ଭାରତର ଲଗାତାର ମିସାଇଲ ପରୀକ୍ଷଣ ଚିନ୍ତା ବଢ଼ାଇଛି ପାକିସ୍ତାନ ର, ଏବଂ ପାକିସ୍ଥାନ ମଧ୍ୟ ଜାଣିଚି ଏହି ମିସାଇଲ ଭାରତର ଶକ୍ତି ବୋଲି l ଗୋଟିଏ ସୂଚନା ଅନୁସାରେ ରକ୍ଷା ବିଭାଗ ରେ ର ଶକ୍ତି ଓ ତାର ଆତ୍ମନିର୍ଭରତା ହେବା ଦ୍ୱାରା ପାକିସ୍ତାନ ଖୁବ ଚିନ୍ତିତ l ପାକିସ୍ତାନୀ ଖବର କାଗଜ ର ସୂଚନା ଅନୁସାରେ ପାକିସ୍ତାନ ଭାରତର ମିସାଇଲ ଶକ୍ତି ପାଇଁ ଖୁବ ଚିନ୍ତିତ ହୋଇଯାଇଛି l
ପାକିସ୍ତାନୀ ମିଡ଼ିଆ ରିପୋର୍ଟ ଅନୁସାରେ ଡିଫେନ୍ସ ସେକ୍ଟର ରେ ଭାରତର ସଫଳତା ପାକିସ୍ତାନ ଓ ଚୀନ ସମେତ ବିଶ୍ୱ ସୁରକ୍ଷା ପାଇଁ ବିପଦ ବୋଲି କୁହାଯାଇଛି l ଏହି ମିଡ଼ିଆ ଅନୁସାରେ ଭାରତର ଅଲଗା ଅଲଗା ଶକ୍ତି ପ୍ରଦର୍ଶନ ଓ ପରୀକ୍ଷଣ ବିଶ୍ୱର ସୁରକ୍ଷା ପାଇଁ ବିପଦ ପୁର୍ଣ ଅଟେ l ଏବଂ ଭାରତ ନିଜର ମିସାଇଲ ଶକ୍ତି ରେ ଲଗାତାର ବଢାଇବା ପ୍ରତିଷ୍ଠା, ଶକ୍ତି ପ୍ରଦର୍ଶନ, ପ୍ରଭୁତ୍ୱ କୁ ବଢାଇବା ଓ ଯୁଦ୍ଧ ରେ ଜୟ କରିବା ଉଦେଶ୍ୟ ରଖିଛି l ଏବଂ ପାକିସ୍ତାନ ର ବୁଦ୍ଧିଜୀବୀ ମାନେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର କୁ ଅନୁରୋଧ କରିଛନ୍ତି ଭାରତକୁ ଅଟକାଇବା ପାଇଁ l
ପାକିସ୍ତାନ ମିଡ଼ିଆ ରିପୋର୍ଟ ଅନୁସାରେ ଭାରତର ରକ୍ଷା ବିଭାଗ ଅନୁସାରେ ଭାରତ ନିଜର ରକ୍ଷା ବିଭାଗ କୁ ଆଧୁନିକୀ କରଣ କରିବାରେ ଲାଗିଛି, ଭାରତର ବାଲିଷ୍ଟିକ ମିସାଇଲ ଏତେ ଶକ୍ତିଶାଳୀ ଯେ ପରମାଣୁ ବୋମା କୁ ମଧ୍ୟ ଧ୍ବଂସ କରିବାର ଶକ୍ତି ରହିଛି, ଯାହାକି ଭାରତରେ ପ୍ରସ୍ତୁତ ଚାଲିଛି l ଭାରତ ବ୍ରହ୍ମୋସ ମିସାଇଲ କୁ ସୁପର ସନିକ ରୁ ହାଇପର ସନିକ ପ୍ରସ୍ତୁତ କରୁଛି l ଏପରି ସ୍ଥିତିରେ ଭାରତ ନିଜର ରକ୍ଷା ଶକ୍ତିକୁ ଚୀନ ସହିତ ଦୁନିଆର ବିଭିନ୍ନ ଦେଶରେ ରପ୍ତାନି ହୋଇପାରିବ l
ପାକିସ୍ଥାନ ନିଜର ଖରାପ ଅର୍ଥବ୍ୟବସ୍ଥା ଓ ନିଜର ଆତଙ୍କବାଦୀ ଚକ୍ରବ୍ୟୁହ ରେ ଫସି ରହିଛି, ଏବଂ ଡିଫେନ୍ସ କ୍ଷେତ୍ରରେ ସେ ଉନ୍ନତି କରିପାରୁ ନାହିଁ, ଯାହାକି କିଛିବର୍ଷ ପୂର୍ବରୁ ପାକିସ୍ଥାନ ର ଶକ୍ତି ଥିଲା l ପାକିସ୍ତାନ ର ସ୍ଥିତି ଏଭଳି ନାହିଁ ଯେ ସେ ଭାରତକୁ ଅଟକାଇ ପାରିବ l ତେଣୁ ବର୍ତମାନ ଭାରତ ସଂଯୁକ୍ତ ରାଷ୍ଟ୍ର ସଙ୍ଘ ରେ ଅନୁରୋଧ କରିଛି ଓ ଅନ୍ୟ ଦେଶର ହସ୍ତକ୍ଷେପ ଚାହୁଁଚି l