ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଛତିଆ ସୋଲର ସ୍ଥିତ ଉଦାସ ଆଶ୍ରମ ପକ୍ଷରୁ ପ୍ରଶିଦ୍ଧ ବାଲିଯାତ୍ରା ଅବସରରେ ମହାନଦୀଙ୍କ ମହା ଆଳତୀ ଓ ବ୍ରହ୍ମ ଏକାକ୍ଷର ମହାଯଜ୍ଞ ସମ୍ପର୍ଣ୍ଣ ହୋଇଥିଲା! ଉଦାସ ଆଶ୍ରମର ପ୍ରାଣପ୍ରତିଷ୍ଠାତା ଉଦାସ ପନ୍ଥାର ପ୍ରବର୍ତ୍ତକ ସ୍ୱାମୀ ଯଜ୍ଞେଶ୍ୱରାନନ୍ଦ ମହାରାଜଙ୍କ ପୌରହିତ୍ୟରେ ଆୟୋଜିତ ଏହିନବଦିନାଙ୍କ ଆଧ୍ୟାତ୍ମିକ ମହୋତ୍ସବର ଉଦଯାପନ ଦିବସରେ ଓଡିଶାର ରାଜ୍ୟପାଳ ରଘୁବରଦାସ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାନଦୀଙ୍କ ବନ୍ଦନ,ପୂଜନ ଓ ଆଳତୀ କରିଥିଲେ! ଇତ୍ୟବସରରେ ରାଜ୍ୟପାଳ ମହାନଦୀକୁ ଆମ ମାନଙ୍କ ମା’ବୋଲି ସମ୍ବୋଧନ କରି ତାହାର ସୁରକ୍ଷା,ନିର୍ମଳତା ଓ ସ୍ୱଛତା ରକ୍ଷାକରି ଓଡିଶାର ସସ୍କୃତି ଓ ଐତିହକୁ ଆହୁରି ଯାଜୁଲ୍ୟମାନ କରିବା ପାଇଁ ଉପସ୍ଥିତ ବୁଦ୍ଧିଜୀବୀ ମାନଙ୍କୁ ଆହ୍ୱାନ କରିଥିଲେ! ଭାରତୀୟ ସସ୍କୃତି ଓ ଧର୍ମିୟ ପରମ୍ପରାରେ ନଦୀକୁ ଅତ୍ୟଧିକ ସମ୍ମାନ କରାଯାଇ ପୂଜାର୍ଚ୍ଚନା କରାଯିବା ଆମର ମୂଳ ପରମ୍ପରା ଓ ଐତିହ ବୋଲି ରାଜ୍ୟପାଳ ଅବିହିତକରି ଉଦାସ ଆଶ୍ରମ ପକ୍ଷରୁ ମହାନଦୀ ପୂଜନ ଓ ଆଳତୀ କାର୍ଯ୍ୟକ୍ରମର ଭୁୟିୟସୀ ପ୍ରଶଂସା କରିଥିଲେ! ପରିବେଶର ସନ୍ତୁଳନ ରକ୍ଷା,ନଦୀ,ନାରୀଙ୍କୁ ମା’ରସମ୍ମାନ ଓ ସାଧୁସନ୍ଥଙ୍କ ସୁରକ୍ଷା ତଥା ଆଧ୍ୟାତ୍ମିକ ଚିନ୍ତାଧାରା ମାଧ୍ୟମରେ ଆମ ମୂଳ ସଂସ୍କୃତି,ଐତିହ ଓ ପରମ୍ପରାକୁ ଉଜ୍ଜିବିତ ରଖିବା ପାଇଁ ଗତ ୨୦୧୭ ମସିହାରୁ ନିରବିଛିନ୍ନ ଭାବେ ଆଶ୍ରମ ପକ୍ଷରୁ ମହାନଦୀଙ୍କ ମହାଆଳତୀ କାର୍ଯ୍ୟକ୍ରମ ଏଠାରେ ଚାଲୁଥିବା ସ୍ୱାମୀ ଯଜ୍ଞେଶ୍ୱରାନନ୍ଦ ସୂଚନା ଦେଇଥିଲେ! ପ୍ରଥମେ ରାଜ୍ୟପାଳ ଆଳତୀ ମଣ୍ଡପରେ ପହଞ୍ଚି ମହାନଦୀଙ୍କ ପୂଜାର୍ଚ୍ଚନା କରିବା ପରେ ମଞ୍ଚକୁଯାଇ ମହା ଆଳତୀ ସମ୍ପର୍ଣ୍ଣ କରିଥିଲେ! ଆଶ୍ରମ ମୁଖ୍ୟ ସେବକ ଦିବ୍ୟଲୋଚନ ଦାସଙ୍କ ସଞ୍ଜୋଜନାରେ ଆୟୋଜିତ ଏହି ମହୋତ୍ସବରେ କଟକ ମେୟର ସୁବାଷ ସିଂ,ବିଧାୟକ ସୌଭିକ ବିଶ୍ୱାଳ,ସିଡିଏ ଅଧ୍ୟକ୍ଷ ତଥା ବରିଷ୍ଠ ପ୍ରଶାସକ ଅନୀଲକୁମାର ସାମଲ,କଟକ ଜିଲ୍ଲାପାଳ ନରହରି ସେଠୀ,ବାବା ଜ୍ଞାନାନନ୍ଦ ସରସ୍ୱତୀ, ବରିଷ୍ଠ ସାମ୍ବାଦିକ ବେଣୁଧର ପଣ୍ଡା ପ୍ରମୁଖ ଉପସ୍ଥିତ ହୋଇ ଆଳତୀରେ ଅଶଂଗ୍ରହଣ କରିଥିଲେ! ସେହିପରି ଗତ ୨୬ ତାରିଖରେ ଉଦଘାଟନ ଉତ୍ସବରେ ଜିଲ୍ଲାପାଳ ଶ୍ରୀ ସେଠୀଙ୍କ ସହିତ ପ୍ରାକ୍ତନ ଜିଲ୍ଲାପାଳ ତଥା ରାଜ୍ୟ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭବାନୀଶଂଙ୍କର ଚୟିନୀ,ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ପ୍ରମୁଖ ଯୋଗଦେଇଥିଲେ! ବାଲିଯାତ୍ରା ପଡିଆରେ ଆଶ୍ରମ ପକ୍ଷରୁ ଅସ୍ଥାୟୀ ଧ୍ୟାନଗୃହ,ଯଜ୍ଞଶାଳା ଓ ସତସଙ୍ଗସ୍ଥଳ ନିର୍ମାଣ କରାଯାଇ ସମଗ୍ର ଅଞ୍ଚଳକୁ ଗୋମୟରେ ଲେପନ କରାଯାଇ ଶୁଦ୍ଧପୂତ କରାଯାଇଥିଲା! ଆୟୋଜିତ ଷଷ୍ଠଦିନାଙ୍କ ମହାଯଜ୍ଞକୁ ପଣ୍ଡିତ ନିଳମଣି ପଣ୍ଡା,ଖଗେଶ୍ବର ରଥ ଓ ଅକ୍ଷୟ ତ୍ରିପାଠୀ ପରିଚାଳନା କରିଥିଲେ!ପ୍ରତ୍ୟେହ ଭଜନ କିର୍ତନ, ଅନ୍ନଦାନ ଓ ସାଧୁ ପୂଜନ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା!