ରଣପୁର: ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ମହତପଲ୍ଲା ପଂଚାୟତର ଭାଲିଆମାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମରେ ଗୁଣି ଗାରେଡିକୁ ସନେ୍ଦହ କରି ଜଣେ ଯୁବକଙ୍କର ହାତକୁ ଗରମ ପାଣିରେ ବୁଡାଇ ଫଟୋକା ହୋଇ ହାତଟି ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । ଏବଂ ଏ ନେଇ ରଣପୁର ଥାନାରେ ଅଭିଯୋଗ ହେବାପରେ ପୋଲିସ୍ ୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ଖବର ଅନୁସାରେ ଭାଲିଆମାଳ ଗ୍ରାମର ବସନ୍ତ ଦେହୁରୀ ନାମକ ଜଣେ ବ୍ୟକ୍ତି ଦୀର୍ଘଦିନ ଧରି ସେହି ଗ୍ରାମରେ ରହି ଆସୁଥିଲା ବେଳେ ସେ ଗୁଣି ଗାରେଡି କରି ଭାଲିଆମାଳ ଗ୍ରାମରେ ରହୁଥିବା ଗ୍ରାମବାସୀଙ୍କର ବିଭିନ୍ନ ରୋଗ ସୃଷ୍ଟି କରୁଥିବା ସେହି ଗ୍ରାମର ଗ୍ରାମବାସୀ ବସନ୍ତଙ୍କ ଉପରେ ଅଭିଯୋଗ କରି ଆସୁଥିଲେ ।
ଏବଂ ସେଠାରେ ଜଣେ ମହିଳାଙ୍କ ଦେହରେ ଠାକୁରାଣୀ ସବାର ହୋଇ ବସନ୍ତଙ୍କ ନାମ କହିବା ପରେ ଗ୍ରାମବାସୀଙ୍କ ମନରେ ଏ ନେଇ ଭୟଭୀତ ହୋଇଥିଲେ । ପରେ ଗତକାଲି ସଂଧ୍ୟା ସମୟରେ ସେହି ଗ୍ରାମର ବସନ୍ତ ଦେହୁରୀଙ୍କୁ ତା ଘରୁ ଡାକିଆଣି ଗୁଣି ଗାରେଡି କରୁଥିବା ଅଭିଯୋଗରେ ଗ୍ରାମ ଦେବୀଙ୍କ ମନ୍ଦିର ପାଖରେ ଠାକୁରାଣୀଙ୍କୁ ଉଭା କରି ତାଙ୍କ ନିଦେ୍ର୍ଧଶରେ ଏକ ଚୁଲିରେ ଫୁଟୁଥିବା ଗରମ ପାଣି ବସନ୍ତଙ୍କ ହାତ ବୁଡାଇ ଦିଆଯାଇଥିଲା ଏବଂ ତାଙ୍କୁ ମାରପିଟ୍ କରାଯାଇଥିଲା । ଏ ନେଇ କୌଣସି ସୁତ୍ରରୁ ରଣପୁର ପୋଲିସ୍ ଖବର ପାଇ ସବ୍ ଇନିସ୍ପେକ୍ଟର ପ୍ରିତୀ ପ୍ରକାଶ ମହାନ୍ତି ଘଟଣା ସ୍ଥଳରେ ପହଁଚି ବସନ୍ତ ଦେହୁରୀଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିସôା ପାଇଁ ଭର୍ତ୍ତି କରିଥିଲେ ଏବଂ ବସନ୍ତ ଚିକିସôିତ ହୋଇ ଘରକୁ ଯାଇଥିବା ବେଳେ ରଣପୁର ପୋଲିସ୍ ଏହି ଅଭିଯୋଗରେ ସେହି ଗ୍ରାମର ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।