Odisha news

ନଗର ବିଜେଡି ପକ୍ଷରୁ ସଚେତନତା ଓ ସୁଖିଲା ଖାଦ୍ୟ ବଂଟନ

0

ଖୋର୍ଦ୍ଧା,୧୨ା୫(ସ.ବୁ୍ୟ): କରୋନା ସଂକ୍ରମଣକୁ ରୋକିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଗତ ମାର୍ଚ୍ଚ ୨୨ତାରିଖରୁ ଲକଡାଉନ ଘୋଷଣା କରିଛନ୍ତି । ଯାହାଫଳରେ ଗରିବ, ଅସହାୟମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ଏଭଳି ପରିସ୍ଥିତିରେ ନଗର ବିଜେଡି ପକ୍ଷରୁ ଖୋର୍ଦ୍ଧା ପୌରପରିଷଦରେ ଥିବା ଅସହାୟ ଲୋକମାନଙ୍କୁ ସୁଖିଲା ଖାଦ୍ୟ ଓ ମାସ୍କ ବଂଟାଯିବା ସହିତ କରୋନା ସମ୍ପର୍କରେ ସଚେତନ କରାଯାଇଥିଲା ।

ପୌରପରିଷଦର ୬ନଂ ୱାଡରେଥିବା ଗଡଦ୍ୱାର ସାହି ଓ ସ୍ୱପ୍ନେଶ୍ୱର ବସ୍ତିରେ ଆଜି ନଗର ବିଜେଡି ସଭାପତି ମହମ୍ମଦ ଆରିଫ (ବାବୁ), ୱାର୍ଡ ସଭାପତି ଲଳିତ ମୋହନ ମହାପାତ୍ର ପ୍ରମୁଖ ଦ୍ୱାର ଦ୍ୱାର ବୁଲି ଲୋକମାନଙ୍କୁ ସଚେତନତା କରାଇବା ସହିତ ମାସ୍କ ଓ ସୁଖିଲା ଖାଦ୍ୟ ବଂଟନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କର୍ମୀ ହରିଶ୍ଚନ୍ଦ୍ର ନାୟକ, ବସନ୍ତ ନାୟକ, ପଦ୍ମଚରଣ ବାରିକ, ୨୧ନଂ ୱାର୍ଡ ସଭାପତି ଆଲିମ ଖାନ୍, ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply