Odisha news

ରିଲାଏନ୍ସ ଜିଓର ନୂଆ ପ୍ରି-ପେଡ୍ ପ୍ଲାନରେ ଡିଜ୍‌ନି ପ୍ଲସ୍ ହଟଷ୍ଟାର୍ ମାଗଣା ସବ୍‌ସ୍କ୍ରିପସନ୍ ସୁବିଧା

ମୁମ୍ବଇ: ପାର୍ବଣ ଋତୁ ଆରମ୍ଭରୁ ରିଲାଏନ୍ସ ଜିଓ ତାହାର ବ୍ୟବହାରକାରୀଙ୍କ ପାଇଁ ଖୁସିଖବର ଆଣିଛି । ସେପ୍ଟେମ୍ବର ୧ରୁ ରିଲାଏନ୍ସ ଜିଓ କେତେକ ନୂଆ ପ୍ରିପେଡ ପ୍ଲାନ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ୪୯୯ ଟଙ୍କାରୁ ଆରମ୍ଭ ହେଉଥିବା ଏହି ନୂଆ ପ୍ରିପେଡ ପ୍ଲାନ ଗୁଡିକର ବିଶେଷତ୍ୱ ହେଉଛି ଯେ ଏଥିରେ ଡିଜ୍‌ନି ପ୍ଲସ୍ ହଟଷ୍ଟାର୍‌ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଓ ସମ୍ଭାର ଉପଲବ୍ଧ ହେବ ।

ଡିଜ୍‌ନି ପ୍ଲସ ହଟଷ୍ଟାର ଭାରତରେ ପ୍ରସାରିତ କରୁଥିବା ଏହାର ବିଷୟବସ୍ତୁ ବର୍ଗରେ ବଡଧରଣର ପରିବର୍ତନ କରିଛି । ଡିଜ୍‌ନି ପ୍ଲସ ହଟଷ୍ଟାର୍‌ର ଏହି ନୂତନ ଏବଂ ସମୃଦ୍ଧ କାର୍ଯ୍ୟକ୍ରମଗୁଡିକୁ ଜିଓ ବ୍ୟବହାରକାରୀଙ୍କ ନିକଟରେ ପହଂଚାଇବା ପାଇଁ ଜିଓ ନୂଆ ପ୍ଲାନ ଗୁଡିକର ଶୁଭାରମ୍ଭ କରିଛି । ଅସୀମିତ ଭଏସ, ଡାଟା, ଜିଓ ଆପ୍ସ ଏବଂ ଏସଏମ୍‌ଏସ ସହିତ ଜିଓର ଏହି ସବୁ ନୂଆ ପ୍ରିପେଡ ପ୍ଲାନରେ ଡିଜ୍‌ନି ପ୍ଲସ ହଟଷ୍ଟାର୍ ମାଗଣା ସବ୍‌ସ୍କ୍ରିପସନ ୧ ବର୍ଷ ପାଇଁ ଉପଲବ୍ଧ ହେବ ।

ତେବେ ବର୍ତମାନର ଡିଜ୍‌ନି ପ୍ଲସ ହଟଷ୍ଟାର୍ ପ୍ଲାନ ଚାଲୁ ରହିଥିବା ସମସ୍ତ ଜିଓ ଗ୍ରାହକ ଏହି ପ୍ଲାନ୍ ଶେଷ ହେବା ପର୍ଯ୍ୟନ୍ତ ପୂର୍ବଭଳି ସୁବିଧା ପାଇପାରିବେ । ରିଲାଏନ୍ସ ଜିଓ ତାହାର ସଂପ୍ରତି ପ୍ରଚଳିତ ପ୍ରିପେଡ ପ୍ଲାନସମୂହ ସହିତ ବ୍ୟବହାରକାରୀଙ୍କୁ ଡିଜ୍‌ନି ପ୍ଲସ ହଟଷ୍ଟାର୍‌ର ଭିଆଇପି ସବ୍‌ସ୍କ୍ରିପସନ ପ୍ରଦାନ କରୁୁଥିଲା । ଯେଉଁଥିରେ ଦର୍ଶକମାନେ କ୍ରୀଡାର ସିଧା ପ୍ରସାରଣ, ହଟଷ୍ଟାର ସ୍ପେଶାଲ, ବ୍ଲକ ବଷ୍ଟର ଚଳଚ୍ଚିତ୍ର ଏବଂ ଟେଲିଭିଜନ ସୋ’ ଆଦି ଉପଭୋଗ କରୁଥିଲେ । ତିନିଟି ଭାରତୀୟ ଭାଷାରେ ଡବିଂ କରାଯାଇଥିବା କାର୍ଯ୍ୟକ୍ରମ ମଧ୍ୟ ଉପଲବ୍ଧ ହେଉଥିଲା ।

