ଭାରତ ଗୋଟିଏ ବିଭିଧତାର ଦେଶ ,ଯେଉଁଠି ବିଭିନ୍ନ ଜାତିପ୍ରଥା ସହିତ ଭାଷାଭଷୀର ଲୋକମାନେ ବାସ କରନ୍ତି l ଗୋଟିଏ ରାଜ୍ୟଠାରୁ ଆଉ ଗୋଟିଏ ରାଜ୍ୟ ଚଳଣି ପୋଷାକ ଓ ଭାଷା ସବୁକିଛି ଅଲଗା l ଭାରତରେ ଲୋକମାଙ୍କର ବିଭିଧତାକୁ ନେଇ ବେଳେବେଳେ ଏମିତି କିଛି ଘଟିଯାଏ l ଯାହାକୁ ବିଶ୍ୱାସ କରିବା ସମ୍ଭବ ହୋଇ ନାଥଏ l ୨୦୦୧ ମସିହା ଜୁଲାଇ ୫ ତାରିଖ ହଠାତକି ଜଣ ପଡିଲା ଯେ କେରଳରେ ଲାଲ ରଙ୍ଗର ବର୍ଷା ହେଉଛି l ଏହି ଲାଲ ରଙ୍ଗର ବର୍ଷା ସମସ୍ତଙ୍କ ମନରେ ଆଶଙ୍କା ସୃଷ୍ଟି କରିଥିଲା l
ଲୋକମାନେ ଭାବିଥିଲେ ଯେ ଆକାଶରୁ ରକ୍ତ ବର୍ଷା ହେଉଛି ବୋଲି ତେଣୁ ସେମାନେ ଭୟ ଓ ସଂଶୟ ଭିତରେ ରହିଥିଲେ l ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏପରି ବର୍ଷା ହେବାର କାରଣ କଣ l ଯେଉଁ ଦିନ କେରଳରେ ଲାଲ ରଙ୍ଗର ବର୍ଷା ହେଲା ସେହିଦିନ ସେଠାକାର କିଛି ଲୋକ କହିଥିଲେ ଯେ ସବୁଜ ରଙ୍ଗର ଓ ହଳଦିଆ ରଙ୍ଗର ବର୍ଷା ହେବାର ଦେଖିଛନ୍ତି l ଯାହାକୁ ଶୁଣି ବୈଜ୍ଞାନିକ ମାନେ ମତ ଦେଇଥିଲେ ଯେ ଏପରି ବର୍ଷା ହେବ କିଛି ଗୋଟିଏ ଆଶ୍ଚର୍ଯ୍ୟ ଜଣକ ଘଟଣା ନୁହେଁ l
ଏହି ପ୍ରକାରର ବର୍ଷା କେବଳ ଜଳବାୟୁ ପ୍ରଦୂଷଣ ଦ୍ୱାରା ହୋଇ ପାରିବ l କାରଣ ପ୍ରଦୂଷଣ ମାଧ୍ୟମରେ ତଳେ ଥିବା ବର୍ଜ୍ୟବସ୍ତୁ ଆକାଶକୁ ଯାଇ ବର୍ଷା ଆକାରରେ ତଳକୁ ଆସି ପାରିବ l କିନ୍ତୁ ଯେତେବେଳେ ଏହି ଲାଲ ରଙ୍ଗର ବର୍ଷାକୁ ବୈଜ୍ଞାନିକ ମାନେ ପରୀକ୍ଷା କଲେ ଏହା ଉଲକାପିଣ୍ଡ ସହିତ ପ୍ରଦୂଷଣର ସମଜସ୍ୟ ରହିଛି l ଏହି ବର୍ଷା ପାଣିଟି ଯେତେବେଳେ ସଫା ହୋଇ ଗଲା ସେତେବେଳେ ବୈଜ୍ଞାନିକ ମାନେ ତାହାର DNA ପରୀକ୍ଷା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅସଫଳ ହୋଇଥିଲେ l
ଏହି ଲାଲ ବର୍ଷାକୁ ନେଇ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଗବେଷଣା ଆରମ୍ଭ ହୋଇଗଲା l ୨୦୧୨ ମସିହାରେ ବୈଜ୍ଞାନିକ ମାନେ ଏହି ବର୍ଷାକୁ ନେଇ ଚାଲିଥିବା ଗବେଷଣାରୁ DNA ର ନମୁନା ଦେଖିବାକୁ ମିଳିଲା l ଏହା ପରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଅନେକ ଆଲୋଚନା ଆରମ୍ଭ ହୋଇଗଲା ଓ ରିପୋଟ ଦିଆଗଲା ଯେ ଏହି ଲାଲ ରଙ୍ଗର ବର୍ଷା ଏଲିଏନ ମାନଙ୍କ ସମ୍ବଧରେ ରହିଛି l ବୈଜ୍ଞାନିକ ମାନଙ୍କର କହିବାର କଥା ହେଲା ଏହି ପରି ବର୍ଷା ଏଲିଏନ ମାନଙ୍କ ଯୋଗୁ ହୋଇଛି କାରଣ ସେମାନେ ଆଜି ମଧ୍ୟ ମହାଶୂନ୍ୟରେ ବିଚରଣ କରୁଛନ୍ତି l ଆଜି ପର୍ଯ୍ୟନ୍ତ ସାରା ପୃଥିବୀରେ କେଉଁଠିବି ଏହି ପରି ବର୍ଷା ହୋଇନାହିଁ l ତେଣୁ ଆଜି ମଧ୍ୟ ଏହା ଏକ ରହସ୍ୟ ହୋଇ ରହିଛି l
