ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଚଳିତ ଖ୍ରୀଷ୍ଟମାସ ଓ ନବବର୍ଷରେ ପିଲା, ଓ ମିଲେନିଆଲ୍ ମହିଳମାନଙ୍କ ପାଇଁ ସ୍ୱତନ୍ତ୍ର ଜୁଏଲାରୀ କଲେକ୍ସନର ଶୁଭାରମ୍ଭ
ପିଲା ଓ ମହିଳାଙ୍କ ପାଇଁ ଯଥାକ୍ରମେ ‘ନିତାରା’ ଓ ‘ବେଲା’ କଲେକ୍ସନର ଶୁଭାରମ୍ଭ ଯାହା ସେମାନଙ୍କ ଜୀବନରେ ଏକ ନୂତନ ଉତ୍ସାହ ଓ ଆନନ୍ଦ ଭରିଦେବ
ମୁମ୍ବାଇ / ଭୁବନେଶ୍ୱର: ଚଳିତ ଖ୍ରୀଷ୍ଟମାସ ଓ ନବବର୍ଷ ଅବସରରେ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର କଲେକ୍ସନ ବେଲା ଓ ନିତାରାର ଶୁଭାରମ୍ଭ କରାଯାଇଛିି ‘ବେଲା’ କଲେକ୍ସନ ନାରୀମାନଙ୍କର ସୌନ୍ଦର୍ଯ୍ୟକୁ ପରିପୃଷ୍ଟ କରୁଥିବା ବେଳେ ‘ନିତାରା’ କଲେକ୍ସନ ପିଲାମାନଙ୍କ ପାଇଁ ପରୀରାଇଜର ଆକର୍ଷଣ ଆଣିଦେଇଛି ।
ପରୀରାଇଜ ଓ କଳ୍ପନା ଜଗତର ଡିଜାଇନରୁ ଅନୁପ୍ରାଣୀତ ‘ନିତାରା’ ହେଉଛି ଏକ ସୁନ୍ଦର କିଡ୍ସ ଜୁଏଲାରୀ ସମ୍ଭାର ଯାହାକୁ ଅତ୍ୟନ୍ତ ସୂକ୍ଷ୍ମ ଭାବରେ ପ୍ରସ୍ତୁତ କରାଯାଇଛି । ଏହି ଆକର୍ଷଣୀୟ ଅଳଙ୍କାରର ସମ୍ଭାର ପିଲାମାନଙ୍କ ପାଇଁ ବେଶ୍ ଆକର୍ଷଣୀୟ ହୋଇଛି l ନିତାରା କଲେକ୍ସନ ପିଲାମାନେ ପସନ୍ଦ କରୁଥିବା ୟୁନିକର୍ଣ୍ଣ, ଷ୍ଟାର ବା ତାରକା, ଫୁଲ, ପ୍ରଜାପତି ଓ ଡଲଫିନ ପରି ବିଭିନ୍ନ ଡିଜାଇନରେ ପରିପୂର୍ଣ୍ଣ ଏବଂ ଏଗୁଡିକ ସୁନା ଓ ହୀରାରେ ପେଣ୍ଡେଂଟ, ଇୟରିଂ ଓ ବ୍ରେସଲେଟ୍ ଆକାରରେ ମାତ୍ର ୩୦୦୦/- ଠାରୁ ଆରମ୍ଭ କରି ବିଭିନ୍ନ ମୂଲ୍ୟରେ ଉପଲବ୍ଧ ।
ଅନ୍ୟ ଏକ ଆକର୍ଷଣୀୟ ଡିଜାଇନ୍ ସମ୍ଭାର ହେଉଛି ‘ବେଲା’ କଲେକ୍ସନ ଯାହାକି ପ୍ରତିଟି ଦିନକୁ ସ୍ୱତନ୍ତ୍ର କରିଥାଏ । ଏହି ଗହଣା ଗୁଡ଼ିକ ଅତ୍ୟନ୍ତ ଆକର୍ଷଣୀୟ ଓ ଜ୍ୟାମିତିକ ପାଟର୍ଣ୍ଣରୁ ଅନୁପ୍ରାଣୀତ ଯାହାକି ମିଲେନିଆଲ୍ ଓ ମହିଳାମାନଙ୍କ ପାଇଁ ସର୍ବୋତମ ଅଟେ । ଚମତ୍କାର ଡିଜାଇନର ଏକ କଳାତ୍ମକ ସଂରଚନା ଯେଉଁଥିରେ ଉତ୍କୃଷ୍ଟ କାରିଗରିକୁ ସାମିଲ୍ କରାଯାଇଛି । ଏହି ଆକର୍ଷଣୀୟ ପେଣ୍ଡେଂଟ ଓ ବ୍ରେସଲେଟ୍ ସବୁ ଦିନ ବ୍ୟବହାର ପାଇଁ ବେଶ୍ ଉପଯୋଗୀ । ଏହା ପରିଧାନ କରି ମୁଭି ଠାରୁ ଆରମ୍ଭ କରି ବନ୍ଧୁମାନଙ୍କ ସହିତ ସପିଂ ସହିତ ସ୍କୁଲର ଅଭିଭାବକ ଶିକ୍ଷକ ମିଟିଂ ଓ ଅନ୍ୟାନ୍ୟ ଦୈନନ୍ଦିନ କାର୍ଯ୍ୟ ସମୟରେ ମଧ୍ୟ ଏହା ବ୍ୟବହାର କରାଯାଇପାରିବ ।
