Odisha news

ଭାଇ-ଭଉଣୀ ରାତାରାତି ଷ୍ଟାର୍‌

0

ଝାଡ଼ଖଣ୍ଡ : ଝାଡ଼ଖଣ୍ଡ ଧାନବାଦ ଜିଲ୍ଲା କୁସମାଟାଣ୍ଡ ଗæôର ଭାଇ-ଭଇଣୀଙ୍କ ଡାନ୍ସ ଭିଡିଓ ଭାଇରାଲ ହେଉଛି । ଦୁହେଁ ମିଶି ଟିକ୍‌ଟକ୍‌ରେ ଏକ ଭିଡିଓ କରିଛନ୍ତି ଯାହାକୁ କୋଟିକୋଟି ଲୋକ ଦେଖିଲେଣି । ଦୁହିଁଙ୍କର ୧୨ ଲକ୍ଷରୁ ଅଧିକ ଫଲୋୟର୍‌ ହେଲେଣି । ଅଭିନେତ୍ରୀ ମିନି ମାଥୁରଙ୍କୁ ମଧ୍ୟ ଏହି ଭିଡିଓ ଖୁବ୍‌ ପସନ୍ଦଆସିଛି । ସେ ଏହାକୁ ଟ୍ୱିଟରରେ ସେୟାର କରିଛନ୍ତି । ସନାତନ ଓ ତାଙ୍କ ଭଉଣୀ ସାବିତ୍ରୀ ଏହି ଭିଡିଓ ଯୋଗୁ ଏବେ ଟିକ୍‌ଟକ୍‌ ଷ୍ଟାର୍‌ ହୋଇଛନ୍ତି । ସନାତନ କହିଛନ୍ତି, ପିଲାଦିନୁ ମୋର ନାଚରେ ସଉକ ଥିଲା । ମୁଁ ଡାନ୍ସ କ୍ଲାସ୍‌ ଜଏନ୍‌ କରିଥିଲି । ଅର୍ଥାଭାବରୁ କ୍ଲାସ୍‌ ଛାଡ଼ିଥିଲେ ମଧ୍ୟ ଅଭ୍ୟାସ ଛାଡ଼ି ନ ଥିଲି ।

Leave A Reply

Your email address will not be published.