Odisha news

ଭକ୍ତର ଭଗବାନ

0

ଯେଉଁ ବ୍ୟକ୍ତି ହରିଙ୍କ ନାମ ନେଇଥାଏ ତାକୁ ଉଦ୍ଧାର କରିବା ପାଇଁ ସ୍ୱୟଂ ହରି ଉପସ୍ଥିତ ହୋଇଥାନ୍ତି ,କିନ୍ତୁ ହରିଙ୍କର ସେହି ନାମରେ ସ୍ନେହ ଓ ମମତା ଭାରି ରହିବ ଆବଶ୍ୟକ l ସେହିଭଳି କଳିଯୁଗର କିଛି ଘଟଣା ହିନ୍ଦୁ ମାନଙ୍କର ଆସ୍ଥାକୁ ପ୍ରଗାଢ କରିଥାଏ l ଆଜି ଆମେ ପୁରାଣର ଅହଲୀ ଗୋଟିଏ କଥା କହିବାକୁ ଯାଉଛୁ ଯାହା ଈଶ୍ୱର ଓ ଭକ୍ତଙ୍କର ଅତୁଟ ପ୍ରେମ ସହିତ ସମ୍ବଧିତ ଅଟେ l ସ୍ୱୟଂ ଭଗବାନ ଭକ୍ତର ଡାକରେ ସାକ୍ଷୀ ଦେବାପାଇଁ ଉପସ୍ଥିତ ହୋଇଥିଲେ l ଏହି ଘଟଣାଟି ସାକ୍ଷୀ ଗୋପାଳ ମନ୍ଦିର ସହିତ ଯୋଡି ହୋଇଛି l

ଏକଦା ଜଣେ ବୃଦ୍ଧ ବାହ୍ମଣ ଓ ଅନ୍ୟଜଣେ ଯୁବକ ବ୍ରାହ୍ମଣ କୃଷ୍ଣଙ୍କ ଦର୍ଶନ କରିବା ପାଇଁ ବୃନ୍ଦାବନ ଯାତ୍ରାରେ ବାହାରିଲେ l ଯାତ୍ରା କରିବା ସମୟରେ ବୃଦ୍ଧ ବ୍ରାହ୍ମଣ ଜଣଙ୍କ ଅନେକ ଅସୁବିଧାର ସମ୍ମୁଖୀନ ହୋଇ କଷ୍ଟ ପାଇଥିଲେ ,ସେହି ସମୟରେ ବର୍ତମାନ ସମୟ ଭଳି ଯାନବାହାନର ସୁବିଧା ନଥିଲା l ଉକ୍ତ ଯାତ୍ରା ସମୟରେ ଯୁବକ ବ୍ରାହ୍ମଣ ଜଣଙ୍କ ବୃଦ୍ଧ ବ୍ରାହ୍ମଣଙ୍କର ଅନେକ ସେବା ଶୁଶ୍ରୁଷା କରିଥିଲେ l
ବୃନ୍ଦାବନ ପହଂଚିବା ପରେ ବୃଦ୍ଧ ବ୍ରାହ୍ମଣ ଜଣଙ୍କ କୃତଜ୍ଞନ୍ତା ଜଣାଇ ଯୁବକଙ୍କୁ କହିଥିଲେ “ତମେ ମୋର ଅନେକ ସେବା କରିଛ l ମୁଁ ତୁମ ନିକଟରେ କୃତଜ୍ଞ ଅଟେ ,ଏହି ସେବା ବଦଳରେ ମୁଁ ତୁମକୁ କିଛି ପୁରସ୍କାର ଦେବାକୁ ଚାହୁଁଛି l ଯୁବକ ବ୍ରାହ୍ମଣ ଜଣଙ୍କ ପୁରସ୍କାର ଗ୍ରହଣ କରିବାକୁ ମନା କରି ଦେଲେ ,କିନ୍ତୁ ବୃଦ୍ଧ ବ୍ୟକ୍ତି ଜଣଙ୍କ ଜିଦି କରି କହିଥିଲେ ଯେ ମୁଁ ମୋର କନ୍ୟାର ବିବାହ ତୁମ ସହିତ କରାଇବି l ଯୁବକ ବ୍ରାହ୍ମଣ ବିରୋଧ କରି କହିଲା ଆପଣ ଅତ୍ୟନ୍ତ ଧନୀ ଅଟନ୍ତି ମୁଁ ଆପଣଙ୍କ କନ୍ୟା ପାଇଁ ଉପଯୁକ୍ତ ନୁହେଁ l କିଛିଦିନ ପର୍ଯ୍ୟନ୍ତ ବୃନ୍ଦାବନରେ ରହିବ ପରେ ବୃଦ୍ଧ ବ୍ରାହ୍ମଣ ଫେରିବା ସମୟରେ ସେହି କଥାକୁ ନେଇ ଆଉଥରେ ଜିଦି କରି ବସିଲେ ଏହା ପରେ ଯୁବକ ବ୍ରାହ୍ମଣ ତାଙ୍କ ପୁରସ୍କାରକୁ ଗ୍ରହଣ କଲି ବୋଲି କହିଲେ l

