଠା ହୋଇଥିବା ଚାଟେଶ୍ୱର ସେବା ସମବାୟ ସମିତିରେ ପ୍ରଥମକରି ଚାଷୀ ମାନଙ୍କୁ ଋଣ ପ୍ରଦାନ କରାଯାଇଥିଲା । ଏହି ଋଣ ପ୍ରଦାନ କାର୍ଯ୍ୟକ୍ରମ ସୌରୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସେବା ସମବାୟ ସଭାପତି ଇଂ ସନ୍ତୋଷ ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବାବେଳେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ଏଗାର ଜଣ ଚାଷୀଙ୍କୁ ଋଣ ପ୍ରଦାନ କରିଥିଲେ l ବିଧାୟକଙ୍କ ସହିତ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ, ସୌରୀ ସରପଞ୍ଚ ପ୍ରଭାତୀ ବେହେରା  ଓ ଯୁବ ନେତା ବିରଞ୍ଚିନାରାୟଣ କର ଅତିଥି ଭାବେ ଯୋଗ ଦେଇଥିଲେ l ଏହି କର୍ଯକ୍ରମରେ ପଞ୍ଚାୟତର ପ୍ରାୟ ୧୫୦୦ ରାସନ କାର୍ଡ ହିତାଧିକାରୀଙ୍କୁ ବିଧାୟକ ୧୦୦୦ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ
Govt
Leave A Reply