Odisha news

ଭଦ୍ରକ ଜିଲ୍ଲାରେ ରାଜ୍ୟର ଚତୁର୍ଥ କରୋନା ସଂକ୍ରମଣ ଖବର ପରେ ଲୋକେ ଆତଙ୍କିତ ଧାମନଗର ଅଞ୍ଚଳକୁ ଅନ୍ୟ ଦେଶ ଓ ରାଜ୍ୟରୁ ପ୍ରାୟ ୧୧ଶହ ବ୍ୟକ୍ତିଙ୍କ ପ୍ରବେଶ

0

ଧାମନଗର : ଭଦ୍ରକ ଜିଲ୍ଲାରେ ରାଜ୍ୟର ଚତୁର୍ଥ କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ପରେ ଧାମନଗର ଅଞ୍ଚଳର ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଧାମନଗରବ୍ଲକ ଅଞ୍ଚଳରେ ବିଭିନ୍ନ ଦେଶରୁ ୮ଜଣ ବ୍ୟକ୍ତି ପ୍ରବେଶ କରିଥିବା ବେଳେ ରାଜ୍ୟ ବାହାରୁ ପ୍ରାୟ ୧ହଜାର ୯୬ଜଣ ବ୍ୟକ୍ତି ନିଜ ନିଜ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ପଞ୍ଜିକରଣ କରାଯାଇଛି । ସାରା ଦେଶ ଲକ୍ଡାଉନରେ ଥିବା ବେଳେ ବିଭିନ୍ନ ଉପାୟରେ ନିଜ ଗାଁକୁ ଓ ଘରକୁ ଫେରିବା ପାଇଁ ବାହାର ରାଜ୍ୟରେ ଥିବା ଲୋକେ ଧାମନଗର ଅଞ୍ଚଳରେ ପ୍ରବେଶ କରୁଥିବା ଜଣାଯାଇଛି । ଧାମନଗର ଅଞ୍ଚଳକୁ ଦୁବାଇରୁ ତିନିଜଣ ବ୍ୟକ୍ତି, ଶ୍ରୀଲଙ୍କାରୁ ଦୁଇ ଜଣ, ମାଲେସିଆ, ଓମାନ ଓ ନେପାଳରୁ ଜଣେ ଲେଖାଏଁ ବ୍ୟକ୍ତି ଇତି ମଧ୍ୟରେ ଘରକୁ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁବାଇରୁ ଜଣେ ଓ ନେପାଳରୁ ଆସିଥିବା ଜଣେ ବ୍ୟକ୍ତିଙ୍କ ସମୟ ଅବଧି ୧୪ଦିନ ପୁରିନଥିବା ଧାମନଗର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କିଶୋର ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ଜନତା କଫୁ୍ର୍ୟ ଓ ଲକ୍ଡାଉନ ହେବା ଭିତରେ ଭାରତର ବିଭିନ୍ନ ରାଜ୍ୟରୁ ପ୍ରାୟ ୧୧ଶହ ଲୋକ ଧାମନଗର ବ୍ଲକ ଅଞ୍ଚଳକୁ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ପଞ୍ଜିକରଣ କରାଯାଇଥିବା ବେଳେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ହେବ ବୋଲି ଜଣାଯାଇଛି । ଦେଶ ଓ ରାଜ୍ୟ ବାହାରୁ ଆସିଥିବା ଏହି ସମସ୍ତ ବ୍ୟକ୍ତିଙ୍କୁ ନିଜ ନିଜ ଘରେ କ୍ୱାରେନଟାଇନରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରାମର୍ଶ ଦିଆଯାଇଥିବା ବେଳେ ଧାମନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ସେମାନଙ୍କୁ ଭେଟି ଏହି ପରାମର୍ଶ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ନିଜ ନିଜ ଘରେ କ୍ୱାରେନଟାଇନରେ ଥିବା ବେଳେ ଅଧିକାଂଶ ଲୋକେ ବାହାରେ ବୁଲୁଥିବା ଦେଖାଯାଇଛି । ପଞ୍ଚାୟତ ମାନଙ୍କରେ କରୋନା ନିମନ୍ତେ ଖୋଲିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଗୁଡିକରେ କେହି ରହୁନଥିବା ବେଳେ ଗ୍ରାମବାସୀ ମାନେ କିମ୍ବା ଶିବିର ଦାୟିତ୍ୱରେ ଥିବା ଅଧିକାରୀ ମାନେ ସେଥିପ୍ରତି ନଜର ଦେଉ ନାହାଁନ୍ତି । ବାହାର ଦେଶ ଓ ରାଜ୍ୟରୁ ଆସିଥିବା ଏହି ଲୋକମାନେ କାହାରି କଥା ଶୁଣୁନଥିବା ବେଳେ ନିଜ ପରିବାର ଲୋକେ ମଧ୍ୟ ଏହି ବ୍ୟବସ୍ଥାକୁ ପସନ୍ଦ କରୁନାହାଁନ୍ତି । ଫଳରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଖୋଲିଥିବା ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଗୁଡିକର ପ୍ରକୃତ ଉଦେ୍ଦଶ୍ୟ ସାଧନ ହେଉ ନାହିଁ । ସାଧାରଣ ଥଣ୍ଡାଜ୍ୱର ରେ ଆକ୍ରାନ୍ତ ବ୍ୟକ୍ତିମାନେ ଧାମନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅସମ୍ଭବ ଭିଡ ସୃଷ୍ଟି କରୁଥିବା ବେଳେ ସାମାଜିକ ଦୂରତା ରକ୍ଷା କରାଯାଇ ପାରୁନଥିବାରୁ ଆଜି ଠାରୁ ଆଉଟ୍ଡୋର ରୋଗୀ ଦେଖା ବ୍ୟବସ୍ଥାକୁ ବନ୍ଦ କରାଯାଇଛି । କେବଳ ଜରୁରୀ କାଳୀନ ଚିକିତ୍ସା ନିମନ୍ତେ ଡାକ୍ତରଖାନା ଖୋଲା ରହିବ ବୋଲି ଧାମନଗର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ତେବେ ଧାମନଗର ବ୍ଲକର ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବାରୁ ସ୍ୱାସ୍ଥ୍ୟ ବିଭାଗର ଏହି ନିଦେ୍ର୍ଦଶକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ମହାରାଷ୍ଟ୍ରରୁ ଆସିଥିବା ଖଟିଆ ବ୍ୟବସାୟିଙ୍କ ପାଇଁ ଲକ୍ଡାଉନ ବରଦାନ

Leave A Reply