ଜିଓଫାଇବର, ଜିଓ ଏୟାରଫାଇବର ପରେ ରିଲାଏନ୍ସ ଜିଓ ଆରମ୍ଭ କରିବ ଏଆଇ ଶକ୍ତି ସମ୍ପନ୍ନ ଇନ୍-ହୋମ୍ (ଗୃହ) ସେବା
ପ୍ଲମ୍ ସହିତ ଜିଓର ସହଯୋଗିତା ସ୍ଥାପନ; ପ୍ଲମ୍ର କ୍ଲାଉଡ୍ ପ୍ଲାଟଫର୍ମ ବ୍ୟବହାର ହେବ
ଭୁବନେଶ୍ୱର: ଗ୍ରାହକମାନଙ୍କୁ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ)ର ଶକ୍ତି ସମ୍ପନ୍ନ ସ୍ମାର୍ଟ ହୋମ୍ ଓ କ୍ଷୁଦ୍ର ବ୍ୟବସାୟ ସେବା ପ୍ରଦାନ କରିବା ଲାଗି ପ୍ଲମ୍ ସହ ସହଭାଗିତା କରିଛି ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍ । ପ୍ଲମ୍ର ବ୍ୟାପକ କ୍ଲାଉଡ୍ ପ୍ଲାଟଫର୍ମ ମାଧ୍ୟମରେ ଏହି ସହଯୋଗିତା ଭାରତରେ ପ୍ରାୟ ୨୦ କୋଟି ପରିସରକୁ ଅତ୍ୟାଧୁନିକ ସେବା ପ୍ରଦାନ କରିବ ।
ରିଲାଏନ୍ସ ଜିଓ ଗ୍ରାହକମାନଙ୍କ ଲାଗି ପ୍ଲମ୍ର ଏଆଇଭିତିକ ଓ କ୍ଲାଉଡ୍ ପ୍ଲାଟଫର୍ମ ଉପରେ ଆଧାରିତ ହୋମ୍ପାସ୍ ଓ ୱାର୍କପାସ ସେବାର ଶୁଭାରମ୍ଭ କରିବ । ହୋମ୍ପାସ୍ ଜରିଆରେ ଘର ଏକ ସ୍ମାର୍ଟ ହୋମ୍ରେ ପରିଣତ ହେବ । ଘର ସାରାର ଡିଭାଇସ୍ ସମୂହ ୱାଇ-ଫାଇରେ ଯୋଡ଼ିହୋଇପାରିବେ । ଆପ୍ଲିକେସନ୍ର ପ୍ରଦର୍ଶନରେ ସୁଧାର ଆସିବ, କନେକ୍ଟେଡ୍ ଡିଭାଇସ୍କୁ ସାଇବର ଆକ୍ରମଣରୁ ସୁରକ୍ଷା ମିଳିବ ଏବଂ ଶିଶୁମାନଙ୍କ ଲାଗି ବିଷୟବସ୍ତୁକୁ ଅଭିଭାବକମାନେ ଭଲ ଭାବେ ନିୟନ୍ତ୍ରଣ କରିପାରିବେ । ୱାଇ-ଫାଇ ମୋସନ ସେନ୍ସିଂ ଭଳି ସୁବିଧା ମଧ୍ୟ ମିଳିବ ।
କ୍ଷୁଦ୍ର ବ୍ୟବସାୟୀମାନଙ୍କ ଲାଗି ପ୍ଲମ୍ର ୱାର୍କପାସ୍ ମଧ୍ୟ ବେଶ ଉପଯୋଗୀ ସାବ୍ୟସ୍ତ ହେବ । ୱାର୍କପାସ୍ ହେଉଛି ଏକ ବିଜନେସ୍ ଇଂଟେଲିଜେନ୍ସ ପ୍ଲାଟଫର୍ମ ଯାହା କ୍ଷୁଦ୍ର ବ୍ୟବସାୟ ପାଇଁ ସରଳ ସମାଧାନ ଏବଂ ତାହାର ସୁଗମତା ସହିତ ଏଂଟରପ୍ରାଇଜ୍ ମାନର ଔଦ୍ୟୋଗିକ କ୍ଷମତାର ସନ୍ତୁଳନ ବଜାୟ ରଖିବ । ଏଥିରେ ଆବଶ୍ୟକ କନେକ୍ଟିଭିଟି (ସଂଯୋଗ), ଉତ୍ପାଦକତା ଓ ସୁରକ୍ଷା ଟୁଲ୍ ମଧ୍ୟ ରହିଛି ।
