Odisha news

ପୋଢୁଆଁ ହେଲେ ଶ୍ରୀ ସାକ୍ଷୀ ଗୋପାଳ, ଶ୍ରୀରାଧା

0
ସାକ୍ଷୀଗୋପାଳ :  ପ୍ରସିଦ୍ଧ ବୈଷ୍ଣବ ପୀଠ  ସାକ୍ଷୀଗୋପାଳ ମନ୍ଦିର ରେ ପ୍ରଥମାଷ୍ଟମୀ ନୀତି ଆଜି  ପାରମ୍ପରିକ ରୀତିନୀତି ଅନୁଯାଇ ପାଳିତ ହୋଇଯାଇଛି  । ଏହି ଉପଲକ୍ଷେ ଦୈନନ୍ଦିନ ଦେଵନୀତି ସହିତ ଦ୍ବିପ୍ରହର ଧୂପରେ  ଠାକୁର ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ଠାକୁର ଓ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ  ଙ୍କୁ ନୂତନ ଵସ୍ତ୍ର, ଫୁଲହାର, ଚନ୍ଦନଲାଗି କରାଯାଇଥିଲା। ଜାତଭୋଗ, ଆଳତି, ଉପଚାର ଓ ବନ୍ଦାପନା କରାଯାଇ ଠାକୁରଙ୍କ ପୋଢୁଆଁ ନୀତି ସମ୍ପନ୍ନ ହୋଇଥିଲା। ଏହି ଅବସରରେ ଛତିତ୍ରାସ, ବିଜେକାହାଳୀ, ଘଣ୍ଟ, ତେଲିଙ୍ଗି ଵାଦ୍ୟ, ମହୁରୀ ସେବା କରାଯାଇଥିଲା। ପୂଜପଣ୍ଡା, ପାଳିଆ ପତ୍ରୀ, ସିଂହାରୀ, ଭଣ୍ଡାର ମେକାପ ଆଦି ବିଭିନ୍ନ ବର୍ଗର ସେଵାୟତ ସାମିଲ ହୋଇଥିଲେ। ବିଶେଷ କରି ପୋଢୁଆଁ ହୋଇଥିବା ବାଳିକା ବାଳକ ମାନେ ପରିବାର ସହ ଠାକୁରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଘରେ ଘରେ ପିଠାପଣା ନୂତନ ବସ୍ତ୍ର ପରିଧାନ ବନ୍ଦାପନା   ଆଦି ଆସର ଜମିଥିଲା।
Leave A Reply