Odisha news

ରାୟଗଡା: ସିଆରପିଏଫ ତରଫରୁ ଗରୀବଙ୍କୁ ଖାଦ୍ୟ ବଣ୍ଟନ

0

ରାୟଗଡା,୧ ।୪- ସାରା ରାଜ୍ୟରେ ଲକଡାଉନ ଘୋଷଣା ପରେ ବିଭିନ୍ନ ରାଜ୍ୟରେ ଶ୍ରମିକ ମାନେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ସ୍ଥାନୀୟ ଅଂଚଳର ପ୍ରଶାସନ ତରଫରୁ ଶ୍ରମିକ ମାନଙ୍କର ରହିବା ଏବଂ ଖାଇବା ବ୍ୟବସ୍ଥା କରୁଥିଲେ ମଧ୍ୟ ରାୟଗଡା ସହରସ୍ଥିତ ସିଆରପିଏଫ ୪ର୍ଥ ବାୟାଲିୟନ ତରଫରୁ ମଧ୍ୟ ପ୍ରତିଦିନ ୧୦୦ ଜଣଙ୍କୁ ପ୍ୟାକେଟ ଖାଦ୍ୟ ବଂଟନ କରାଯାଉଛି । ସିଆରପିଏଫ ଯବାନ ମାନେ ଓଡିଶା ପୋଲିସ ସହ ମିଳିତ ଭାବେ ପେଟ୍ରୋଲିଂ କରିବା ସହ ସହରର ଥିବା ମାଙ୍କଡଝୋଲା, ରେଳ ଷ୍ଟେସନ, ବସଷ୍ଟାଣ୍ଡ, ଗାୟତ୍ରୀ ନଗରସ୍ଥିତ ବସ୍ତି ଅଂଚଳ, ମା ମଝିଘରିଆଣି ମନ୍ଦିର ଏବଂ ରାୟଗଡା ସହରରେ ଥିବା ଅସହାୟ ଏବଂ ଗରୀବ ମାନଙ୍କୁ ଖାଦ୍ୟ ସହ ପାନୀୟ ଜଳ ବଂଟନ କରୁଛନ୍ତି । ଯେତେ ଦିନ ପର୍ଯ୍ୟନ୍ତ ଆବଶ୍ୟକ ରହିବ ସେତେ ଦିନ ପର୍ଯ୍ୟନ୍ତ ସିଆରପିଏଫ ତରଫରୁ ଗରୀବ ଏବଂ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯିବ ବୋଲି ସିଆରପିଏଫ କମାଣ୍ଡେଟ ୟତେନ୍ଦ୍ର କୁମାର ରାଜପୁତ ପ୍ରକାଶ କରିଛନ୍ତି ।

Leave A Reply