Odisha news

ବୋଲଗଡ଼ରୁ ନାବାଳିକା ଉଦ୍ଧାର

0

ଖୋର୍ଦ୍ଧା : ବୋଲଗଡ଼ ଥାନା ଅନ୍ତର୍ଗତ ପରମା ନନ୍ଦ ମହାବିଦ୍ୟାଳୟ ନିକଟରେ ଥିବା ମହେନ୍ଦ୍ର ଦାସଙ୍କ ଘରୁ  ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଜଣେ ୧୩ ବର୍ଷର ନାବାଳିକାକୁ ଉଦ୍ଧାର କରିଛି । ନାବାଳିକାର ଘର ଆସାମ ରାଜ୍ୟରେ । ଦୀର୍ଘ ୨ ବର୍ଷରୁ ଉଦ୍ଧ୍ୱର୍ ଏହି ନାବାଳିକା ମହେନ୍ଦ୍ର ଦାସଙ୍କ ଘରେ ରହି ରୋଷେଇ କରିବା ସହ ଲୁଗା ସଫା କରିବା, ଘର ଝାଡ଼ୁ କରିବା ଇତ୍ୟାଦି କାର୍ଯ୍ୟ କରୁଥିବା ନିଜେ ନାବାଳିକା ଜଣକ ସ୍ୱିକାର କରିଛି । ସେ ଆସାମରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲା ।

ଏଠି ସେ ପାଠ ପଢୁ ନଥିବା ପ୍ରକାଶ କରିଛି । ଘର ପାଇ ଖୋର୍ଦ୍ଧାର ଅତିରିକ୍ତ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ, ପ୍ରୋବେସନ ଅଧିକାରୀ ସୋ÷ମେନ୍ଦ୍ର ନାୟକ, ସାମାଜିକ କର୍ମୀ ରଂଜନ କୁମାର ଗୋଛାୟତ ଏବଂ ବୋଲଗଡ଼ ପୁଲିସର ସହାୟତାରେ ଏହି ନାବାଳିକାକୁ ମହେନ୍ଦ୍ର ଦାସଙ୍କ ଘରୁ ଉଦ୍ଧାର କରିବା ସହିତ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ଏବଂ ନାବାଳିକାକୁ ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତିଙ୍କ ନିକଟରେ ହାଜର କରାଇଥିଲେ । ଶିଶୁ ମଙ୍ଗଳ ସମିତିର ନିଦେ୍ର୍ଦଶ କ୍ରମେ ନାବାଳିକା ଜଣକୁ ଭୁବନେଶ୍ୱରସ୍ଥିତ ଏକ କନ୍ୟା ଶିଶୁ ଗୃହରେ ଅବସ୍ଥାପିତ କରାଯାଇଛି ।

Leave A Reply