OIC ର ମହାସଚିବ ଙ୍କ ଅନୁରୋଧ କ୍ରମେ ସାଉଦି ଆରବରେ ମୁତୟନ ହୋଇଥିବା ଭାରତୀୟ ରାଜଦୂତ ଜୁଲାଇ ୫ ତାରିଖରେ ତାଙ୍କ ସହିତ ସାକ୍ଷାତ୍କାର କରିଥିଲେ l ଏହି ସମୟରେ ବିଭିନ୍ନ ତଥ୍ୟକୁ ନେଇ ଆଲୋଚନା ହୋଇଥିଲା l OIC ରେ ଜାରି ହୋଇଥିବା ବୟାନ ଅନୁସାରେ ଇସ୍ଲାମିକ ସହଯୋଗ ସଂଗଠନ ମହାସଚିବ ଏହି ସମୟରେ ଜମ୍ମୁକାଶ୍ମୀର ମୁଦା କୁ ନେଇ ଚର୍ଚା କରିଥିଲେ l ଏହାପରେ ଏହି ତଥ୍ୟକୁ ନେଇ ଭାରତ ପକ୍ଷରୁ ଚେତାବନୀ ଦିଆଗଲା l
ଓଆଇସି ପକ୍ଷରୁ ଜାରି ବୟାନ ଅନୁସାରେ ଓଆଇସି ମହାସଚିବ କାଶ୍ମୀର ରେ ନିଜର ଗୋଟିଏ ପ୍ରତିନିଧିମଣ୍ଡଳ ପଠାଇବl ପାଇଁ ଇଛା ରଖିଛନ୍ତି l କୁହାଯାଉଛି ଯେ ପାକିସ୍ତାନ ଅନୁରୋଧ କ୍ରମେ ଇସ୍ଲାମିକ ସଂଗଠନ ଏହି ବୟାନ ଜାରି କରିଛନ୍ତି l ସୂଚନା ଅନୁସାରେ ଓଆଇସି ମହାସଚିବଭାରତୀୟ ରାଜଦୂତ ଙ୍କୁ ପାକିସ୍ତାନ ଓ ଭାରତ ମଧ୍ୟରେ ଗୋଟିଏ ବୈଠକ ରଖିବାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି l କହିଛନ୍ତି ଯେ ଆମେ ଉଭୟ ପକ୍ଷଙ୍କୁ ଅନୁରୋଧ କରିବୁ ଏଥିରେ ସହଯୋଗ କରନ୍ତୁ l
Comments are closed.