Odisha news

କୋଭିଡ୍‌ ହୀରୋଙ୍କୁ ଅଭିନନ୍ଦନ ଜଣାଇବ ଆର୍‌ସିବି

0

ନୂଆଦିଲ୍ଲୀ, ୧୭ା୯ (ଏଜେନ୍ସି) : ଆଇପିଏଲ-୧୩ ଆରମ୍ଭ ହେବାକୁ ଆଉ ଦୁଇଦିନ ବାକି ଅଛି । ହେଲେ ଭ । ର ତ େ ର କରୋନା ସଂକ୍ରମଣ ଥମିବାର ନାଁ ଧରୁ ନାହିଁ । ଏଭଳି ଜଟିଳ ପରିସ୍ଥିତିରେ ର ୟ । ଲ ଚ ୍ୟ । େ ଲ ଞ୍ଜ ସ ର୍ ବ । ଙ୍ଗ । େ ଲ । ର ଅଧିନାୟକ ବିରାଟ କୋହଲି ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ଆର୍‌ସିବି ଦଳ କୋଭିଡ୍‌ ହୀରୋମାନଙ୍କୁ ଭିନ୍ନ ଢଙ୍ଗରେ ଅଭିବାଦନ ଜଣାଇବ । ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ ଡିଫେଣ୍ଡିଙ୍ଗ୍‌ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଖାଲି ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଖେଳାଯିବାକୁ ନିଷ୍ପତ୍ତି ହୋଇଛି । ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍‌ ଦଳର ନୂତନ ଜର୍ସି ଉନ୍ମୋଚନ ହୋଇଥିଲା । ଏଥିରେ କୋଭିଡ ହୀରୋଙ୍କୁ ସମ୍ମାନିତ କରିବାକୁ ନିଷ୍ପତ୍ତି ହୋଇଛି । ଦଳର ଜର୍ସିରେ ‘ମୁଁ କୋଭିଡ ହୀରୋ’ ଲେଖାଯାଇଛି । ଏହି ଅବସରରେ ବିରାଟ କୋହଲି କହିଛନ୍ତି, ଗତ କିଛି ମାସ ମଧ୍ୟରେ ମୁଁ କୋଭିଡ୍‌ଙ୍କ ବିଷୟରେ କାହାଣୀ ଶୁଣିଥିଲି । ଏହାଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲା । ଏମାନେ ପ୍ରକୃତରେ ଚ୍ୟାଲେଞ୍ଜର୍ସ, ଯେଉଁମାନେ ଦେଶକୁ ଗର୍ବିତ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ଖାଲି ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଖେଳିବା ଚିନ୍ତା କରିବା ଅଜବ ଥିଲା । କିନ୍ତୁ ଏବେ ମାନସିକତାରେ ପରିବର୍ତ୍ତନ ହୋଇଛି ବୋଲି ବିରାଟ କହିଛନ୍ତି ।

Leave A Reply