ରାୟଗଡା ( Rabindra patkhandal) ବିପତ୍ତି ବେଳେ ରାଜନୀତିକ ଉଦେ୍ର୍ଧଶ୍ୟରଖି କଂଗ୍ରେସ ସାଂସଦଙ୍କ କୋଭିଡ଼ ଅନୁଦାନ ଖର୍ଚ୍ଚ କରୁନାହିଁ ଜିଲ୍ଲା ପ୍ରସାଶନ । କରୋନା ମହାମାରୀରୁ ଉଦ୍ଦାର ପାଇବା ପାଇଁ ୫୦ଲକ୍ଷ ଟଙ୍କା କୋଭିଡ଼ ସାମଗ୍ରୀ କିଣିବା ପାଇଁ ଏପ୍ରିଲ ମାସରେ ସାଂସଦ ପାଣ୍ଟିରୁ ଦେଇଥିଲେ । କେଉଁ କେଉଁ ସାମଗ୍ରୀ କିଣାଯିବ ତାହାର ବିବରଣୀ ମଧ୍ୟ ଦେଇଥିଲେ ।
କିନ୍ତୁ ବିଡ଼ମ୍ବନାର କଥା ବିପତ୍ତି ସମୟରେ ମଧ୍ୟ ରାଜନøତିକ ଉଦେ୍ର୍ଧଶ୍ୟରଖି ଟଙ୍କାଟିଏ ମଧ୍ୟ କିଣିଲେ ନାହିଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବୋଲି ଟୁପୁରୁ ଟାପୁରୁ ହେଉଥିବା ଶୁଣି ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ରାଜନୀତି କରଣ କରାଯାଉଛି ବୋଲି ପ୍ରକାଶ କରିଛନ୍ତି । ଏବଂ ନିଦେ୍ର୍ଦଶିକ ସ୍ୱାସ୍ଥ୍ୟ ବିଭାଗ ଯାମିନୀ ଷଡଙ୍ଗିଙ୍କୁ ଚିଠିଲେଖି ଏହି ବିଷୟରେ ତୁରନ୍ତ ବିଚାର କରିବାକୁ କହିଛନ୍ତି । ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡ଼ଃ ଆର୍ତ୍ତବନ୍ଧୁ ନାୟକଙ୍କୁ ଏହି ଅର୍ଥକୁ ଅତିସିଘ୍ର ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ଲୋକସଭା ସଂସଦୀୟ କ୍ଷେତ୍ର ଅଧିନରେ ଥିବା କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୫୦ ଲକ୍ଷ ଲେଖାଏଁ ଅନୁଦାନ ଦେଇଥିଲେ ସାଂସଦ ଉଲ୍ଲାକା ।
ମିଳିଥିବା ଅନୁଦାନରୁ କୋରାପୁଟ ଜିଲ୍ଲା ୧୮ ଲକ୍ଷ ୫୯ ହଜାର ୯ଶହ ୩ ଟଙ୍କା ଖର୍ଚ୍ଚ କରିଥିବା ବେଳେ ରାୟଗଡ଼ା ଜିଲ୍ଲା ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରାଯାଇ ନାହିଁ । ଏବାବଦରେ ସାଂସଦ ଉଲ୍ଲାକା କହିଛନ୍ତି ଯେ ସାଂସଦ ପାଣ୍ଠିରୁ ପ୍ରଦାନ କରାଯାଉଥିବା ଅନୁଦାନ ଅର୍ଥକୁ ବିନିଯୋଗ କରାନଯିବା କ୍ଷେତ୍ରରେ ରାଜ୍ୟ ସରକାର ପାର୍ଲାମେଣ୍ଟ ସ୍କୁଟିନିକୁ ନେଇ ଭୟ କରୁଛନ୍ତି ବୋଲି ମତଦେଇଛନ୍ତି । ରାଜ୍ୟ ସରକାରଙ୍କ ନିଦେ୍ର୍ଧଶ ପ୍ରକାରେ ରାୟଗଡ଼ା ଜିଲାରେ କାର୍ଯ୍ୟକାରୀ ହୋଇଥିବା ୧୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ଼ ଚିକିତ୍ସାଳୟରେ ବର୍ତ୍ତମାନ ସୁଧା ଅଧାପାହାନ୍ତିଆ ହୋଇ ପଡ଼ିରହିଛି ।
ଯାହା ଆଜିଯାଏ ୧୦୦ ଶର୍ଯ୍ୟା ହୋଇନାହିଁ । ଆଇସିୟୁ ନାହିଁ । ଭେଣ୍ଟିଲେଟର ନାହିଁ । ତେବେ ଜୁନ ୨୦ ତାରିଖ ସୁଦ୍ଧା କୋଭିଡ କେୟାର ସେଂଟରରେ ଆଇସିୟୁ କାର୍ଯ୍ୟକ୍ଷମ ହେବ ବୋଲି ନିଷ୍ପତି ଥିବା ବେଳେ ତାହା ଏବେ ଜୁନ ୩୦ ତାରିଖକୁ ବୃଦ୍ଧି କରାଯାଇଛି । ଏବଂ ଦୈନିକ ୧୦୦ ସ୍ୱାବ ପରୀକ୍ଷା ପାଇଁ ଏକ ଆରଟି ପିସିଆର ଟେଷ୍ଟ କେନ୍ଦ୍ର ପ୍ରତିଷ୍ଠା କରିବାକୁ ସାଂସଦ ଉଲାକା ପରାମର୍ଶ ଦେଇଛନ୍ତି । ୨୧ ତାରିଖ ସୁଦ୍ଧା କୋଭିଡ କେୟାର ସେଂଟର ନିମନ୍ତେ ଆବଶ୍ୟକ ଥିବା ଯନ୍ତ୍ରପାତିର ଏକ ତାଲିକ ରାଜ୍ୟ ଔଷଧ ନିଗମକୁ ପଠାଇବେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଆର୍ତବନ୍ଧୁ ନାୟକ ସାଂସଦଙ୍କୁ ପ୍ରତିଶୃତି ଦେଇଛନ୍ତି ।