ବେଲା କଲେକ୍ସନ ସାରା ଭାରତରେ ଟ. ୫୮୦୦/- ମୂଲ୍ୟରୁ ଆରମ୍ଭ କରି ବିଭିନ୍ନ ମୂଲ୍ୟବର୍ଗରେ ଉପଲବ୍ଧ । ନୂତନ କଲେକ୍ସନ ବିଷୟରେ ମତପ୍ରକାଶ କରି ସୁନିଲ୍ ନାୟକ, ସିିଇଓ, ରିଲାଏନ୍ସ ଜୁଏଲ୍ସ କହିଛନ୍ତି ଯେ, “ଆମେ ରିଲାଏନ୍ସରେ ନିତାରା ଓ ବେଲା କଲେକ୍ସନ ଶୁଭାରମ୍ଭ ସହିତ ଅତ୍ୟନ୍ତ ଆନନ୍ଦିତ । ଖ୍ରୀଷ୍ଟମାସ ଓ ନବବର୍ଷରେ ପିଲାମାନଙ୍କ ପାଇଁ କିଛିଟା ମଜାଦାର ଏବଂ ମା\’ ତଥା ମିଲେନିଆଲ୍ ମହିଳା ମାନଙ୍କ ନିମନ୍ତେ କିଛି ନୂତନ ଓ ଆକର୍ଷଣୀୟ ଡିଜାଇନ୍ ଆଣିବା ଆମର ଭାବନା ରହିଥିଲା ।
ନିତାରା ଓ ବେଲା କଲେକ୍ସନର ପ୍ରତିଟି ଡିଜାଇନ୍ ସୃଜନଶୀଳ ଉପାଦାନ ଓ ଉତ୍କର୍ଷତାରେ ଭରପୂର ଯାହା ପିଲା ଓ ମହିଳାଙ୍କର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ଏହି ଆକର୍ଷଣୀୟ ସମସାମୟିକ ଗହଣା ସମ୍ଭାରର ଶୁଭାରମ୍ଭ କରି ଆମେ ବେଶ୍ ଉତ୍ସାହିିତ ଓ ଆମ ଗାହକମାନଙ୍କ ପ୍ରତି ଆମର ରହଥିବା ଯତ୍ନଶୀଳତାର ଏହା ଏକ ପରିଚାୟକ ।
ସ୍ୱତନ୍ତ୍ର ଅବସରକୁ ଅଧିକ ସ୍ମରଣୀୟ କରିବା ପାଇଁ ଜୁଏଲାରୀ ହେଉଛି ଏକ ସର୍ବୋତମ ଉପାୟ ଏବଂ ରିଲାଏନ୍ସ ଜୁଏଲ୍ସର ଏହି ନିତାରା ଓ ବେଲା କଲେକ୍ସନ ସହିତ ମହିଳା ଓ ଶିଶୁମାନେ ଏହି ସମୟକୁ ସବୁ ଦିନ ପାଇଁ ସ୍ମରଣୀୟ କରିପାରିବେ l ଏହି କଲେକ୍ସନର ପ୍ରତିଟି ସେଟ୍ ଅତ୍ୟନ୍ତ ଆକର୍ଷଣୀୟ ଏବଂ ଏଥିରେ ରହିଛି ରିଲାଏନ୍ସ ଜୁଏଲ୍ସର ଗୁଣାତ୍ମକ ମାନ ଓ ବିଶ୍ୱାସ ।
ନିତାରା ଓ ବେଲା କଲେକ୍ସନ ଓଡିଶାର ଭୁବନେଶ୍ୱର, କଟକ, ରାଉରକେଲା, ଅନୁଗୁଳ, ବ୍ରହ୍ମପୁର ସମେତ ସାରା ଭାରତରେ ରିଲାଏନ୍ସ ଜୁଏଲ୍ସ ଆଉଟ୍ଲେଟରେ ଉପଲବ୍ଧ ରହିଛି । ଗ୍ରାହକମାନେ ରିଲାଏନ୍ସ ଜୁଏଲ୍ସ ସୋରୁମରେ କିଣାକିଣି କରିପାରିବେ ଏବଂ ସୁନା ଗହଣା ଗଢ଼ା ମଜୁରୀ ଉପରେ ୩୦% ପର୍ଯ୍ୟନ୍ତ ରିହାତି ପାଇପାରିବେ ଓ ହୀରା ଗହଣାରେ ୩୦% ପର୍ଯ୍ୟନ୍ତ ଛାଡ଼ ପାଇପାରିବେ । ଏହା ଏକ ସୀମିତ ଅବଧିର ଅଫର ଏବଂ ସର୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ ।
