Odisha news

ସରକାରୀ ଘର ପାଲଟିଛି ଥଣ୍ଡା ପାନୀୟର ଗୋଦାମ ଘର

0

ବାସୁଦେବପୁର : ସ୍ୱାସ୍ଥ୍ୟ ବିଭାଗର ଭିତ୍ତି ଭୂମିର ବିକାଶ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । କେଉଁଠି ଡାକ୍ତର ନାହାନ୍ତି ତ ପୁଣି କେଉଁଠି ଡାକ୍ତରଙ୍କ ପାଇଁ ଘର ନାହିଁ । ଘର ଅଭାବରୁ ଡାକ୍ତର ଗ୍ରାମାଞ୍ଚଳରେ ରହିବାକୁ ମୁହଁ ଫେରାଇ ନେଉଛନ୍ତି । ହେଲେ ଏମିତି ଏକ ଡାକ୍ତରଖାନା କଥା ଆମେ କହୁଛୁ ଯେଉଁଠି ଘର ଅଛି ହେଲେ ଡାକ୍ତର ରହୁନାହାନ୍ତି । ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ଇରମ ସ୍ୱାସ୍ଥ୍ୟ କେନ୍ଦ୍ରର ସରକାରୀ ଘର ପାଲଟିଛି ବେସରକାରୀ ଲୋକଙ୍କର ଥଣ୍ଡା ପାନୀୟର ଗୋଦାମ ଘର ।

ସ୍ୱାସ୍ଥ୍ୟ ବିଭାଗର ପରିବେଶ ଏବେ ଅସ୍ୱାସ୍ଥ୍ୟ କର ପରିବେଶ ସୃଷ୍ଟି ହୋଇଛି । ଏହି ଘର ଆଗରେ ଲାଗିଛି ଲରି ଲରି ଥଣ୍ଡା ପାନୀୟ । ଓହ୍ଲା ଯାଉଛି କେରାଟ କେରାଟ ଥଣ୍ଡା । ପେଟି ପେଟି ଲୁଚି ଓ ପାଣି ବୋଲତ କାନ୍ଧରେ ବୋହି ନେଉଛନ୍ତି ଶ୍ରମିକମାନେ । ଗୋଟିକ ପରେ ଗୋଟିଏ କରି ମାରୁଛନ୍ତି ଲାଟ୍‍ । ପୁଣି ସରକାରୀ ଡାକ୍ତରଖାନାର ଘରେ । ଶହ ଶହ କରାଟ ପେଟି ଗଚ୍ଚିତ ହୋଇ ରହିଛି ଏହି ଘରେ । କେଉଁଠି ବୋଲତ ତ ପୁଣି କେଉଁଠି କାଟୁନ୍‍ ପରେ କାଟୁନ୍‍ ଲାଟ୍‍ ମରାଯାଇଛି । ପୁଣି କେଉଁଠି ବଡ ବଡ ଥଣ୍ଡା ବୋତଲରେ ମରାଯାଇଛି ଲାଟ୍‍ । ସକରାରୀ ଘର ବେସରକାରୀ ଲୋକଙ୍କ ବେପାର ପେ= ସ୍ଥଳୀ ପାଲଟିଛି । ଅବାଧରେ ଚାଳଇଛି କାରବାର । ଏହି ଗୋଦାମରେ ଗଚ୍ଛିତ ରହୁଛି ଲକ୍ଷ ଲକ୍ଷ ଥଣ୍ଡା ।