ବୃନ୍ଦାବନରୁ ଫେରିବା ପରେ ବୃଦ୍ଧ ଜଣଙ୍କ ନିଜ ଘରେ ସମସ୍ତ କଥା ଜଣାଇଥିଲେ ,କିନ୍ତୁ ଘରର କୌଣସି ସଦସ୍ୟ ଯୁବକ ବ୍ରାହ୍ମଣ ସହିତ ନିଜ କନ୍ୟାର ବିବାହକୁ ଗ୍ରହଣ କରି ପାରିଲେ ନାହିଁ ଓ ବିରୋଧ କରିଥିଲେ l ବ୍ରାହ୍ମଣଙ୍କ ପତ୍ନୀ ଧମକ ଦେଇ କହିଲେ ଯେ ଯଦି ମୋ ଝିଅ ଉକ୍ତ ଗରିବ ବ୍ରାହ୍ମଣକୁ ବିବାହ କରିବ ତେବେ ମୁଁ ନିଜର ଜୀବନ ହାରି ଦେବୀ l ଅନେକଦିନ ବିତିଯିବା ପରେ ଯୁବକ ଜଣଙ୍କ ବୃଦ୍ଧଙ୍କୁ ତାଙ୍କ ବଚନ ବିଷୟରେ ମାନେ ପକାଇଦେଲେ ,କିନ୍ତୁ ବୃଦ୍ଧ ବ୍ରାହ୍ମଣ ନିଜ ପତ୍ନୀଙ୍କ କଥା ଭାବି କାୖଣସି ବଚନ ଦେଇନାଥିବା କଥା କହିଲେ l ଓ କହିଥିଲେ ମୁଁ ଏପରି ବଚନ ଦେଇଛି ବୋଲି କିଏ ସାକ୍ଷୀ ଅଛି l ସେତେବେଳେ ଯୁବକ କହିଲେ ମୁଁ ଭଗବାନ ଶ୍ରୀ କୃଷ୍ଣଙ୍କୁ କହିବି ସାକ୍ଷୀ ଦେବାପାଇଁ ସେ ବୃନ୍ଦାବନରୁ ମୋ ନିକଟକୁ ନିଶ୍ଚିନ୍ତ ଆସିବେ l

