Odisha news

ଭାତ ଖାଇଲେ ମଧ୍ୟ ବଢିବ ନାହିଁ ଓଜନ , ଭାତ ରାନ୍ଧିବା ସମୟରେ ଏହିସବୁ କଥାକୁ ରଖନ୍ତୁ ଧ୍ୟାନ

0
ଅଧିକାଂଶ ଲୋକ ଓଜନ ହ୍ରାସ କରିବା ପାଇଁ ଅରୁଆ ଚାଉଳ ର ଭାତ କୁ ଖାଇବା ପାଇଁ ଇଚ୍ଛା କରି ନଥାଆନ୍ତି । ଅରୁଆ ଭାତ ରେ ଅଧିକ ମାତ୍ରାରେ ଷ୍ଟାର୍ଚ ଓ କ୍ୟାଲୋରୀ ରହିଥାଏ । ତେଣୁ ଓଜନ ନିୟନ୍ତ୍ରଣ ସମୟରେ ଭାତ ଖାଇବା ପାଇଁ ବାରଣ କରାଯାଇ ଥାଏ । ଆସନ୍ତୁ ଆଜି ଜାଣିବା ଓଜନ ହ୍ରାସ ସମୟରେ ଅରୁଆ ଭାତ ଖାଇବା ଉଚିତ୍ କି ଅନୁଚିତ୍ କଣ କହୁଛି ଗବେଷଣା ।
ଯଦି ଆପଣ ନିଜ ଡାଏଟ୍ ରେ ଅରୁଆ ଭାତ ଖାଉଛନ୍ତି ତେବେ ଏହିସବୁ କଥାକୁ ଧ୍ୟାନ ରଖିବା ଆବଶ୍ୟକ ।
୧) ଦିନରେ ଅରୁଆ ଭାତ ଖାଇବା ଉଚିତ୍ -:
ଯଦି ଆପଣ ଅରୁଆ ଭାତ ଖାଉଛନ୍ତି ତେବେ ଦିନରେ ଖାଇବା ଆବଶ୍ୟକ । ଆପଣ ନିଜର ଡାଏଟ୍ ଅନୁସାରେ ଭାତ ଖାଇବାର ମାତ୍ରା ଠିକ୍ କରନ୍ତୁ ।ଯେଉଁଦିନ ଭାତ ଖାଉଛନ୍ତି ସେହିଦିନ ଚେଷ୍ଟା କରନ୍ତୁ କାର୍ବୋହାଇଡ୍ରେଟ ମାତ୍ରା କମ୍ ସେବନ କରିବେ ।
୨) ପରିବା ତରକାରୀ ସହିତ ସେବନ କରନ୍ତୁ –
ଅରୁଆ ଭାତ କ୍ୟାଲୋରୀ ବଢ଼ାଉଥିବ କାରଣରୁ ଏହାକୁ ସବୁଜ ପନିପରିବା ସହିତ ସେବନ କରିବା ଉଚିତ୍ । ଯାହାଦ୍ଵାରା ଆମେ ଯେପରି ଖୁବ୍ କମ୍ ଭାତ ସେବନ କରିବା ଓ ଅଧିକ ପରିମାଣରେ ସବୁଜ ପନିପରିବା ସେବନ କରି ପାରିବା।
୩) ରାନ୍ଧିବା ପ୍ରକ୍ରିୟା :-
ଯଦି ଆପଣ ଅରୁଆ ଭାତ ରନ୍ଧୁଛନ୍ତି ତେବେ ଧ୍ୟାନ ରଖନ୍ତୁ ଯେ ଭାତ ରେ ଯେପରି କୌଣସି ପ୍ରକାରର ଫ୍ୟାଟ ର ପ୍ରୟୋଗ ନହେଉ । ଭାତ କୁ ରାନ୍ଧି ସାରି ଗାଳିବା ଆବଶ୍ୟକ । ଏହାଦ୍ବାରା ଭାତ ରୁ କ୍ୟାଲୋରୀ ନଷ୍ଟ ହୋଇଥାଏ ଓ ଶରୀର ପାଇଁ କ୍ଷତିକାରକ ହୋଇ ନଥାଏ ।
Nalco
Leave A Reply