ରାୟଗଡା,୧୭ ।୧(Rayagada) ସାରା ରାୟଗଡ଼ା ସହରରେ ପୋଷ୍ଟର ବ୍ୟାନରରେ ଛାଉଣି । ସବୁ ରାଜନୈତିକ ଦଳ ଏବଂ ସାମାଜିକ ଅନୁଷ୍ଠାନ ଗୁଡ଼ିକ ନିଜ ନିଜ ପୋଷ୍ଠର ଜରିଆରେ ଲୋକଙ୍କୁ ନୂଆ ବର୍ଷ ଠାରୁ ପଙ୍ଗଲ ବା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଅଭିନନ୍ଦନ ବାର୍ତ୍ତା ଜଣାଇଛନ୍ତି । ଜିଲ୍ଲାଟି ଆନ୍ଧ୍ର ସିମାନ୍ତରେ ରହୁଥିବାରୁ ତେଲୁଗୁ ସମ୍ପ୍ରଦାୟର ଛାପା ବେଶ ଅନୁଭୁତ ହୋଇଥାଏ । ତେବେ ହତାଠ କଂଗ୍ରେସ ବ୍ୟାନକୁ ନିରୀକ୍ଷଣକଲେ ନଜର ଅଟକି ଯାଉଛି ନୂଆ ମୁହଁ ସିମାଞ୍ଚଳ ଉଲ୍ଲାକା (ଦିପୁ) ବିଧାୟକ ପାର୍ଥୀ ଆପୋଲ ସ୍ୱାମୀ ପାଶ୍ୱରେ ଏହି ପୋଟକୁ ଦେଖି ଲୋକେ ରାଜନୈତିକ ଖଟିରେ ଖୁବ ଆଲୋଚନା କରୁଛନ୍ତି ।
କାଳେ ଆଗାମୀ ନିର୍ବାଚନରେ ଆଉ ଏକ ମୁଖ୍ୟ ପଦବି ପାଇଁ ପ୍ରତିଦୋନ୍ଦ କରିବ ନାହିଁ ତୋ ବୋଲି ଜଣେ ଅନ୍ୟକୁ ପଚାରୁଛନ୍ତି । ଓଡ଼ିଶା ରାଜନୀତିରେ ବେସ ଜଣାଶୁଣା ନେତା ସ୍ୱଗତ ରାମଚନ୍ଦ୍ର ଉଲ୍ଲାକା ଏକ ସଫଳ ରାଜନୀତିଜ୍ଞ ବୋଲି ଇତିହାସ ପୃଷ୍ଠା କହୁଥିବା ବେଳେ ତାଙ୍କ ଦିତ୍ୱୀୟ ପତ୍ନୀ ରତ୍ନମଣୀ ଗରଡ଼ା ତାଙ୍କ ପୁଅ ସପ୍ତଗୀରି ଶଙ୍କର ଉଲ୍ଲାକାଙ୍କୁ ବାପା ଚାଲିଥିବା ପଦଚଲା ରାସ୍ତାରେ ଚଲାଇ ଚଲାଇ ସାଂସଦ ପଦରେ ଅଧିଷ୍ଠ କରାଇ ପାରିଛନ୍ତି । ତେବେ ଏହି ନୂଆଁ ମୁହଁ ରୁପରେ ସପ୍ତରୀରି ଶଙ୍କର ଉଲ୍ଲାକାଙ୍କ ଭାଇ ଅର୍ଥାତ ସ୍ୱଗତ ରାମଚନ୍ଦ୍ର ଉଲ୍ଲାକା ଏବଂ ରତ୍ନମଣୀ ଗରଡ଼ାଙ୍କ ଦିତ୍ୱୀୟ ପୁଅ ସିମାଞ୍ଚଳ ଇଲ୍ଲାକାଙ୍କୁ ଆଉଏକ ନୂଆଁ ମୁହଁ ବୋଲି ଆଲୋଚନା ହେଉଛି ।
ବର୍ତ୍ତମାନ ସାଂସଦ ସପ୍ତଗୀରି ଭାଇ ସିମାଞ୍ଚଳଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଥିବା ନଜର ଆସୁଥିବା ବେଳେ ସିମାଞ୍ଚଳ ଭୁବନେଶ୍ୱରରେ ଉଚ୍ଚଶିକ୍ଷା ଲାଭକରି ପୁରୀ ଠାରେ ଆଇନ ଶିକ୍ଷା ଲାଭକରିଛନ୍ତି । ଏବଂ ସେ ଗତ ୨୦୦୯ ଠାରୁ ୨୦୦୮ ପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଦାୟୀତ୍ୱ ତୁଲାଇ ଥିବାବେଳେ ଗତ ୨୦୦୯ ଠାରୁ ୨୦୧୩ ମସିହା ପର୍ଯ୍ୟନ୍ତ ରାଜ୍ୟ ଛାତ୍ର କଂଗ୍ରେସର ସମ୍ପାଦକ ଭାବରେ ଦାୟୀତ୍ୱ ତୁଲାଇ ଚର୍ଚ୍ଚାରେ ଥିଲେ । ତେବେ ଏହାକୁ ନେଇ ରାୟଗଡ଼ା କଂଗ୍ରେସ କର୍ମୀମାନଙ୍କ ଠାରୁ କୈଣସି ପ୍ରକାର ପ୍ରତିକ୍ରିୟା ମିଳିନଥିବା ବେଳେ ଆଗାମୀ ପୈରପରିଷଦ ନିର୍ବାଚନ ହେଉ ବା ସାଧାରଣ ନିର୍ବାଚନ ହେଉ କଂଗ୍ରେସ ଆଉ ଏକ ନୂଆଁମୁହ ପ୍ରତିନିଧିତ୍ୱରେ ଆସିବ ବୋଲି ଚର୍ଚ୍ଚା ଯୋର ଧରିଛି ।