ଗୁଜରାଟ : ଲକ୍ଡାଉନ୍ ଅନେକଙ୍କୁ ସେଫ୍ କରିଦେଇଥିବା ବେଳେ ଗୁଜରାଟ ଭଡୋଦରାର ୧୨ ବର୍ଷର ବାଳକ ରୁଦ୍ର ବାଘେଲା ଟେକ୍ନିକାଲ୍ ଫୁଡ୍ ଇନୋଭେଟର ହୋଇଛନ୍ତି । ରୋବୋଟିକ୍ ସ୍କିଲ୍ରେ ଗବେଷଣା କରୁ କରୁ ନୁଡ୍ଲ୍ ତିଆରି କରୁଥିବା ରୋବଟ୍ ନିର୍ମାଣରେ ସଫଳ ହୋଇଛନ୍ତି । ଦୁଇ ମିନିଟ୍ରେ ନୁଡ୍ଲ ତିଆରି କରୁଥିବା ରୋବଟ୍ରେ ସେ ଲିଗୋ ପାର୍ଟ ବ୍ୟବହାର କରିଛନ୍ତି ।ଲକ୍ଡାଉନ୍ରେ ଅନ୍ଲାଇନ୍ କ୍ଲାସ୍ ହେଉଥିବାରୁ ଅଧିକ ସମୟ ମିଳୁଥିଲା ଓ ସେ ସମୟ ନଷ୍ଟ ନ କରି ରୋବଟ୍ ତିଆରି କରିଥିବା କହିଛନ୍ତି । ରୋବଟ୍ ବ୍ୟତୀତ ରୁଦ୍ର ରିମୋଟ୍ ଦ୍ୱାରା ପରିଚାଳିତ ଏରୋପ୍ଲେନ୍ ଓ ଦୁଇ ଚକିଆ ସେଲଫ୍ କଣ୍ଟ୍ରୋଲିଂ ପର୍ସନାଲ୍ ଟ୍ରାନ୍ସପର୍ଟର ତିଆରି କରିଛନ୍ତି । ୫ ବର୍ଷ ହେବ ରୋବଟ୍ ନିର୍ମାଣ କ୍ଷେତ୍ରରେ ଟ୍ରେନିଂ ନେଉଛନ୍ତି ରୁଦ୍ର ।