ପର ଦିନା ସକାଳୁ ଯୁବକ ଜଣଙ୍କ ବୃନ୍ଦାବନ ଆଭିମୁଖ୍ୟ ଚାଲିଲେ ଓ ସେଠାରେ ପହଞ୍ଚି କୃଷ୍ଣଙ୍କୁ ସାକ୍ଷୀ ଦେବାପାଇଁ କହିଥିଲେ l ଅଚାନକ ମୃତ୍ତି ଭିତରୁ ଶବ୍ଦ ଆସିଲା ମୁଁ ଗୋଟିଏ ମୂର୍ତି ଅଟେ ତୁମ ସହିତ କିପରି ଯିବି l ସେତେବେଳେ ଯୁବକ କହିଲେ ଯଦି ମୂର୍ତି କଥାକହି ପାରିବ ତେବେ କଣ ପାଇଁ ମୋ ସହିତ ଜୀବନାହିଁ l ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଯୁବକଙ୍କ ଆଗରେ ଗୋଟିଏ ସର୍ତ ରଖିଲେ ମୁଁ ତମ ସହିତ ଯିବାକୁ ପ୍ରସ୍ତୁତ ଅଛି କିନ୍ତୁ ତମେ ପଛକୁ ଫେରି ଚାହିଁବ ନାହିଁ l ତମେ କେବଳ ମୋ ନୁପୁରର ଧ୍ୱନି ଶୁଣି ଜାଣି ପାରିବ ଯେ ମୁଁ ତମ ପଛରେ ଚାଲିଛି l

ଏହାପରେ ଯୁବକଙ୍କ ପଛପଛେ ବୃନ୍ଦାବନରୁ କୃଷ୍ଣ ଚାଲିବା ଆରମ୍ଭ କଲେ l ତାଙ୍କ ଗ୍ରାମ ନିକଟରେ ପହଂଚିବା ବେଳକୁ ସମୁଦ୍ର ବାଲିରେ ଘୁଙ୍ଗୁରର ଶବ୍ଦ ଶୁଭାଗଲା ନାହିଁ l ଯୁବକ ଜଣଙ୍କ ଧର୍ଯ୍ୟଧରୀ ଆଉ ରହି ପାରିଲେ ନାହିଁ ଓ ପଛକୁ ବୁଲି ଚାହିଁ ଦେଲେ l ଯେତେବେଳେ ଚାହିଁ ଦେଲେ ସେତେବେଳେ ଦେଖିବାକୁ ପାଇଲେ କୃଷ୍ଣଙ୍କର ଗୋଟିଏ ସୁଦୀର୍ଘ ମୂର୍ତି ବଳି ଉପରେ ଠିଆ ହୋଇଛି l ଏହାପରେ ଯୁବକ ଜଣଙ୍କ ଗ୍ରାମବାସୀ ମାନଙ୍କୁ ଏହି ବିଷୟରେ ଜଣାଇବାକୁ ଚାଲିଗଲେ l ଗ୍ରାମବାସୀ ମାନେ ସେଠାକୁ ଆସି ଦେଖିଲେ ଯେ କୃଷ୍ଣଙ୍କର ଗୋଟିଏ ସୁନ୍ଦର ମୂର୍ତି ଠିଆ ହୋଇଛି l ଏହାପରେ ଭଗବାନ ଶ୍ରୀକୃଷ୍ଣଙ୍କର ମୂର୍ତି ସମସ୍ତଙ୍କ ଆଗରେ ଯୁବକଙ୍କ ପାଇଁ ସାକ୍ଷୀ ଦେଲେ ଓ ବୃଦ୍ଧ ବ୍ରାହ୍ମଣ ମଧ୍ୟ ତାଙ୍କ ବିବାହ ଯୁବକ ସହିତ କରାଇଲେ l ଏହା ପରେ କାଞ୍ଚି ନରେଶଙ୍କ ପାଖରେ ଏହି ଖବର ପହଁଚିଲା ,ସେ କୃଷ୍ଣଙ୍କ ପାଇଁ ସେହିଠାରେ ମନ୍ଦିର ତୋଳିଲେ l ଏହି ମନ୍ଦିର ଆଜି ବିଶ୍ୱରେ ସାକ୍ଷୀ ଗୋପାଳ ମନ୍ଦିର ଭାବରେ ପ୍ରସିଦ୍ଧ l

Ad2
Leave A Reply