Odisha news

ରାୟଗଡା ଜିଲାରେ ଆଜି ପୁଣି ୧୩୬ଜଣ କରୋନା ପଜିଟିଭ ଚିହ୍ନଟ : ଏକ ସପ୍ତାହରେ ୭୨୮ ଆକ୍ରାନ୍ତ, ସଂଖ୍ୟା ୧୪୬୧ ଛୁଇଁଲା ରାୟଗଡ଼ା ଜିଲ୍ଲା

0

ରାୟଗଡା,୮ ।୮(Rabindra Patkhandal) :  ଆଜି ପୁଣି ୧୩୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୧ରେ ପହଞ୍ଚିଛି । ରାୟଗଡା ଜିଲ୍ଲାରେ କରୋନା ପଜିଟିଭ୍୍ଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ସାଧାରଣ ଜନତାଙ୍କ ସହ କୋଭିଡ ଯୋଦ୍ଧା ମଧ୍ୟ କରୋନା ଆକ୍ରାନ୍ତ ହେଉଛନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ତରଫରୁ ଉଦ୍ୟମ ସମ୍ପୁର୍ଣ୍ଣ ରୁପେ ବିଫଳ ହୋଇଛି । ଗତ ଦୁଇ ଦିନ ମଧ୍ୟରେ ଜିଲ୍ଲାରେ ୨୮୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଚଳିତ ମାସ ୧ ତାରିଖ ଠାରୁ ଆଜି ଯାଏ ବା ଏକ ସପ୍ତାହ ମଧ୍ୟରେ ୭୨୮ ଜଣ ଆକ୍ରାନ୍ତ ହୋଇଛନ୍ତି ।

ତେବେ କ୍ରମାଗତ ଭାବେ ବଢ଼ିଚାଲିଥିବା ସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡେ ଜିଲାରେ କରୋନା ଧିରେଧିରେ କାୟା ବିସ୍ତାର କରିଚାଲିଛି । ଜିଲାର ଗୁଡାରିୀ ସହରାଞ୍ଚଳ ଏବଂ ବ୍ଳକରୁ ସର୍ବାଧିକ ୫୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗୁଡାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଭିତରେ ପାଇକ ସାହି, ବଂଶଧାରା କୋଲନୀ ଏବଂ ପରିଛା ସାହିରେ ଚିହ୍ନଟ ହୋବପରେ ସମ୍ପୃକ୍ତ ଇଲାକାକୁ କଣ୍ଟେଇନମେଣ୍ଟ ଜୋନ ଘୋଷଣା କରିବା ସହ ଆକ୍ରାନ୍ତଙ୍କୁ ଚିକିତ୍ସିା କରାଯାଉଥିବା ସେ ସୁଚନା ଦେଇଛନ୍ତି ଡିଆରଡିଏ ପ୍ରକଳ୍ପନ ନିଦେ୍ର୍ଦଶକ । ସେହିପରି ରାମନାଗୁଡା ବ୍ଲକରୁ ୪୨ଜଣ, କଲ୍ୟାଣସିଂହପୁରରୁ ୩୦ଜଣ, ରାୟଗଡା ସହରାଞ୍ଚଳରୁ ୯ଜଣ, କାଶୀପୁରରୁ ୨ଜଣ ଏବଂ ଚନ୍ଦ୍ରପୁରରୁ ମାତ୍ର ଜଣେ ଚିହ୍ନଟ ହୋଇଛନ୍ତି ।

ଆକ୍ରାନ୍ତଙ୍କ ୧୩୬ଜଣଙ୍କ ମଧ୍ୟରେ ୫୦ପ୍ରତିଶତ ସୁରକ୍ଷା କର୍ମୀ ରହିଥିବା ଡିଆରଡିଏ ପ୍ରକଳ୍ପନ ନିଦେ୍ର୍ଦଶକ ଅମୃତ ଋତୁରାଜ ଏକ ଭିଡିଓ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି । ସୁଚନା ଅନୁଯାଇ ରାମନାଗୁଡା ବ୍ଲକ ଆଇଆରବି ବାଟାଲିୟନରେ ଥିବା ୪୦ଜଣ ଜବାନଙ୍କ ସହ ସିଆରପିଏଫ କଣ୍ଟେଇନମେଣ୍ଟ ଜୋନରୁ ୭ଜଣ ଏବଂ ଗୁଡାରୀୁ ଥାନର ୫ଜଣ ଜବାନ ପଜିଟିଭ ରୂପେ ଚିହ୍ନଟ ହୋଇଛନ୍ତି । ପରିକ୍ଷା ବ୍ୟବସ୍ଥାକୁକ ତରାନ୍ୱୀତ କରାଯାଇଥିବାରୁ ପଜିଟିଭ ଚିହ୍ନଟ ମଧ୍ୟ ବଢ଼ିବାରେ ଲାଗିଛି ବୋଲିକହିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୧୪୬୧ ଜଣ ଚିହ୍ନଟ ହୋଇଥିବା ବେଳେ ୮୫୬ ଜଣ ସୁସ୍ଥଲାଭ କରିଛନ୍ତି । ୧୦ ଜଣ କରୋନା ସଂକ୍ରମଣର ଶୀକାର ହୋଇ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ୫୯୫ ଜଣ କରୋନା ପଜିଟିଭ୍ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଂଟର ଏବଂ ଜେକେପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Nalco
Leave A Reply