Odisha news

ପିଚୁ ବୋଝେଇ ଗାଡିରୁ ୨ ଟନ ଗଞ୍ଜେଇ ଜବତ

0

ରାୟଗଡା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଲୱେ ଲେବଲ କ୍ରସି୍ରଂ ନିକଟରୁ କ୍ରଇମବ୍ରାଞ୍ଚର ଏସଟିଏଫ ଚଡ଼ାଉ କରି ୨ ଟନ ଗଞ୍ଜେଇ ଜବତ କରିଛି । ଗୋଟିଏ ପିଚୁ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଟ୍ରକ ସହ ଗଞ୍ଜେଇକୁ ଜବତ କରିଛି । ତେବେ ଡ଼୍ରାଇଭର ଫେରାର ହୋଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ୪୦ଲକ୍ଷ ଟଙ୍କା ହେବ ବୋଲି ଜଣାପଢିଛି । ଜିଲ୍ଲାରେ ଦୀର୍ଘ ୯ ମାସର ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସମୟ ମଧ୍ୟରେ ଗଞ୍ଜେଇ ବେପାରୀଙ୍କ ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ଗଞ୍ଜେଇ ମାଫିଆଙ୍କ ରାଜ ପୁରା ଜିଲ୍ଲାରେ ପୋଲିସ୍କୁ ନାକେଦମ୍ କରିଛି । ବେପାରୀମାନେ ଯେକୌଣସି ଉପାୟରେ କରୁଛନ୍ତି ବେପାର । ବାରମ୍ବାର ପୋଲିସର ତଦନ୍ତ ପରେ ମଧ୍ୟ ସୁଧୁରୁ ନାହାନ୍ତି ମାଫିଆ । କେତେବେଳେ ପରିବା ବୋଝେଇ ଟ୍ରକ୍ରେ ତ ପୁଣି କେତେବେଳେ କାରର ସିଟ୍ ତଳେ, ପେଟ୍ରୋଲ ଟ୍ୟାଙ୍କରେ, କେତେବେଳେ ଲୁହାଛଡ଼ ଗାଡ଼ିରେ ଏପରି ଦୀର୍ଘ ୯ ମାସ ମଧ୍ୟରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କାର ଗଞ୍ଜେଇ ସହ ବହୁ ଗାଡ଼ି ଓ ଟ୍ରକ୍ ଜବତ ହୋଇଛି । ଆଉ ଏବେ ପିଚୁ ବୋଝେଇ ଗାଡିରେ ହେଉଛି ଗଞ୍ଜେଇ ଚାଲାଣ । ତେବେ ଚାଲାଣ ସମୟରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ଏକ ପିଚୁ ବୋଝେଇ ଟ୍ରକରୁ ୨ ଟନ ଗଞ୍ଜେଇ ଜବତ ହୋଇଛି । ୧୨ ଚକିଆ ଟ୍ରକରେ ହେଉଥିଲା ଗଞ୍ଜେଇ ଚାଲଣ । ଏସଟିଏଫ୍ଟିମ୍କୁ ଦେଖି ଚମ୍ପଟ ମାରିଲେ ଡ୍ରାଇଭର ଓ ହେଲପର । କୌଣସି ସୂତ୍ରରୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ଟିମ୍ ସୂଚନା ପାଇ ରେଡ କରିଥିଲା ଓ ଗାଡ଼ିଟି ରେ ଗଞ୍ଜେଇ ରାୟଗଡ଼ାରୁ ବୌଦ୍ଧ କଣ୍ଟାମାଳକୁ ଚାଲଣ ହେଉଥିବା ସୂଚନା ମିଳିଛି ।

Nalco
Leave A Reply