ହିନ୍ଦୁ ଧର୍ମରେ ବଜ୍ରଙ୍ଗ ବାଣ ର ଖୁବ୍ ମହତ୍ତ୍ଵ ରହିଛି । ନିଜ ମନର ଭୟ ଠାରୁ ମୁକ୍ତି ପାଇବା ପାଇଁ ଓ ହନୁମାନଙ୍କ କୃପା ଲାଭ କରିବା ପାଇଁ ବଜ୍ରଙ୍ଗ ବାଣ ପାଠ କରି ଥାଆନ୍ତି । ମଙ୍ଗଳବାର ଦିନ ଟି ହନୁମାନଙ୍କୁ ସମର୍ପିତ । ଏହିଦିନ ବଜ୍ରଙ୍ଗ ବାଣ ପାଠ କରିବା ଖୁବ୍ ଶୁଭ ଅଟେ । କିନ୍ତୁ ଏହାକୁ ପାଠ କରିବା ସମୟରେ କିଛି ନିୟମ ପାଳନ କରିବା ଉଚିତ୍ । ଆସନ୍ତୁ ଜାଣିବା ବଜ୍ରଙ୍ଗ ବାଣ ପାଠ କରିବା ସମୟରେ କେଉଁ ସବୁ ନିୟମ ମାନିବା ଜରୁରୀ ଓ କଣ ସବୁ ଲାଭ ମିଳିଥାଏ ।
ବଜ୍ରଙ୍ଗ ବାଣ ପାଠ କରିବାର ନିୟମ –
ସକାଳୁ ସ୍ନାନ ସାରି ହନୁମାନଙ୍କୁ ଧ୍ୟାନ କରି ଆସନ ରେ ବସନ୍ତୁ ଓ ଏହାପରେ ଧୂପ, ଦୀପ, ଫୁଲ ଅର୍ପଣ କରି ରୁଦ୍ରାକ୍ଷ ମାଳରେ ସଂକଳ୍ପ କରି ବଜ୍ରଙ୍ଗ ବାଣ ପାଠ କରନ୍ତୁ ।
ବଜ୍ରଙ୍ଗବାଣ ପାଠ କରିବା ଦ୍ୱାରା ମିଳିଥାଏ ଏହିସବୁ ସମସ୍ୟା ରୁ ମୁକ୍ତି -:
-ବଜ୍ରଙ୍ଗବାଣ ପାଠ କରିବା ଦ୍ୱାରା ବିବାହ କାର୍ଯ୍ୟ ବାଧା ଦୂର ହୋଇଥାଏ । ହନୁମାନ ଙ୍କ ଆଶୀର୍ବାଦ ପ୍ରାପ୍ତ ହେଇ ଜୀବନ ର ବାଧା ବିଘ୍ନ ଦୁର ହୋଇଥାଏ ।
-ବଜ୍ରଙ୍ଗବାଣ ପାଠ କରିବା ଦ୍ୱାରା କୁଣ୍ଡଳୀ ରୁ ଗ୍ରହ ଦୋଷ ଦୁର ହୋଇଥାଏ ଓ ଜୀବନ ରୁ ସମସ୍ତ ସମସ୍ୟା ଦୂର ହୋଇଥାଏ ।
– ଯଦି କାର୍ଯ୍ୟ କ୍ଷେତ୍ରରେ କୌଣସି ଅସୁବିଧା ଦେଖା ଯାଉଚି ତେବେ ପ୍ରତି ମଙ୍ଗଳବାର ଦିନ
ବଜ୍ରଙ୍ଗବାଣ ନିହାତି ପାଠ କରିବା ଆବଶ୍ୟକ ।
– ଶରୀରର ସମସ୍ତ ପ୍ରକାର ସମସ୍ୟା କୁ ଦୁର କରିଥାଏ ବଜ୍ରଙ୍ଗବାଣ । ଯାହାଦ୍ଵାରା ଜୀବନ ରୁ କଷ୍ଟ ମୋଚନ କରନ୍ତି ହନୁମାନ ।
– ନିୟମିତ ସକାଳୁ ବଜ୍ରଙ୍ଗବାଣ ପାଠ କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ ଓ ଛାତ୍ର ଛାତ୍ରୀ ମାନେ ମଧ୍ୟ ନିଜ ମନକୁ ସ୍ଥିର କରି ପାରିବେ ।
ବଜ୍ରଙ୍ଗବାଣ ପାଠ କରିବା ର ନିୟମ –
– ଏହାକୁ ପାଠ କରିବା ପାଇଁ ମଙ୍ଗଳବାର ହେଉଛି ଉପଯୁକ୍ତ ଦିନ ।
– ଏହାକୁ ପାଠ କରିବା ସମୟରେ କଳା ବସ୍ତ୍ର ପରିଧାନ କରିବା ଉଚିତ୍ ନୁହେଁ ।
– ଏହାକୁ ପାଠ କରିବା ସମୟରେ ହନୁମାନଙ୍କ ନିକଟରେ ନିଜ ର ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ ।
