ସାଲେପୁର, ୨୯ ।୬- ମାଟ୍ରିମୋନିଆଲ୍ ସାଇଟ୍ରୁ ଜଣେ ଯୁବକଙ୍କ ସହ ପରିଚିତ ହୋଇ ଯୁବକକୁ ବିବାହର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ନେଇ ସଂପୃକ୍ତ ଯୁବକ ଜଣକ ଏହାନେଇ ସାଇବର ଥାନା ଓ ସାଲେପୁର ଏସ୍.ଡି.ପି.ଓ.ଙ୍କ ନିକଟରେ ଅଭିଯୋଗ କରିଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ନେମାଳ ଥାନା ଅନ୍ତର୍ଗତ ତଥା ସାଲେପୁର ପୁଲିସ ଉପଖଣ୍ଡ ଅଧିନ ଗୋପିନାଥପୁର ଗ୍ରାମର ସର୍ବପ୍ରସନ୍ନ ପଣ୍ଡା ଗତ ଏପ୍ରିଲ ମାସରେ ଓଡ଼ିଆ ମାଟ୍ରିମୋନି ଭାରତ ମାଟ୍ରିମୋନି ଆପ୍ ନିଜ ମୋବାଇଲ୍ରେ ଡାଉନ୍ଲୋଡ୍ କରିଥିଲେ । ଏହାପରେ ପ୍ରୀତିରାଜପୁତ ନାମକ ଏକ ଝିଅ ମେସେଜ୍ ପଠାଇ ତାଙ୍କର ସବିଶେଷ ବିବରଣୀ ସହ ସେ ୟୁ.କେ.ରେ ରହୁଥିବା ଦର୍ଶାଇଥିଲେ । ଭାରତ ମାଟ୍ରିମୋନିରେ ତାଙ୍କର ଆଇ.ଡି. ନଂ-ଏଚ୍ ୯୬୭୭୦୬୫ ବୋଲି ଲେଖିଥିଲେ ।
ଉକ୍ତ ଯୁବତୀ ଜଣକ ହ୍ୱାଟ୍ସଆପରେ ଭୟସ କଲ କରିବା ସହିତ ଶ୍ରୀ ପଣ୍ଡାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଶେଷରେ ତାଙ୍କୁ ବିବାହ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲା । ଏହାପରେ ଶ୍ରୀପଣ୍ଡାଙ୍କ ପାଇଁ ଉପହାର ଜିନିଷ ପଠାଇଥିଲା । ଏୟାରଲାଇନ୍ କୋରିୟରରେ ଗତ ତା.୧୧ ।୦୫ ।୨୦୨୧ରେ ଏକ ପାର୍ସଲ ଆସିଥିଲା । ଏୟାରଲାଇନ୍ କୋରିୟରରୁ ଜଣେ ବ୍ୟକ୍ତି ତାଙ୍କୁ ଟେଲିଫୋନ୍ କରି ତାଙ୍କୁ ପାର୍ସଲ ରିସିଭ୍ କରିବାପାଇଁ ୩୮ହଜାର ଟଙ୍କା ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟ୍ରେ ଜମା କରିବାପାଇଁ କହିଥିଲା । ଶ୍ରୀ ପଣ୍ଡା ତାଙ୍କ କଥା ମାନି ଉକ୍ତ ଆକାଉଣ୍ଟ୍ରେ ଉପରୋକ୍ତ ଟଙ୍କା ଜମା କରିଥିଲେ । ପୁନରାୟ ତା.୧୨ ।୦୫ ।୨୦୨୧ରିଖରେ ଉକ୍ତ ଆକାଉଣ୍ଟ୍କୁ ୩୮ହଜାର ଟଙ୍କା ପଠାଇବାପାଇଁ କୁହାଯାଇଥିଲା । ପୁନଶ୍ଚ ଏହି ପାର୍ସଲରେ ଭାରତୀୟ ମୁଦ୍ରାରେ ୩୭ଲକ୍ଷଟଙ୍କାର ଡଲାର ରହିଥିବା ପ୍ରକାଶ କରି ଆଉ ଏହାର ରେଜିଷ୍ଟ୍ରେସନ୍ ପାଇଁ ୯୭ହଜାର ଟଙ୍କା ପଠାଇବାକୁ କହିଥିଲେ । ଏହି ପରି ଭାବେ ଶ୍ରୀ ପଣ୍ଡାଙ୍କ ଠାରୁ ବିଭିନ୍ନ କିସ୍ତିରେ ମୋଟ୍ ୩ଲକ୍ଷ ୯୫ ହଜାର ଟଙ୍କା ନେବା ପରେ ପୁନରାୟ ୫୦ହଜାର ଟଙ୍କା ମାଗିଥିଲେ । ଶ୍ରୀ ପଣ୍ଡା ଏଥିରେ ସନେ୍ଦହ କରି ପ୍ରଥମେ ସାଇବର ଥାନା, ନେମାଳ ଥାନା ଓ ସାଲେପୁର ଏସ୍.ଡି.ପି.ଓ.ଙ୍କୁ ଲିଖିତ ଭାବେ ଜଣାଇ ତାଙ୍କର ଟଙ୍କା ଫେରସ୍ତ ପାଇଁ ନିବେଦନ କରିଛନ୍ତି ।
Comments are closed.