Odisha news

ପାକିସ୍ତାନ ନିଜର କୁତ୍ସିତ ପ୍ରକୃତି ଛାଡୁନାହିଁ : ତାଲିବାନକୁ ପ୍ରୋତ୍ସାହନ ଦେଉଛି ପାକିସ୍ତାନ , କହିଲେ ଆଫଗାନ ରାଜଦୂତ

ନୂଆଦିଲ୍ଲୀ : ଆମେରିକା ସୈନ୍ୟ ମାନଙ୍କୁ ଆଫଗାନ ଛାଡିବା ପାଇଁ ଘୋଷଣା ହେବା ମାତ୍ରକେ ସେଠାରେ ସ୍ଥିତି ଅଣାୟତ୍ତ ହୋଇ ଯାଇଛି l ଏଇ ଭିତରେ ତାଲିବାନ ଆତଙ୍କବାଦୀଙ୍କୁ ପାକିସ୍ତାନ ସହଯୋଗ କରୁଥିବା ନେଇ ଖବର ମିଳୁଛି l ଆଫଗାନିସ୍ତାନ ରାଜଦୂତ ଫରିଦ ମମୁଁଦଜେ ଗୋଟିଏ ସାକ୍ଷାତକାରରେ ପାକିସ୍ତାନ କୁ ଚେତାବନୀ ଦେଇ କହିଛନ୍ତି ଯେ ପାକିସ୍ତାନ ର ତାଲିବାନୀ ମାନଙ୍କ ସହିତ ବନ୍ଧୁତା ଠିକ ନୁହେଁ l

ଆତଙ୍କବାଦୀ ମାନଙ୍କ ସହିତ ବନ୍ଧୁତା ସୁଖ ଦେଇନଥାଏ –
ଆଫଗାନ ରାଜଦୂତ ଫରିଦ ମମୁଁଦଜେ ଙ୍କୁ ଏହି ସାକ୍ଷାତକାର ରେ ପଚରା ଯାଇଥିଲା ଯେ ପାକିସ୍ତାନ ର ବିନା ସମର୍ଥନ ରେ ତାଲିବାନ ଏତେ ଆଗକୁ ବଢିବା ସମ୍ଭବ ନୁହେଁ l ଏହାକୁ ନେଇ ଆପଣ କଣ କହିବେ ? ଏହାକୁ ନେଇ ଫରିଦ ମମୁଁଦଜେ କହିଥିଲେ ” ତାଲିବାନୀ ନେତା ମାନଙ୍କ ଚେର ପେଶୱାର ସହିତ ଯୋଡି ହୋଇଛି l ଯଦି ଏପରି ହୋଇ ନଥାଆନ୍ତା ତେବେ ସ୍ଥିତି ଏତେ ଖରାପ ହୋଇ ନଥାଆନ୍ତା l ପାକିସ୍ତାନୀ କବି ଅହମଦ ଫରାଜ କହିଛନ୍ତି ଯେ ଏଭଳି ବର୍ଷା ସହିତ ସମ୍ପର୍କ ଯୋଡିବା ଭଲ ନୁହେଁ l ତମର ମାଟି ଘର ବିଷୟରେ କିଛିଟା ଚିନ୍ତା କର l  ଆଜି ଆମେ ଅସୁବିଧାରେ ଅଛୁ ହୁଏତ କାଲି ତାଙ୍କ ପାଇଁ ଅସୁବିଧା ବଢିପାରେ l ପଡୋଶୀ ହୋଇଥିବା କାରଣରୁ ଆମେ ଚେତାଇ ଦେଉଛୁ ଆତଙ୍କ ବାଦ ସହିତ ବନ୍ଧୁତା ଭଲ ନୁହେଁ l ”

ଭାରତ ପାଖରୁ ସାହାଯ୍ୟର ଆଶା –
ଏହି ଅସୁବିଧା ସମୟରେ ଫରିଦ ମମୁଁଦଜେ ଭାରତ ନିକଟରୁ ସାହାଯ୍ୟ ଆଶା ରଖିଛନ୍ତି l ସେ କହିଛନ୍ତି ଭାରତ ଆମକୁ ସବୁବେଳେ ସାହାଯ୍ୟ କରି ଆସିଛି l ଆମେ ଭାରତ ସହିତ ସାହାଯ୍ୟ ପାଇଁ ଚର୍ଚା କରୁଛୁ l ଆମ ଦେଶରେ ଖାଦ୍ୟର ଅଭାବ ରହିଛି l ଆମେ ଆସା ରଖିଛୁ ଭାରତ ଆମର ସାହାଯ୍ୟ କରିବ l ଭାରତ ଆମକୁ ୧୧ ଟି ହେଲିକାପ୍ଟର ସାହାଯ୍ୟ କରିଛି ,ଆମେ ସୈନ୍ୟ ପାଇଁ ସାହାଯ୍ୟ ମାଗି ନାହୁଁ l ମୁଁ ଭାରତ ପାଖରେ ଋଣୀ ଯେ ସେ ଆମ ସୈନ୍ୟ ମାନଙ୍କୁ ସାହାଯ୍ୟ କରୁଛି l

Comments are closed.