ନୂଆ ପ୍ଲାନଗୁଡିକରେ ପୂର୍ବରୁ ଥିବା ସମସ୍ତ ବିଷୟବସ୍ତୁକୁ ଦର୍ଶକ ଉପଭୋଗ କରିପାରିବେ ଏବଂ ତାହାସହିତ ଇଂରାଜୀ ଭାଷାରେ ସମସ୍ତ ଆନ୍ତର୍ଜାତିକ କାର୍ଯ୍ୟକ୍ରମ ଓ ବିଷୟବସ୍ତୁ ମଧ୍ୟ ଉପଲବ୍ଧ ହେବ । ସେଥିମଧ୍ୟରେ ରହିଛି ଡିଜ୍‌ନି ପ୍ଲସ ଅରିଜିନାଲ, ଡିଜ୍‌ନି ମାର୍ବଲର ଟିଭି ସୋ’, ଷ୍ଟାର ୱାର୍ସ, ନ୍ୟାସନାଲ ଜିଓଗ୍ରାଫିକ, ଏଚବିଓ, ଏଫଏକ୍ସ, ସୋ ଟାଇମ୍ ଭଳି ଲୋକପ୍ରିୟ କାର୍ଯ୍ୟକ୍ରମ, ଯାହାକୁ ଦର୍ଶକମାନେ ଉପଭୋଗ କରିପାରିବେ ।

ନୂଆକରି ପ୍ରଚଳନ କରାଯାଉଥିବା ୪୯୯ ଟଙ୍କା ମୂଲ୍ୟର ପ୍ରିପେଡ ପ୍ଲାନରେ ଡିଜ୍‌ନି ପ୍ଲସ ହଟଷ୍ଟାର୍ ମାଗଣା ସବ୍‌ସ୍କ୍ରିପସନ ଉପଲବ୍ଧ ହେବା ସହିତ ପ୍ରତିଦିନ ୩ ଜିବି ହାଇସ୍ପିଡ୍ ଡାଟା ମିଳିବ ଏବଂ ଏହାର ବୈଧତା ଏକମାସ ରହିବ । ଦୁଇମାସ ବୈଧତା ଥିବା ପ୍ଲାନ୍‌ରେ ପ୍ରତିଦିନ ୨ ଜିବି ହାଇସ୍ପିଡ୍ ଡାଟା ମିଳିବ ଏବଂ ଏହି ପ୍ଲାନ୍‌ର ମୂଲ୍ୟ ୬୬୬ ଟଙ୍କା ରଖାଯାଇଛି । ସେହିଭଳି ତୃତୀୟ ପ୍ଲାନ୍ ୮୮୮ ଟଙ୍କାରେ ଉପଲବ୍ଧ ହେବ, ଯେଉଁଥିରେ ଦୈନିକ ୨ ଜିବି ହାଇସ୍ପିଡ୍ ଡାଟା ରହିବ ଏବଂ ଏହା ତିନିମାସ ପର୍ଯ୍ୟନ୍ତ ବୈଧ ରହିବ । ବ୍ୟବହାରକାରୀ ଚାହିଁଲେ ଡିଜ୍‌ନି ପ୍ଲସ ହଟଷ୍ଟାର୍ ମାଗଣା ସବ୍‌ସ୍କ୍ରିପସନ ରହିଥିବା ୨୫୯୯ ଟଙ୍କା ମୂଲ୍ୟର ବାର୍ଷିକ ପ୍ଲାନ୍ ମଧ୍ୟ ଚୟନ କରିପାରିବେ । ଏହି ପ୍ଲାନ୍‌ରେ ମଧ୍ୟ ଦୈନିକ ୨ ଜିବି ହାଇସ୍ପିଡ୍ ଡାଟା ମିଳିବ ।

Comments are closed.