ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପର୍ଫରମାନ୍ସ ସେଂଟର ଦ୍ୱାରା ତାଲିମପ୍ରାପ୍ତ କ୍ରୀଡ଼ାବିତଙ୍କ ୫ମ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଉଲ୍ଲେଖନୀୟ ସଫଳତା ହାସଲ
୭ ଟି ପଦକ ଜିତିଛନ୍ତି ଯେଉଁଥିରେ ରହିଛି ୪ ଟି ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ
ଭୁବନେଶ୍ୱର, ଫେବୃୟାରୀ ୭, ୨୦୨୩: ଏହା ଅତ୍ୟନ୍ତ ଗୌରବର ବିଷୟ ଯେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପର୍ଫରମାନ୍ସ ସେଂଟର ୫ମ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ, ୨୦୨୨ ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଓ ୭ ଟି ପଦକ ସହିତ ଘରକୁ ଫେରିଛନ୍ତି ।
ପ୍ରତିଭା, ଜିତିବାର ଦୃଢ଼ ଇଚ୍ଛାଶକ୍ତି ଓ କ୍ରମାଗତ, ଉତ୍କୃଷ୍ଟ ମାନର ତାଲିମର ଅତୁଳନୀୟ ସମନ୍ୱୟ କାରଣରୁ ଏହା ସମ୍ଭବ ହୋଇପାରିଛି । ଏହା ପୁଣିଥରେ ଓଡ଼ିଶାର ଆଥଲେଟ୍ ମାନେ ୭ ଟି ଭିନ୍ନ ଭିନ୍ନ ଇଭେଂଟରେ ପ୍ରମାଣିତ କରିଛନ୍ତି ଓ ୪ ଟି ସ୍ୱର୍ଣ୍ଣ, ୧ ଟି ରୌପ୍ୟ ଓ ୨ ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଯାହାକି ଆଥଲେଟ୍ ମାନଙ୍କ ଦ୍ୱାରା ଖେଲୋ ଇଣ୍ଡିଆ ୟୁଥ୍ ଗେମରେ ଏକ ଉତ୍କୃଷ୍ଟ ପ୍ରଦର୍ଶନ ରହିଛି । ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ପୂର୍ବ ସଂସ୍କରଣର, ଓଡ଼ିଶା ୩ ଟି ପଦକ ହାସଲ କରିଥିଲା ଯେଉଁଥିରେ ୧ ଟି ରୌପ୍ୟ ଓ ୨ ଟି ବ୍ରୋଞ୍ଜ ପଦକ ରହିଥିଲା ।
ସୁନ୍ଦରଗଡ଼ ଜିଲ୍ଲାର ୧୭ ବର୍ଷ ବୟସ୍କ ସବିତା ଟପ୍ପୋ ବାଳିକା ୧୦୦ ମି. ହର୍ଡ଼ଲ୍ସ ଓ ଲଙ୍ଗ ଜମ୍ପ ଇଭେଂଟରେ ରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ହାସଲ କରିଛନ୍ତି ଓ ଏହା ପୂର୍ବରୁ ସେ ୪x୧୦୦ ମି ରିଲେ ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଦୁଣ୍ଡାପତି ମ୍ରୁତି ଜୟରାମ, ଯିଏକି ଫିଲଡ୍ରେ ସବୁଠାରୁ ଦ୍ରୁତତମ ବାଳକ ଥିଲେ ସେ ୧୦.୫୩ ସେ ରେ ଆଉ ଏକ ନୂତନ ଖେଲୋ ଇଣ୍ଡିଆ ରେକର୍ଡ଼ ହାସଲ କରିଛନ୍ତି ଓ ୧୦୦ ମି. ରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି । ଜୟରାମଙ୍କ ସହିତ ମଧ୍ୟ ରାଜେନ୍ଦ୍ର ସିଧୁ, ମହମ୍ମଦ ରେୟାନ୍ ବାସା ଓ ନିତିଶ୍ କୁଲ୍ ୪x୧୦୦ ମି ରିଲେ ରେ ଓଡ଼ିଶା ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ଶ୍ରୀଯୁକ୍ତ ବିନିଲ୍ କ୍ରୀଷ୍ଣା, ଆଇଏଏସ୍, କମିଶନର କମ୍ ସେକ୍ରେଟାରି, ସ୍ପୋର୍ଟ ଆଣ୍ଡ ୟୁଥ୍ ସର୍ଭିସେସ୍ ଡିପାର୍ଟମେଂଟ, ଓଡ଼ିଶା ସରକାର ଏହି ଅବସରରେ କହିଛନ୍ତି ଯେ, “ଆମର କ୍ରୀଡ଼ାବିତ୍ ମାନଙ୍କର ପ୍ରଦର୍ଶନରେ ଆମେ ଅତ୍ୟନ୍ତ ଆନନ୍ଦିତ । ଏହା ଓଡ଼ିଶା ଓ ଭାରତରେ ଥିବା ନୂତନ କ୍ରୀଡ଼ାବିତମାନଙ୍କୁ ନିଶ୍ଚିତ ଭାବରେ ପ୍ରେରଣା ଯୋଗାଇବ । ଏହାର କ୍ରମାଗତ ପ୍ରଭାବ ନିଶ୍ଚିତ ଭାବରେ ଆମେ ଭବିଷ୍ୟତରେ ଦେଖିବାକୁ ପାଇବା । ଆମେ ରିଲାଏନ୍ସ ଫାଉଣ୍ଡେସନ ସହିତ ସହଭାଗୀତା ସ୍ଥାପନ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ । ଏହା ଆମକୁ ଅତୁଳନୀୟ ଭିତିଭୂମି, ତାଲିମ୍ ଓ ସହାୟତା ଯୁବ କ୍ରୀଡ଼ାବିତମାନଙ୍କୁ ତୃଣମୂଳ ସ୍ତରରେ ପ୍ରଦାନ କରୁଛି ଯଦ୍ୱାରା ସେମାନେ କ୍ରୀଡ଼ାକ୍ଷେତ୍ରରେ ଉତ୍କର୍ଷତା ହାସଲ କରିପରୁଛନ୍ତି ।”