ଗ୍ରାହକମାନଙ୍କୁ ଉତମ ଅନୁଭବ ପ୍ରଦାନ କରିବା ଲାଗି ପ୍ଲମ୍ର ହେଷ୍ଟେକ୍ ସପୋର୍ଟ ଓ ଅପରେସନ୍ସ ସୁଟ୍କୁ ଜିଓ ବ୍ୟବହାର କରିବ । ଏହା ମାଧ୍ୟମରେ ଜିଓର ଗ୍ରାହକ ସହାୟତା ଓ ପରିଚାଳନା ଟିମ୍ର ପ୍ରଦର୍ଶନ ଅଧିକ ସମୃଦ୍ଧ ହେବ । ଏଥି ସହିତ ନେଟ୍ୱର୍କକୁ ସୁଦୃଢ଼ କରିବା, ଗ୍ରାହକ ସମ୍ପର୍କିତ ବିଷୟକୁ ଚିହ୍ନଟ କରିବା, ବିଶ୍ଳେଷଣ କରିବା ଏବଂ ଦ୍ରୁତ ଗତିରେ କାର୍ଯ୍ୟ ସମ୍ପାଦନ କରିବାରେ ତାହା ସହାୟକ ହୋଇପାରିବ ।
ରିଲାଏନ୍ସ ଜିଓର ସଭାପତି ମାଥ୍ୟୁ ଓମ୍ମନ କହିଛନ୍ତି ଯେ, “କନେକ୍ଟେଡ୍ ହୋମ୍ ସେବା ଲାଗି ଆମେ ନିରନ୍ତର ଭାବେ ଆମର ପୋର୍ଟଫୋଲିଓର ସମ୍ପ୍ରସାରଣ କରୁଛୁ । ନିଜ ଗ୍ରାହକମାନଙ୍କୁ ଉନ୍ନତ ଓ ସୁରକ୍ଷିତ ଇନ୍-ହୋମ୍ ଡିଜିଟାଲ୍ ସେବା ପ୍ରଦାନ କରିବା ଜିଓ ପାଇଁ ବେଶ ମହତ୍ୱପୂର୍ଣ୍ଣ । ପ୍ଲମ୍ ଭଳି ସହଯୋଗୀଙ୍କ ସହ ବ୍ୟାପକ ଓ ଅଗ୍ରଣୀ ପ୍ଲାଟଫର୍ମ ସହିତ ଜିଓ ନିଜର କନେକ୍ଟେଡ୍ ହୋମ୍ ସେବାକୁ ଆହୁରି ସୁଦୃଢ଼ କରିବ ।’’
ପ୍ଲମ୍ର ମୁଖ୍ୟ ରାଜସ୍ୱ ଅଧିକାରୀ ଆଡ୍ରିଆନ୍ ଫିଟଜରାଲ୍ଡ କହିଛନ୍ତି ଯେ, “ସାରା ଭାରତରେ ଗ୍ରାହକମାନଙ୍କୁ ଅଦ୍ୱିତୀୟ ଓ ବ୍ୟକ୍ତିଗତ ସୁହାଇବା ଭଳି ଇନ୍-ହୋମ୍ ଡିଜିଟାଲ୍ ସେବା ପ୍ରଦାନ କରିବାରେ ଆମେ ଜିଓକୁ ସହାୟତା ପ୍ରଦାନ କରିବୁ । ଜିଓକୁ ଏହି ବିକାଶ ଯାତ୍ରାରେ ସହଯୋଗ ପ୍ରଦାନ କରିବା ଲାଗି ଆମେ ବେଶ ଉତ୍ସାହିତ ରହିଛୁ ।’’
ଫିକ୍ସଡ୍ ଲାଇନ୍ ଓ ଓୟାରଲେସ୍ ସେବା ଜରିଆରେ ଭାରତରେ ଗ୍ରାହକମାନଙ୍କ ଡିଜିଟାଲ୍ ଆବଶ୍ୟକତାକୁ ଜିଓ ପୂରଣ କରୁଛି । ଦେଶରେ ପ୍ରତିଟି ଘରେ ବିଶ୍ୱସନୀୟ ଓ ହାଇ-ସ୍ପିଡ୍ ଇଂଟରନେଟ୍ ଓ ମନୋରଂଜନ ସେବା ପ୍ରଦାନ କରିବା ଲାଗି ବିଶ୍ୱସ୍ତରୀୟ ଜିଓଫାଇବର ଓ ଜିଓ ଏୟାରଫାଇବର ନେଟ୍ୱର୍କକୁ ପ୍ରସ୍ତୁତ କରାଯାଇଛି ।