ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକରେ ଆଜି ୫ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି. ସେମାନଙ୍କ ମଧ୍ୟରେ ୨ ଜଣ କରୋନା ଯୋଦ୍ଧା ଅଛନ୍ତି. ସତ୍ୟବାଦୀ ଥାନାରେ କାର୍ଯ୍ୟରତ ଜନୈକ କନେଷ୍ଟବଳ ଓ ସାଣ୍ଢରା ଶାସନ ପଞ୍ଚାୟତର ମଝିକେରା ଗ୍ରାମରେ କାର୍ଯ୍ୟରତ ଜନୈକା ଆଶା କର୍ମୀ କରୋନା ଆକ୍ରାନ୍ତ ଜଣାପଡ଼ିଛନ୍ତି. ଭୁବନେଶ୍ୱରସ୍ଥିତ ଏମସରେ ଚିକିତ୍ସାଧୀନ ତୋରାଣିଆ ଗ୍ରାମର 51 ବର୍ଷ ବୟସ୍କ ବ୍ୟକ୍ତି କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଅଛି. ଅଳଗୁମ କ୍ଵାରେଣ୍ଟାଇନ କେନ୍ଦ୍ରରେ ୨ ଜଣ ପ୍ରବାସୀ କରୋନା ପଜିଟିଭ ଜଣାପଡ଼ିଛନ୍ତି.
