ନୂଆଦିଲ୍ଲୀ : ଭାରତର ପଡୋଶୀ ଦେଶ ବଙ୍ଗଳା ଦେଶରେ ଗୋଟିଏ ଗାଈ ଅଛି । ଯାହାର ଉଚ୍ଚତା ୬୬ ସେଣ୍ଟି ମିଟର , ଅର୍ଥାତ୍ ୨୬ ଇଞ୍ଚ । ବଙ୍ଗଳା ଦେଶରେ ରାଷ୍ଟ୍ର ବ୍ୟାପି ଲକଡାଉନ ଚାଲି ଥିଲେ ମଧ୍ୟ ହଜାର ହଜାର ସଂଖ୍ୟା ରେ ଲୋକ ନିୟମ ଭାଙ୍ଗି ଏହି ବିଶେଷ ପ୍ରକାର ଗାଇଟି କୁ ଦେଖିବାକୁ ଯାଉଛନ୍ତି । ଏହାର ମାଲିକ ଦାବି କରିଛନ୍ତି ଯେ ଏହା ଦୁନିଆର ସବୁଠୁ ଛୋଟ ଗାଈ ଅଟେ ।
ଢ଼ାକା ରେ ଏହି ଗାଈ ଟିକୁ ଗୋଟିଏ କ୍ଷେତ ରେ ରଖା ଯାଇଛି । ଏହାର ବୟସ ୨୩ମାସ । ବଙ୍ଗଳା ଦେଶରେ ସମସ୍ତ ଖବକାଗଜ ମାନଙ୍କରେ ଓ ଟିଭି ଚ୍ୟାନେଲ ରେ ଏହି ଗାଈ କୁ ନେଇ ଚର୍ଚ୍ଚା । ଏହି ଗାଈକୁ ଗୋଟିଏ ସେଲିବ୍ରେଟି ର ସ୍ଥାନ ଦିଆଯାଉଛି ।
ରାନୀ ର ଉଚ୍ଚତା ୬୬ ଶେଣ୍ଟି ମିଟର ଓ ଓଜନ ମାତ୍ର ୨୬ କେଜି । ତାର ମାଲିକ ଦାବି କରିଛନ୍ତି ଯେ ଗିନିଜ୍ ବୁକ୍ ଅଫ୍ ୱର୍ଲ୍ଡ଼ ରେକର୍ଡ ରେ ନାମ ଦର୍ଜ ହୋଇଥିବା ଛୋଟ ଗାଈ ର ନାମ ଠାରୁ ମଧ୍ୟ ରାନୀର ଉଚ୍ଚତା ୧୦
ସେଣ୍ଟି ମିଟର ଛୋଟ ।
ସାଧାରଣ ଗୋଟିଏ ଛେଳି ଠାରୁ ମଧ୍ୟ ରାନି ର ଉଚ୍ଚତା ଛୋଟ । ଲୋକ ଏଠାକୁ ଆସି ତାର ଉଚ୍ଚତା ମାପିବା ସହିତ ଫଟୋ ମଧ୍ୟ ଉଠାଇ ନେଉଛନ୍ତି । ଗୋଟିଏ ଫାର୍ମ ପକ୍ଷରୁ ରାନି କୁ କଥିତ ଭାବରେ କିଣି ନିଆ ଯାଇଛି । ସେହି ଫାର୍ମ ମାଲିକ କହିଛନ୍ତି ଯେ ଏତେ ଲୋକଙ୍କ ଭିଡ ଜମୁଛି ଯେ ଯାହାକୁ ନେଇ ଆମେ ଥକି ଗଲୁଣି ।
Comments are closed.