ରାୟଗଡା,୫/୯(Rabindra Patkhandal)-ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ମଦ ମାଫିଆ ସହ ମିସି ମଦବେପାର କରୁଛନ୍ତି ଏହାର ସ୍ୱଷ୍ଟ ପ୍ରମାଣ କରି ଗୁମର ଖୋଲିଛି ଜିଲ୍ଲା କଂଗ୍ରେସ । କିଛିଦିନ ତଳେ ଖୋଦ୍ ଅବକାରୀ ଅଧୀକ୍ଷକ ଏବଂ ଦୁଇଜଣ କନେଷ୍ଟବଲ ଲାଂଚ ମାଗିବା ମାମଲା ପଦାକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଶେଷରେ ସରକାର ଅବକାରୀ ଅଧିକ୍ଷକ ଓ କନେଷ୍ଟବଲଙ୍କୁ ଚାକିରୀରୁ ନିଲମ୍ବନ କରିଥିଲେ । ଏବେ ପୁଣି ଏକ ଦୂର୍ନୀତି ପଦାକୁ ଆସିଛି । ଜଣେ ନିର୍ଦ୍ଦିଷ୍ଟ ମଦ ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଜିଲ୍ଲାରେ ୩ଟି ବିୟର ପାର୍ଲର ଖୋଲିବା ପାଇଁ ଅବକାରୀ ନିୟମକୁ ମାଡିମୋକଚି ବ୍ୟବସାୟୀଙ୍କ ସପକ୍ଷରେ ହୋଟେଲ ନଥାଇ ବିୟର ପାର୍ଲର ଖୋଲିବା ଜାଲକାଗଜ ପ୍ରସ୍ତୁତ କରାଯାଇଛି । ଯାହା ଏବେ ଚର୍ଚ୍ଚାରେ ପୁଣି ଥରେ ଜିଲ୍ଲା ପ୍ରଶାସନ । ଏହି ଘଟଣାକୁ ନେଇ ଆଜି ଜିଲ୍ଲା କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଥିଲା । ନିର୍ଦ୍ଦିଷ୍ଟ ମଦମାଫିଆ ହରି ମହାନ୍ତିଙ୍କୁ ଜିଲ୍ଲାରେ ମଦ ଦୋକାନ ଖୋଲିବା ପାଇଁ ଯେପରି ଅବକାରୀ ନିୟମକୁ ଅଣଦେଖା କରାଯାଇ ମାଫିଆଙ୍କୁ ଅହେତୁକ ଅନୁକମ୍ପା ଦେଖାଯାଇଛି, ତାହା ଏକ ନିନ୍ଦନୀୟ ଘଟଣା ବୋଲି ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଅଭିଯୋଗ କରିଛନ୍ତି ।
ଗତ ମାର୍ଚ୍ଚ ମାସ ଠାରୁ ଅଗଷ୍ଟ ମାସ ମଧ୍ୟରେ ସମସ୍ତ ଅବକାରୀ ଆଇନକୁ ଉଲଘଂନ କରି ଜିଲ୍ଲାର ଗୁଣପୁର, ଟିକିରି ଓ ରାୟଗଡା ସହରର କପିଳାସ ରୋଡ ଠାରେ ୩ଟି ଅନସପ୍ ବିଦେଶୀ ଠିପି ଖୋଲା ମଦ ଦୋକାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ଓ ଅବକାରୀ ଅଧିକ୍ଷକ ବିନା ସୂଚନା ଓ ବିନା ଗ୍ରାମସଭା କରି କିପରି ଅବକାରୀ କମିଶନରଙ୍କୁ ସୁପାରିଶ କରିଛନ୍ତି ବୋଲି ଶ୍ରୀପଣ୍ଡା ସୂଚନା ଦେଇଛନ୍ତି । ବିଡ଼ମ୍ବନାର କଥା ହରି ମହାନ୍ତି ଅବକାରୀ ବିଭାଗରେ ପ୍ରାୟ ୭୫ଲକ୍ଷର ଶ୍କୁକ ବକେୟା ଥିବାରୁ ୨୩ବର୍ଷ ତଳେ ବିବାହ କରିଥିବା ତାଙ୍କ ଧର୍ମ ପତ୍ନୀ ସୁଜାତା ମଞ୍ଜୁରୀ ପତି ପିତା ସତ୍ୟବାଦୀ ପତି ନ୍ୱୁ କଲୋନୀ ରାୟଗଡ଼ା ନାମରେ ଦୋକାନ ଆବେଦନ କରି ଚଞ୍ଚକତା କରାଯାଇଛି । ଯାହା ଭୁବନେଶ୍ୱର ଏଆରପୋର୍ଟ ନିକଟରେ ନିଜସ୍ୱ ଘରେ ରହୁଥିବା ବେଳେ ପତ୍ନୀଙ୍କ ଠିକଣା ନ ଲେଖି ଶଶୁର ନାମ ଦର୍ଶାଇ ଅବକାରୀ ଆଇନ ୨୦୧୭ଧାରା ୧୪୯କୁ ଊଲଘଂନ କରାଯାଇଛି ।
