Odisha news

କରୋନା ସଂକ୍ରମିତଙ୍କୁ ମେଡିକାଲ କୁ ସ୍ଥାନାନ୍ତର ଦାବୀରେ ରାସ୍ତା ଅବରୋଧ

0

ଖୋର୍ଦ୍ଧା : କରୋନା ସଂକ୍ରମିତକୁ କୋଭିଡ ମେଡିକାଲ କୁ ସ୍ଥାନାନ୍ତର କରାନଯାଇ ତାଙ୍କୁ ୩ଦିନ ଧରି ଘରେ ରହିବାକୁ ଦିଆଯାଇଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତେଜନା ଦେଖାଯାଇଥିଲା । ଲୋକମାନେ ରାସ୍ତାରୋକ କରିଥିବାବେଳେ ପୁଲିସ ଓ ମେଡିକାଲ ଟିମ ଘଟଣାସ୍ଥଳରେ ପହଁଚି ସଂକ୍ରମିତଙ୍କୁ ମେଡିକାଲ ନେବା ପରେ ଉତେଜନା ହ୍ରାସ ପାଇଥିଲା ।

ଘଟଣାରୁ ଜଣାଯାଇଛି, ଗତ କାଲି ଖୋର୍ଦ୍ଧା ପୋରପରିଷଦ ଅର୍ନ୍ତଗତ ସୂର୍ଯ୍ୟନଗର ଅଚଂଳରୁ ଜଣେ ମହିଳା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଏହାପରେ ଉକ୍ତ ଅଂଚଳକୁ ଜିଲ୍ଲାପାଳ କଂଟେନମେଂଟ ଜୋନ୍ ଘୋଷଣା କରିଥିଲେ । ମାତ୍ର ଉକ୍ତ ଅଂଚଳରେ ବ୍ୟାରିକେଡ ନିର୍ମାଣରେ ପ୍ରଶାସନ ବିଳମ୍ବ କରିଥିଲା ।

ଏବଂ ସମ୍ପୃକ୍ତ ଆକ୍ରାନ୍ତ ନିଜ ଘରେ କ୍ୱାରେଟାଂଇନରେ ରହିଥିଲେ । ଏହା ଜଣାପଡିବା ପରେ ଉତ୍ୟକ୍ତ ଗ୍ରାମବାସୀ ଆଜି ଗୁରୁଜଙ୍ଗ-ଖୋର୍ଦ୍ଧା ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ । ଗ୍ରାମବାସୀମାନେ ପଜିଟିଭ ବାହାରି ଥିବା ଉକ୍ତ ମହିଳାଙ୍କୁ ଘରେ ନ ରଖି ତୁରନ୍ତ କୋଭିଡ ହସପିଟାଲକୁ ନେବା ପାଇଁ ଦାବୀ କରେିଥିଲେ । ଫଳରେ ଗ୍ରାମରେ ଉତେଜନା ଲାଗିରହିଥିଲା । ଖବର ପାଇଁ ଘଟଣାସ୍ଥଳକୁ ପୁଲିସ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସ ଆସି ସଂପୃକ୍ତ ସ୍ୱାସ୍ଥ୍ୟ ବିଭାଗ ମହିଳା କର୍ମଚାରୀଙ୍କୁ ଡାକ୍ତରଖାନାକୁ ନେବାରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।

 

Leave A Reply