Odisha news

ରାୟଗଡା: ସୀମାନ୍ତ ଅଞ୍ଚଳର ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

0

ରାୟଗଡା,୧ ।୪- ଲକ ଡାଉନ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ଓଡିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳକୁ ସିଲ କରିଦିଆ ଯାଇଛି । ଉଭୟ ରାଜ୍ୟର କୌଣସି ନାଗରିକୁ ସୀମା ପାର କରି ଯିବା ପାଇଁ ଅନୁମତି ପ୍ରଦାନ କରାଯାଉ ନାହିଁ । ଏଥି ନିମନ୍ତେ ସୀମାନ୍ତ ଅଚଂଳରେ ଓଡିଶା ପୋଲିସ ସହ ସିଆରପିଏଫ ଯବାନ ମାନେ ମୁତୟନ ହୋଇଛନ୍ତି । ତେବେ ଲକଡାଉନ ସମୟରେ ଓଡିଶା – ଆନ୍ଧ୍ର ସୀମାନ୍ତରେ ଫସି ରହିଥିବା ପଂଜାବ, ରାଜସ୍ଥାନ, ତାମିଲନାଡୁ,ଝାଡଖଣ୍ଡ ସମେତ ଓଡିଶାର ଟ୍ରକ ଡ୍ରାଇଭର ସମେତ ଦାଦନ ଶ୍ରମିକ ମାନଙ୍କୁ କେରେଡା ହାଇସ୍କୁଲ ଏବଂ ଜେମାଦେଇପେଣ୍ଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ରଖାଯାଇଛି । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା କେରେଡା ଠାରେ ପହଂଚି ଟ୍ରକ ଡ୍ରାଇଭର ଏବଂ ଶ୍ରମିକ ମାନଙ୍କ ସହ ଆଲୋଚନା କରିଥିଲେ । ଡ୍ରାଇଭର ଏବଂ ଶ୍ରମିକ ମାନଙ୍କୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ ବୋଲି କହିବା ସହ ରନ୍ଧାଖାଦ୍ୟର ତଦାରଖ କରିଥିଲେ । ଏଥି ସହ ସୀମାନ୍ତ କେରେଡା ଠାରେ ମୁତୟନ ହୋଇଥିବା ସିଆରପିଏଫ ଜବାନ ମାନଙ୍କ ସହ ପରିସ୍ଥିତ ସଂପର୍କରେ ଆଲୋଚନା କରିବା ସହ ଜିଲ୍ଲା ପ୍ରଶାସନକୁ କରୋନାର ମୁକାବିଲା କରିବା ନିମନ୍ତେ ସହଯୋଗ କରୁଥିବାରୁ ଯବାନ ମାନଙ୍କୁ ସାଧୁବାଦ ଜଣାଇଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ରାୟଗଡା ବିଡିଓ ରାଜେନ୍ଦ୍ର ମାଝି, ଏବିଡିଏ ନୃସିଂହ ଚରଣ ପଟ୍ଟନାୟକ, ଶେଷଖାଲ ଆଇଆଇସି ଉପସ୍ଥିତ ଥିଲେ ।

Leave A Reply