ତେବେ ଅବକାରୀ ପତ୍ର ସଂଖ୍ୟା ୩୭୫ ତା ୨୭.୦୨.୨୦୨୧ ରିଖ ଗୁଣପୁର ପୌରାଚଂଳର ମରାଠିଗୁଡା ଠାରେ ମାଲବାର ନାମରେ ଅନସପ୍ ଖୋଲିବା ପାଇଁ ଜିଲ୍ଲାପାଳ ଫର୍ମ ଏ ରେ ନୋଟିସ ଜାରୀ କରିଥିଲେ । କିନ୍ତୁ ଏହି ନୋଟିସ୍ କୁ ଗୁପ୍ତଭାବେ ରଖାଯାଇ କୌଣସି ଅଫିସକୁ ପଠାଯାଇନଥିଲା । ଏପରିକି ସରକାରୀ ୱେବସାଇଟରେ ମଧ୍ୟ କୌଣସି ସୂଚନା ପ୍ରଦାନ କରାଯାଇନଥିବା କଂଗ୍ରେସ ଅଭିଯୋଗ କରିଛି । ଯେଉଁ ଫାଇଲ୍ ୬ ମାସ ମଧ୍ୟରେ ହେବା କଥା ତାହା କିପରି ୧୫ ଦିନ ମଧ୍ୟରେ ସମ୍ଭବ ହେଲା । ଏହି କାରସାଦିରେ ଅବାକରୀ କମିଶନରଙ୍କ କାର୍ଯ୍ୟାଳୟ ତେପୁଟି କମିଶନର ସଂପୃକ୍ତି ଅଛନ୍ତି । ସମସ୍ତ କାଗଜପତ୍ର, ରିପୋର୍ଟ ମଥ୍ୟା ଓ ଜାଲିଆତି କରାଯାଇ ଗୁଣପୁର ଅବକାରୀ ନିରିକ୍ଷକଙ୍କୁ ଚାପ ପକାଯାଇ ନଥିପତ୍ର ପ୍ରସ୍ତୁତ କରାଯାଇଛି ବୋଲି ମଧ୍ୟ କଂଗ୍ରେସ ଅଭିଯୋଗ କରିଛି ।
ସେହିପରି ପରି କାଶିପୁର ବ୍ଲକ ଅନ୍ତର୍ଗତ ଟିକିରି, ଡଙ୍ଗାସିଲ ରୋଡ ଠାରେ ହୋଟେଲ ବ୍ଲୁ ମୁନ୍ ରେଷ୍ଟୁରାଂଟ ପତ୍ର ସଂଖ୍ୟା ୮୦୮ ତା ୦୫.୦୫.୨୦୨୧ ରିଖ ଓ ରାୟଗଡା ସହରସ୍ଥିତ କପିଳାଶ ରୋଡରେ ୧୩ ନଂ ୱାର୍ଡରେ ଡେ ଡ୍ରିମ୍ ରେଷ୍ଟୁରାଂଟ ପତ୍ର ସଂଖ୍ୟା ୮୭୨ ତା ୦୯.୦୬.୨୦୨୧ ରିଖ ରେ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ନୋଟିସ ବାହାର କରାଯାଇଥିଲା । ଏହି ୨ଟି ସ୍ଥାନରେ କୌଣସି ରେଷ୍ଟୁରାଂଟ ନଥିବା ବେଳେ ଏହି ନୋଟିସକୁ ମଧ୍ୟ ସାର୍ବଜନୀନ କରାଯାଇନଥିଲା କି ଟିକିରି ପଂଚାୟତ ଠାରେ ଗ୍ରାମସଭା କରାଯାଇନଥିଲା । ଅବକାରୀ ଆଇନ ୨୦୧୭ ଧାରା ୨୬କୁ ସଂପୂର୍ଣ୍ଣ ଭାବେ ଉଲଂଘନ କରି ରାୟଗଡା କପିଳାସ ରୋଡ ଠାରେ ଅନସପ୍ ମଦ ଦୋକାନ ଖୋଲିବା ପାଇଁ କାଗଜପତ୍ର ପ୍ରସ୍ତୁତ କରାଯାଇଛି । ପୂର୍ବରୁ ଏହି ୱାର୍ଡରେ ୪ଟି ଅଫ ଓ ଗୋଟିଏ ଅ୍ନସପ୍ ମଦ ଦୋକାନ ଅଛି । ପୁଣିଥରେ ଏଠାରେ କାହିଁକି ଆଉ ଗୋଟିଏ ମଦ ଦୋକାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରୁଛି ବୋଲି ଶ୍ରୀପଣ୍ଡା ପ୍ରଶ୍ନ କରିଛନ୍ତି ।
ତକ୍ରାଳିନ ନିଲମ୍ବିତ ଅବକାରୀ ଅଧିକ୍ଷକ ପ୍ରସନ୍ନ କୁମାର ନାୟକ, ମଦ ବ୍ୟବସାୟୀ ହରି ମହାନ୍ତି ରାୟଗଡା ଅବକାରୀ ନିରିକ୍ଷକଙ୍କୁ ଚାପ ପକାଇ ଟିକିରି ଓ ରାୟଗଡା ବାର୍ ପାଇଁ ଜାଲ୍ ଓ ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କ ଠାରେ ଦାଖଲ କରି ଅବକାରୀ କମିଶନରଙ୍କୁ ସୁପାରିଶ୍ କରିଛନ୍ତି । ତେଣୁ ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି କଂଗ୍ରେସ । ସୁପାରିଶ କରାଯାଇଥିବା ସମସ୍ତ ଲାଇସେନ୍ସକୁ ରଦ୍ଦ କରିବା ପାଇଁ କଂଗ୍ରେସ ଦାବୀ କରିଛି । ଯଦି ଆଗାମୀ ୧୫ଦିନ ମଧ୍ୟରେ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ ନ କରାଯାଇ ତା ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରୀପଣ୍ଡା ଚେତାବନୀ ଦେଇଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରାର୍ଥି ଆପଲସ୍ୱାମୀ କାଡ୍ରାକା, ସାଧାରଣ ସଂପାଦକ ପ୍ରାର୍ଥ ବର୍ଦ୍ଧନ,ଜିବିତେଶ୍ୱର ରାଓ, ଉପ-ସଭାପତି ଏମ.ଶଙ୍କର ରାଓ, ମିଡିଆ ସଂଯୋଜକ ଅସଲମ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.