Odisha news

ରାୟଗଡା ଚାଷୀ ଦେଖିଲେ କୃଷି ଓଡିଶା କାର୍ଯ୍ୟକ୍ରମର ସିଧା ପ୍ରସାରଣ

ରାୟଗଡା : ରାଜ୍ୟ ସ୍ତରୀୟ ବାର୍ଷିକ କୃଷି ପ୍ରଦର୍ଶନୀ ତଥା ଆଲୋଚନା ଚକ୍ର “ କୃଷି ଓଡିଶା ୨୦୨୧” ବିଜୁ ପଟ୍ଟନାୟକ ଖେଳ ପଡିଆ, ବରମୁଣ୍ଡା ଭୁବନେଶ୍ବର ଠାରେ  ପାଞ୍ଚ ଦିନ  ଧରି ଅନୁଷ୍ଠିତ ହୋଇଯାଇଛି। ଏହାର ସିଧା ପ୍ରସାରଣ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାୟଗଡ଼ଙ୍କ  କାର୍ଯ୍ୟାଳୟ ପରିସରରେ ଆୟୋଜନ କରଯାଇଥିଲା । ପ୍ରତିଦିନ ଜିଲ୍ଲାର ୧୧ଟି ବ୍ଲକ ରୁ ୧୦୦ରୁ ଉର୍ଦ୍ଧ ଚାଷୀ ଓ କୃଷି ଓ ଆନୁଷଙ୍ଗିକ ବିଭାଗୀୟ କର୍ମଚାରୀ ମାନେ ଯୋଗଦାନ କରିଥିଲେ । ଏହାର ଉଦଘାଟନୀ ଉତ୍ସବ ତା ୧୫.୦୩.୨୦୨୧ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଥିଲା । ପ୍ରତେକ ଦିନ କୃଷି ଓ ଆନୁଷଙ୍ଗିକ ବିଷୟରେ ଓଡିଶାର ବିଭିନ୍ନ ଜିଲ୍ଲାର ଚାଷୀ ମାନଙ୍କୁ ନେଇ, ଚାଷୀ ଓ ବୈଜ୍ଞାନିକ ଙ୍କ ମଧ୍ୟରେ ଆଲୋଚନା ଚକ୍ର ହୋଇଥିଲା । ଏହି ଆଲୋଚନା ଚକ୍ରରେ ମାନ୍ୟବର ମନ୍ତ୍ରୀ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ ଓ  ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ବିଭାଗ , ଓଡିଶା ସରକାର ଶ୍ରୀଯୁକ୍ତ ଡ଼ଃ ଅରୁଣ କୁମାର ସାହୁ ପୌରହିତ କରିଥିଲେ । ଚଳିତ ବର୍ଷ ଆଲୋଚନା  ଚକ୍ରରେ ଚାଷୀଙ୍କ ଉର୍ଣ୍ଣତି  ଓ ପ୍ରଗତିରେ କୃଷକ ଉତ୍ପାଦନ ସଂଘର ଭୂମିକା, ଓଡିଶାରେ ଫୁଲ ଚାଷର ସଂଭାବ୍ୟତା, ପୋଷଣୀୟ ମଶ୍ଚ୍ୟ ଚାଷ, କୁକୁଡା ପାଳନ ଉଦ୍ୟୋଗ, ବ୍ୟବସାୟିକ ଗୋପାଳନ, ସମନ୍ନିତ ଚାଷ, ଫସଲ ଖସଡା ପରିବର୍ତ୍ତନ, ମିଲେଟ ମିଶନ ଓ ଜୈବିକ କୃଷି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସ୍ତରୀୟ କାର୍ଯ୍ୟ କ୍ରମରେ ରାୟଗଡ଼ ଜିଲ୍ଲାରୁ କୃଷି ବିଭାଗରୁ ୮୦ ଜଣ, ଉଦ୍ୟାନ କୃଷି ବିଭାଗରୁ ୪୦ ଜଣ ପଶୁ ସମ୍ପଦ ୧୦ ଓ କୃଷି ଓ ଆନୁଷଙ୍ଗିକ ଆଲୋଚନା ଚକ୍ରରେ ଅଗ୍ରଣୀ ଚାଷୀ  ଅଂଶଗ୍ରହଣ କରିଥିଲେ ଓ ଆମ ଜିଲ୍ଲାର ୫ ଜଣ ସଫଳ ଚାଷୀଙ୍କୁ ରାଜ୍ୟସ୍ତରରେ ପୁରସ୍କୃତ କରଯାଇଥିଲା । ଜିଲ୍ଲା ସ୍ତରୀୟ ସିଧା ପ୍ରସାରଣ କାର୍ଯ୍ୟ କ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ଗଙ୍ଗାଧର ପୁଆଲା ଓ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ଯୋଗ ଦେଇ ଚାଷିମାନଙ୍କୁ ଉତ୍ସାହିତ କରିଥିଲେ । ଏହି  କାର୍ଯ୍ୟକ୍ରମର ସମାପନ  ଊତ୍ସବକୁ  ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀଲାଲ ଉଦ୍ଦଯାପନ କରିଥିଲେ ଜିଲ୍ଲାସ୍ତରରେ  ସିଧା ପ୍ରସାରଣ କାର୍ଯ୍ୟକ୍ରମ ଜରିଆରେ ଚାଷୀ ମାନେ ବିଭିନ୍ନ ବୈଷୟିକ  ଜ୍ଞାନ କୌଶଳ ବିଷୟରେ ଅବଗତ ହୋଇଥିଲେ । ଏହିପରି କାର୍ଯ୍ୟକ୍ରମ ଚାଷୀଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହୋଇପାରିବ । ଜିଲ୍ଲା ସ୍ତରରେ  କୃଷି ବିଭାଗ , ଉଦ୍ୟାନ ବିଭାଗ, ମତ୍ସ ଓ ପ୍ରାଣୀ ସମ୍ପଦ ଜଳଛାୟା ମିଶନର ଅଧିକାରୀ ମାନଙ୍କ ସହଯୋଗରେ ସିଧାପ୍ରସାରଣ ସଫଳ ରୂପାୟନ ହୋଇପାରିଥିଲା ।

Comments are closed.