କଣିହାଁ : ଲଘୁଚାପରେ ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା କରି ରେଙ୍ଗାଳି ଡ୍ୟାମ ରବିବାର ଅପରାହ୍ନ ସାଢେ ୪ଘଟିକା ସମୟରେ ୭ନଂ ଗେଟକୁ ସଂପୁର୍ଣ୍ଣ ଖୋଲିଛି । ରବିବାର ସଂଧ୍ୟା ଘଟିକା ସୁଧା ଡ୍ୟାମ ଭିତରକୁ ବର୍ତମାନ ପ୍ରତି ସେକେଣ୍ଡରେ ୨୯୨୭.୩୪ ଘନମିଟର ଜଳ ପଶୁଥିବାବେଳେ ଗେଟ ଓ ପାୱାର ହାଉସ ଦେଇ୨୦୧୬.୧୬ ଘନମିଟର ଜଳ ନିଷ୍କାସିତ ହେଉଛି ।
ଡ୍ୟାମର ଜଳସ୍ତର ୧୨୧.୯୨ମିଟର ରହିଥିବାବେଳେ ଏହାର ସର୍ବୋଚ୍ଚ ଜଳସ୍ତର ୧୨୩.୫ମିଟର ରହିଥିବା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ଜେନାଙ୍କ ସୁତ୍ରରୁ ପ୍ରକାଶ । ଶନିବାର ରାତି ୯ଘଟିକା ସମୟରେ ପ୍ରଥମ ବନ୍ୟାଜଳ ନିଷ୍କାସନ ନିମିତ ଡ୍ୟାମର ସମୁଦାୟ ୨୪ଟି ଗେଟ ମଧ୍ୟରୁ ୭ନଂ ଗେଟକୁ ଆଂଶିକ(ଶତକଡା ୪୦ଭାଗ) ଖୋଲା ଯାଇଥିଲା ।