Odisha news

ସହୀଦ ଯବାନଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଓ ଚୀନ୍ ସାମଗ୍ରୀ ବର୍ଜନ ପାଇଁ ଶପଥ

0

ସାଲେପୁର : ଲଦାଖରେ ସହିଦ ହୋଇଥିବା ୨୦ଜଣ ଅମର ଯବାନଙ୍କ ଉଦେ୍ଦଶ୍ୟରେ ଆଜି ସାଲେପୁର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀକୁ ଆଖିଆଗରେ ରଖି ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ଭାରତମାତା କି ଜୟ, ସହିଦ ଯବାନ ଅମର ରହେ ଆଦି ନାରା ଦେଇ ସହୀଦ ଯବାନଙ୍କ ଉଦେ୍ଦଶ୍ୟରେ ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ସଂଘର ସଭାପତି ଅକ୍ଷୟ କୁମାର ଦାଶଙ୍କ ସଂଯୋଜନାରେ ରୋଧପୁର ଶାରଳା ପୀଠଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।

ଏଥିରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହୀଦ ଯବାନଙ୍କ ଉଦେ୍ଦଶ୍ୟରେ  କ୍ୟଣ୍ଡେଲ ଜାଳି୨ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ସମସ୍ତ ସଦସ୍ୟମାନେ ଚୀନ୍ ସାମଗ୍ରୀ ବ୍ୟବହାର ନକରିବାପାଇଁ ବଜ୍ର ଶପଥ ନେଇଥିଲେ ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସଭାପତି ଦୀପକ ଦାସ, ସଂପାଦକ ହୃଷିକେଶ ମଲ୍ଲିକ, ସହସଂପାଦକ ଅରବିନ୍ଦ ଭୂୟାଁ, ମନୋଜ ଆଚାର୍ଯ୍ୟ, ଶାରଦା ପଣ୍ଡା, ବିନୟ କୁମାର ଦାଶ, ହେମନ୍ତ ଭୂୟାଁ, ମନୋଜ କୁମାର ମହାନ୍ତି, ଚିତ୍ତରଂଜନ ମୁଦୁଲି, ବିଭୁତିଭୂଷଣ କର, ତାରାକାନ୍ତ ନାୟକ, ସୁଜିତ୍ ଭୂୟାଁ, ମହେଶ୍ୱର ମଲ୍ଲିକ, ଶୁଭାଶିଷ ବସନ୍ତରାୟ, ପ୍ରତୁ୍ୟଷ ମହାନ୍ତି, ପ୍ରଦୀପ୍ତ କୁମାର କର, ଶିଶିର କୁମାର ଦାଶ, ପ୍ରଶାନ୍ତ କୁମାର ମଲ୍ଲିକ, ବିରଞ୍ଚôନାରାୟଣ କର, ସୟଦ ଗୁଲଜାର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିବାବେଳେ ବାଲିସାହି ସରପଞ୍ଚ ସରସ୍ୱତୀ ବେହେରା, ସମିତିସଭ୍ୟ ବିଭୁତିଭୂଷଣ ଦାଶ, ବିଜୟ କୁମାର ଦାସ, ରାଜେଶ ମହାନ୍ତି, ଆମ୍ବେଦକର ସଂଗଠନ ପକ୍ଷରୁ ଶିବଚରଣ ଜେନା, କ୍ଷୀରୋଦ କୁମାର ଭୂୟାଁ, ସରପଞ୍ଚ ପ୍ରତିନିଧି ଜୟରାମ ବେହେରା,ବିଜୟକେତନ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଅମର ସହୀଦ ଯବାନଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ସେହିପରି ସାଲେପୁର ଫାର୍ମାସୀ କଲେଜ ପରିସରରେ ଅନୁଷ୍ଠାନର ସଂପାଦକ ରବିନ୍ଦ୍ର ନାଥ କର, କଲେଜର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ମହାପାତ୍ର, ପ୍ରଫେସର ସୁନିଲ କୁମାର କାନୁନଗୋଙ୍କ ସମେତ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି ଯବାନଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଚୀନ୍ ଯେଉଁ ଭଳି ବିଶ୍ୱାସଘାତ କରିଛି, ତାହାକୁ ତୀବ୍ର ସମାଲୋଚନା କରିବା ସହ ଚୀନ୍ ସାମଗ୍ରୀ ବର୍ଜନ କରିବାପାଇଁ ଶପଥ ନେଇଥିଲେ ।

IEC 2 years
Leave A Reply