Odisha news

ଧାମନଗର : ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ଯୋଗାଉଛନ୍ତି ହାତବୁଣା ଖଟ

0

ଧାମନଗର : ଜନତା କଫୁ୍ର୍ୟ ଓ ଲକ୍ଡାଉନ ପୂର୍ବରୁ ମହାରାଷ୍ଟ୍ରରୁ ଧାମନଗରକୁ ଆସିଥିବା ୧୧ଟି ପରିବାରର ପ୍ରାୟ ୨୮ଜଣ ବ୍ୟକ୍ତି ସେମାନଙ୍କର ଉଠା ବ୍ୟବସାୟ ଖୁବ୍ ସୁରୁଖରରେ ଚଲାଉଥିବା ଜଣାଯାଇଛି । ବିଗତ ପ୍ରାୟ ୭-୮ବର୍ଷ ଧରି ଧାମନଗର ଏନଏସି ଅଞ୍ଚଳର ଖୋଲା ଆକାଶ ତଳେ ତମ୍ଭୁ ମାରି ହାଲୁକା ଲୁହା ପାଇପ ଓ ପ୍ଲାଷ୍ଟିକ ଫିତାରେ ବୁଣା ଖଟିଆ ତିଆରି କରି ସେମାନେ ସେମାନଙ୍କର ବ୍ୟବସାୟ ଚଳାଇ ବେସ ଦିପଇସା ରୋଜଗାର କରି ତାଙ୍କ ରାଜ୍ୟକୁ ଫେରୁଥିବା ବେଳେ ଏବର୍ଷ ଲକ୍ଡାଉନ ହାବୁଡରେ ପଡି ମଧ୍ୟ ବ୍ୟବସାୟ ଚଳାଇଛନ୍ତି । କରୋନା ପାଇଁ ବିଭିନ୍ନ ପଞ୍ଚାୟତରେ ଖୋଲିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ମାନଙ୍କୁ ସେମାନେ ଖଟିଆ ଯୋଗାଉଥିବା ଜଣାଯାଇଛି । ତେବେ ବଜାର ଘାଟ ବନ୍ଦ ଥିବାରୁ ଏବଂ ଯାତାୟତ ହେଉନଥିବାରୁ ସେମାନେ ଗାଁକୁ ଯାଇ ପୂର୍ବଭଳି ସେମାନଙ୍କର ବ୍ୟବସାୟ କରିପାରୁନାହାଁନ୍ତି । ଲକ୍ଡାଉନରେ ଫସି ବ୍ୟବସାୟ ହେଉନଥିବାରୁ ଭୋକ ଉପାସରେ ସେମାନେ ରହିବା କଥା କହୁଥିôବା ବେଳେ ଧାମନଗର ଏନଏସି ତରଫରୁ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ଜଣାଯାଇଛି । (ଫଟୋଯାଇଛି)

Leave A Reply