ଲରିରୁ ଅନ୍‍ଲୋଡ୍‍ ହେଉଥିବା ବେଳେ ଏଠାରେ ଉପସ୍ଥିତ ଥିଲେ ଥଣ୍ଡା ଗୋଦାମର ମାଲିକ ବଳରାମ ପଣ୍ଡା । ଗଣମାଧ୍ୟମର ପ୍ରତିନିଧିଙ୍କୁ ଦେଖି ହଡ ବଡ ହୋଇ ଯାଇଥିଲେ ଥଣ୍ଡା ଏଜେନ୍ସିର ମାଲିକ । କିଛି ସମୟ ପାଇଁ ବନ୍ଦ ହୋଇ ଯାଇଥିଲା ଅନ୍‍ଲୋଡ୍‍ । ରୋଗୀ ସେବା ପାଇଁ ସରକାରଙ୍କ ରାଜକୋଷରୁ ଅର୍ଥ ଖର୍ଚ୍ଚ ହୋଇ ତିଆରି ହୋଇଥିବା ଘର ପେପସି ଏଜେନ୍ସିର ବାଣିଜ୍ୟ କୋଠି ପାଲଟିଛି । ପ୍ରଶ୍ନ ଉଠୁଛି ସରକାରୀ ଡାକ୍ତରଖାନାର ଘର ଚାବିକାଠି ଥଣ୍ଡା ମାଲିକ ପାଇଲେ କେଉଁଠୁ । ସରକାରୀ ଘର ଥଣ୍ଡା ଗୋଦାମ କରି ଏହି ବାଣିଜ୍ୟ କାରବାର ପାଇଁ ଅନୁମତି ଦେଲା କିଏ । ସ୍ୱାସ୍ଥ୍ୟ ଅଧିକାରୀଙ୍କ ହାତ ନାହିଁ ତ । ବର୍ଷ ବର୍ଷ ଧରି ମିଳିତ ସହଯୋଗରେ ଚାଲିଛି ବାଣିଜ୍ୟ କାରବାର । ମୁହଁ ଖୋଲିବାକୁ କେହି ନାରାଜ ।

ଦାୟିତ୍ୱରେ ଥିବା ଆୟୁଷ ଡାକ୍ତର ଅଧିକାଂଶ ସମୟରେ ଅନୁପସ୍ଥିତ ରହୁଥିବାରୁ ରୋଗୀଙ୍କ ଭାଗ୍ୟ ଫାର୍ମାସିଷ୍ଟ ହାତରେ ବନ୍ଧା ପଡିଛି । ଆୟୁଷ ଡାକ୍ତରଙ୍କ ଅନୁପସ୍ଥିତ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିସିା ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚାହିଁବାରୁ ଫୋନ ରିଙ୍ଗ୍‍ ହେଉଥିଲେ ମଧ୍ୟ ଉଠାଇବାକୁ ବାବୁ ଜିଲ୍ଲା ଅଧିକାରୀ ନାରାଜ ହେଉଛନ୍ତି । ଯଦି ଜିଲ୍ଲାର ଜଣେ ସିଡିଏମଓ ଜଣେ ସାଧାରଣ ଲୋକ ଫୋନ୍‍ ନଉଠାନ୍ତି ତାହେଲେ ଅସୁବିଧା ସମ୍ପର୍କରେ ଜଣାଇବ କେମିତି ବୋଲି ବୁଦ୍ଧିଜୀବିମାନେ ପ୍ରଶ୍ନ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ କଣ ହାତ ଟେକି ଦେଇଛି କି । ଏହି ଗୋଦାମ ପଛରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ପ୍ରତ୍ୟେକ୍ଷ ହାତ ଥିବାରୁ ଫାର୍ମାସିଷ୍ଟ କହିଛନ୍ତି ତାଙ୍କର ଘର ଭାଙ୍ଗି ଯାଇଛି । ଲୋକାଲ ଲୋକ ବୋଲି ଥଣ୍ଡା ରଖିଛନ୍ତି । ବାହାର କରିନେବେ । ନିକଟରେ ଏହି ଘର ଆଗରେ ସରକାରୀ ରାଜକୋଷରୁ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ବାଉଣ୍ଡରୀ ନିର୍ମାଣ କରାଯାଇଛି କେଉଁ ଆଧାରରେ । ଭୁଲ୍‍ କାହାର ସରକାରଙ୍କର ନା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କର

Leave A Reply