Odisha news

ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ନେଇ ରାସ୍ତାରୋକ କଲେ ମେଧାବୀ ଛାତ୍ରଛାତ୍ରୀ ଓ ଅଭିଭାବକ

ସାଲେପୁର, ୨୯ ।୬- ମାଟ୍ରିକ୍ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ଯୋଗୁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବହୁ ମେଧାବୀ ଛାତ୍ରଛାତ୍ରୀ ସେମାନଙ୍କ ପ୍ରାପ୍ୟ ନମ୍ବର ପାଇବାରୁ ବଞ୍ଚôତ ହୋଇଥିବା ନେଇ ଛାତ୍ର ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଦୀର୍ଘ ସମୟ ଧରି କଟକ-ସାଲେପୁର ରାସ୍ତାକୁ ସାଲେପୁର ତହସିଲ ଗେଟ୍ ସମ୍ମୁଖରେ ଅବରୋଧ କରି ରଖିଥିଲେ । ପ୍ରକାଶ ଯେ ଚଳିତ ମାଟ୍ରିକ୍ ପରୀକ୍ଷା ମୂଲ୍ୟାୟନରେ ସାଲେପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବହୁ ମେଧାବୀ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନରେ ବହୁ ତ୍ରୁଟି ହୋଇଥିବାରୁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଏହାନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ଫଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆଜି କରୋନା କଟକଣା ମଧ୍ୟରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଦଶମ ଶ୍ରେଣୀର ବହୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ କଟକ-ସାଲେପୁର ରାସ୍ତାର ତହସିଲ ଗେଟ୍ ସମ୍ମୁଖରେ ରାସ୍ତା ଉପରେ ପାଲ ପକାଇ ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ । ଖବର ପାଇ ସାଲେପୁର ଆଇ.ଆଇ.ସି ସଦଳବଳେ ଆନେ୍ଦାଳନକାରୀଙ୍କ ନିକଟରେ ପହଞ୍ଚô ସେମାନଙ୍କୁ ବୁଝାସୁଝା କରିବା ସହ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ଅପର ପକ୍ଷରେ ରାସ୍ତାରୋକ ଫଳରେ ଦୀର୍ଘ ସମୟ ଧରି ସାଲେପୁର-କଟକ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା

Nalco

Comments are closed.