Odisha news

ବେତନଟୀରେ ଖୋଲିଲା କୋଭିଡ କେୟାର ସେଣ୍ଟର : ୧୦ ଶଯ୍ୟା ବିଶିଷ୍ଟ କେୟାର ସେଣ୍ଟରର କାର୍ଯ୍ୟ ସମାପିତ

0

ବେତନଟୀ : ବେତନଟୀ କଲେଜ ପରିସରରେ କୋଭିଡ କେୟାର ସେଣ୍ଟର ଖୋଲିଛି । ଏହି କେୟାର ସେଣ୍ଟରଟି ୧୦ ଶଯ୍ୟା ବିଶିଷ୍ଟ ବୋଲି ଜଣା ପଡିଛି । ବେତନଟୀ ବିଡିଓ ସ୍ମୃତିରଞ୍ଜନ ମଲ୍ଲିକ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡା. ସିପୁନ ପଣ୍ଡା, ବିପିଏମ ସସ୍ମିତା ଦାଶ, ପିଏଚଇଓ ମଞ୍ଜୁଶ୍ରୀ ଦାସ, ପୁରୁଷ ସ୍ୱାସ୍ଥ୍ୟ ବସନ୍ତ ବେହେରା ପ୍ରମୁଖ ଏହାର କାର୍ଯ୍ୟ ସମାପନ କରା ଯାଇଛି । ଏହି ସେଣ୍ଟରରେ ୧୦ଟି ଶଯ୍ୟା ରଖା ଯାଇଛି ।

ସନ୍ଦିଗ୍ଧ କରୋନା ଓ ଫ୍ଲୁ ରୋଗୀ ମାନଙ୍କୁ ଏହି କେନ୍ଦ୍ରରେ ରଖା ଯାଇ ଚିକିସôା କରା ଯିବ ବୋଲି ଜଣା ପଡିଛି । ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କୋଭିଡ ପାଇଁ ପଠା ଯାଇ ଥିବା କର୍ମଚାରୀ ମାନେ ବେତନଟୀ କୋଭିଡ କେୟାର ସେଣ୍ଟରରେ କାର୍ଯ୍ୟ କରିବେ । ଏହି କେନ୍ଦ୍ରର ନୋଡାଲ ଚିକିସôକ ଭାବେ ଡାକ୍ତର ବିବେକାନନ୍ଦ ଜେନାଙ୍କୁ ଦାୟୀତ୍ୱ ପ୍ରଦାନ କରିଛନ୍ତି । ଏହି କେନ୍ଦ୍ରଟିର କାର୍ଯ୍ୟ ସମାପନରେ ବିଜୟ ସ୍ୱାଇଁ, ବିଜୟ ମୁଖି, ଜଗବନ୍ଧୁ ପାତ୍ର ଓ ଅନ୍ୟମାନେ ସହଯୋଗ କରି ଥିବାର ଜଣା ପଡିଛି ।

Leave A Reply

Your email address will not be published.