ନୂଆଦିଲ୍ଲୀ : ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ସଂଯୁକ୍ତ ରାଷ୍ଟ୍ର ମହାସଭା ଅର୍ଥାତ UNGA ର ବୈଠକ ରେ ଅଂଶ ଗ୍ରହଣ କରିବା ପାଇଁ ଆମେରିକାରେ ପହଂଚିଛନ୍ତି l ଏହି ସମୟରେ ସେ ଆଫଗାନିସ୍ତାନ ରୁ ଭାରତୀୟଂକୁ ବାହାର କରି ଆଣିବା ପାଇଁ ଅପରେସନ ଦୈବୀ ଶକ୍ତିର କିଛି ସ୍ମୃତି ଶୁଣାଇ ଥିଲେ l
ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସମ୍ବେଦନଶୀଳତା ଓ କାମ ପ୍ରତି ତାଙ୍କର ସମର୍ପଣ ର କିଛି କାହାଣୀ ଶୁଣାଇ ଥିଲେ l ବିଦେଶମନ୍ତ୍ରୀ କହିଥିଲେ ଯେ – ଅଧ ରାତିରେ ମୋ ନିକଟକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ର ଫୋନ ଆସିଥିଲା l ତାଙ୍କର ପ୍ରଥମ ପ୍ରଶ୍ନ ଥିଲା – ଆପଣ ଶୋଇ ନାହାନ୍ତି ତ ? ମୁଁ ତାଙ୍କୁ କହିଥିଲି ଭାରତୀୟ ମାନଙ୍କ ନିକଟରେ ପହଞ୍ଚିବାକୁ ଥିବା ସାହାଯ୍ୟ ବର୍ତମାନ ବାଟ ରେ ଅଛି l ଏହାପରେ ପ୍ରଧାନମନ୍ତ୍ରୀ ମତେ କହିଥିଲେ ଯେ ଯେତେବେଳେ ସବୁ କିଛି ପହଂଚିବ ମତେ କଲ କରିବ l ଜୟଶଙ୍କର କହିଥିଲେ ତାଙ୍କର ଏହି ସ୍ଵଭାଵ ତାଙ୍କୁ ଅନ୍ୟ ମାନଙ୍କ ନିକଟରୁ ଅଲଗା କରିଛି l
ଅପରେସନ ଦୈବୀ ଶକ୍ତି ଦ୍ୱାରା ପାଖାପାଖି ୬୫୦ ରୁ ଅଧିକ ଭାରତୀୟ ଙ୍କୁ ରେସକ୍ୟୁ କରାଯାଇଥିଲା l ଏହି ଲୋକ ମାନଙ୍କ ମଧ୍ୟରେ ହିନ୍ଦୁ, ଶିଖ,ଓ ଅଳ୍ପସଂଖ୍ୟ ସମୁଦାୟ ର ଲୋକ ଥିଲେ l ଆଫଗାନିସ୍ତାନ ର ସ୍ଥିତି କୁ ଭାରତ ସାହାଯ୍ୟର ହାତ ମଧ୍ୟ ବଢ଼ାଇଥିଲା l ତାଲିବାନ କବ୍ଜା କରିବା ପରେ ଆଫଗାନିସ୍ତାନ ସ୍ଥିତି ଆହୁରୀ ଭୟାବହ ହୋଇଯାଇଛି l ଏପରି ସ୍ଥିତିର ମୁକାବିଲା ପାଇଁ ଭାରତ ଲଗାତାର ଗହମ, ଔଷଧ, କୋଭିଡ ଟୀକା, ପୋଲିଓ ଟୀକା ସହିତ ଶୀତବସ୍ତ୍ର ପଠାଇଛି l
ଏହାପରେ ମୋଦୀଙ୍କ ଉପରେ ଲିଖିତ ପୁସ୍ତକ ‘ମୋଦୀ @20 : ଡ୍ରିମ୍ସ ମିଟ ଡେଲିଭରି’ ନେଇ ଚର୍ଚ୍ଚା ଚାଲିଥିବା ସମୟରେ ଏହି କଥା କହିଥିଲେ ଜୟଶଙ୍କର l ଅପରେସନ ଦୈବୀ ଶକ୍ତି ଜରିଆରେ କିଭଳି ଆଫଗାନିସ୍ତାନ ରେ ଥିବା ଭାରତୀୟ ମାନଙ୍କର ସ୍ବଦେଶ ପ୍ରତ୍ୟାବର୍ତନ ହୋଇଥିଲା ସେହି ବିଷୟରେ ଶୁଣାଇ ଥିଲେ l ‘ମୋଦୀ @20 : ଡ୍ରିମ୍ସ ମିଟ ଡେଲିଭରି’ ପୁସ୍ତକ ଟି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଲିଖିତ l ଏହି ପୁସ୍ତକ ଟିରେ ଦେଶର ଜଣାଶୁଣା ଲେଖକ ଲେଖିଛନ୍ତି l ଏହି ପୁସ୍ତକର ପ୍ରସ୍ତାବନା ସ୍ବର୍ଗୀୟ କୋକିଳ କଣ୍ଠି ଲତା ମଙ୍ଗେସକର ଲେଖିଥିଲେ l
ଆମେରିକାର ନ୍ୟୁୟର୍କ ରେ ଚାଲିଥିବା UNGA ର ୭୭ ତମ ଅଧିବେଶନ ରେ ସମ୍ବୋଧିତ କରିବା ପାଇଁ ଚଳିତ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସ୍ଥାନରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଉପସ୍ଥିତ ଅଛନ୍ତି l ସେ ସେପ୍ଟେମ୍ବର ୨୪ ତାରିଖରେ UNGA କୁ ସମ୍ବୋଧିତ କରିବେ ଏସ ଜୟଶଙ୍କର l ସେ ଉକ୍ତ କାର୍ଯ୍ୟକ୍ରମ ରେ ନରେନ୍ଦ୍ର ମୋଦି ଙ୍କ UN କୁ କିଛି ଦିନ ପୂର୍ବରୁ ଦିଆ ଯାଇଥିବା 5-s ଫର୍ମୁଲା ଉପରେ ଆଲୋଚନା କରିବେ l ପ୍ରଧାନମନ୍ତ୍ରୀ ଙ୍କ 5-s ଫର୍ମୁଲା ହେଉଛି ସମ୍ମାନ, ସମ୍ବାଦ, ସହଯୋଗ, ଶାନ୍ତି ଓ ସମୃଦ୍ଧି l
UNGA କଣ ?
ଜେନେରାଲ ଆସେମ୍ବଲି ୟୁନାଇଟେଡ଼ ନେସନ ର ୬ଟି ମୁଖ୍ୟ ଅଙ୍ଗ ମାନଙ୍କ ମଧ୍ୟରୁ ଗୋଟିଏ l ୟୁନାଇଟେଡ଼ ନେସନ ର ୧୯୩ ସଦସ୍ୟ ସମାନ ଅଧିକାର ଓ ଦାୟିତ୍ୱ ସହିତ ଏହାର ଅଂଶ ଅଟନ୍ତି l
