Odisha news

ସମଗ୍ର ଦେଶରେ ୪୨୫୨୮୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ,୨୩୭୧୯୫ ଜଣ ସୁସ୍ଥ ,୧୩୬୯୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା

0

ନୂଆଦିଲ୍ଲୀ: ଜୁନ୍ ୨୨ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୪୨୫୨୮୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୩୭୧୯୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୩୬୯୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪୩୮୭ ରହିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୦୬ ଜଣ, ଆସାମରେ ୯ ଜଣ, ବିହାରରେ ୫୩ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୧ ଜଣ, ଦିଲ୍ଲୀରେ ୨୧୭୫ ଜଣ, ଗୁଜରାଟରେ ୧୬୬୩ ଜଣ, ହରିୟାଣାରେ ୧୬୦ ଜଣ, ହିମାଚଳ ପ୍ରଦେଶରେ ୮ ଜଣ, ଜମ୍ମୁ ଓ କଶ୍ମୀରରେ ୮୨ ଜଣ, ଝାଡ଼ଖଣ୍ଡରେ ୧୧ ଜଣ, କର୍ଣ୍ଣାଟକରେ ୧୩୭ ଜଣ, କେରଳରେ ୨୧ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୧୭୦ ଜଣ, ମହାରାଷ୍ଟ୍ରରେ ୬୧୭୦ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୪ ଜଣ, ପୁଦ୍ଦୁଚେରୀରେ ୮ ଜଣ, ପଞ୍ଜାବରେ ୯୯ ଜଣ, ରାଜସ୍ଥାନରେ ୩୪୯ ଜଣ, ତାମିଲନାଡୁରେ ୭୫୭ ଜଣ, ତେଲେଙ୍ଗାନାରେ ୨୧୦ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୨୭ ଜଣ, ଉତ୍ତରପ୍ରଦେଶରେ ୫୫୦ ଜଣ ଏବଂ ପଶ୍ଚମବଙ୍ଗରେ ୫୫୫ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୪୮), ଆନ୍ଧ୍ରପ୍ରଦେଶ (୮୯୯୯), ଅରୁଣାଚଳ ପ୍ରଦେଶ (୧୩୫), ଆସାମ (୫୩୮୮), ବିହାର (୭୬୧୨), ଚଣ୍ଡିଗଡ଼ (୪୦୬), ଛତିଶଗଡ଼ (୨୨୭୫), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୮୮) ଜଣ, ଦିଲ୍ଲୀ (୫୯୭୪୬), ଗୋଆ (୭୫୪), ଗୁଜରାଟ (୨୭୨୬୦), ହରିୟାଣା (୧୦୬୩୫), ହିମାଚଳ ପ୍ରଦେଶ (୬୭୩), ଜମ୍ମୁ ଓ କଶ୍ମୀର (୫୯୫୬), ଝାଡ଼ଖଣ୍ଡ (୨୦୭୩) କର୍ଣ୍ଣାଟକ (୯୧୫୦), କେରଳ (୩୧୭୨), ଲଦାଖ (୮୩୭), ମଧ୍ୟପ୍ରଦେଶ (୧୧୯୦୩), ମହାରାଷ୍ଟ୍ର (୧୩୨୦୭୫), ମଣିପୁର (୮୪୧), ମେଘାଳୟ (୪୪), ମିଜୋରାମ (୧୪୧), ନାଗାଲାଣ୍ଡ (୨୧୧),  ଓଡ଼ିଶା (୫୧୬୦), ପୁଦ୍ଦୁଚେରୀ (୩୬୬), ପଞ୍ଜାବ (୪୦୭୪), ରାଜସ୍ଥାନ (୧୪୯୩୦), ସିକିମ୍ (୭୮), ତାମିଲନାଡୁ (୫୯୩୭୭), ତେଲେଙ୍ଗାନା (୭୮୦୨), ତ୍ରିପୁରା (୧୨୨୧), ଉତ୍ତରାଖଣ୍ଡ (୨୨୪୪), ଉତ୍ତରପ୍ରଦେଶ (୧୭୭୩୧) ଓ ପଶ୍ଚିମବଙ୍ଗ (୧୩୯୪୫) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୭), ଆନ୍ଧ୍ରପ୍ରଦେଶ (୪୩୩୧), ଅରୁଣାଚଳ ପ୍ରଦେଶ (୧୫), ଆସାମ (୩୩୬୦), ବିହାର (୫୫୮୦), ଚଣ୍ଡିଗଡ଼ (୩୧୬), ଛତିଶଗଡ଼ (୧୪୪୭), ଦାଦର ନଗର ହାୱେଲି (୨୬), ଦିଲ୍ଲୀ (୩୩୦୧୩), ଗୋଆ (୧୨୯), ଗୁଜରାଟ (୧୯୩୪୯), ହରିୟାଣା (୫୫୫୭), ହିମାଚଳ ପ୍ରଦେଶ (୪୨୫), ଜମ୍ମୁ ଓ କଶ୍ମୀର (୩୩୮୨), ଝାଡ଼ଖଣ୍ଡ (୧୪୦୬), କର୍ଣ୍ଣାଟକ (୫୬୧୬), କେରଳ (୧୬୬୧), ଲଦାଖ (୧୩୪), ମଧ୍ୟପ୍ରଦେଶ (୯୦୧୫), ମହାରାଷ୍ଟ୍ର (୬୫୭୪୪), ମଣିପୁର (୨୫୦), ମେଘାଳୟ (୩୩), ମିଜୋରାମ (୯) ନାଗାଲାଣ୍ଡ୍ (୧୪୧), ଓଡ଼ିଶା (୩୭୨୦), ପୁଦ୍ଦୁଚେରୀ (୧୪୦), ପଞ୍ଜାବ (୨୭୦୦), ରାଜସ୍ଥାନ (୧୧୫୯୭), ସିକିମ୍ (୨୫), ତାମିଲନାଡୁ (୩୨୭୫୪), ତେଲେଙ୍ଗାନା (୩୭୩୧), ତ୍ରିପୁରା (୬୫୯), ଉତ୍ତରାଖଣ୍ଡ (୧୫୦୦), ଉତ୍ତରପ୍ରଦେଶ (୧୦୯୯୫) ଓ ପଶ୍ଚିମବଙ୍ଗ (୮୨୯୭) ।

Leave A Reply