ରାୟଗଡା : ରାଜ୍ୟ ସରକାର ଆସନ୍ତା ଜାନୁଆରୀ ୮ ତାରିଖରେ ସମସ୍ତ ବିଦ୍ୟାଳୟ ଖୋଲିବା ନେଇଥିବାରୁ ସ୍କୁଲମାନଙ୍କର ସ୍ଥିତି ଜାଣିବା ନିମନ୍ତେ ଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀ ଜନାବ ରଶିଦ ଖାନ ରାୟଗଡ ଜିଲ୍ଲା ପ୍ରଦର୍ଶନ କରିଛନ୍ତି କ୍ଷ କୋଭିଡ ପାଇଁ ସାରା ରାଜ୍ୟରେ ପାଠପଢା ବନ୍ଧ ହୋଇଥିଲା ଏବଂ ଆଗକୁ ୧୦ମ ବୋର୍ଡ ପରୀକ୍ଷା ଥିବାରୁ ସରକାର ମାତ୍ର ୧୦ମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଛାତ୍ରୀ ପାଠପଢା ନିମନ୍ତେ ସ୍କୁଲ ଖୋଲିବା ପାଇଁ ସ୍ଥିର ହୋଇଛି କ୍ଷ ଜିଲ୍ଲାରେ ସ୍ଥାପିତ ସମସ୍ତ ଉଚ୍ଚ ବିଦ୍ୟାଳୟ ବିଶେଷ କରି ଶିକ୍ଷା ବିଭାଗ ମଙ୍ଗଳ ବିଭାଗ ଓ ଘରୋଇ ବିଦ୍ୟାଳୟ ଗୁଡିକ ପର୍ୟ୍ୟବେକ୍ଷକ ଜନାବ ଖାନ ପରିଦର୍ଶନ କରିଛନ୍ତି କ୍ଷ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକଷ୍ଟରେ ଜିଲ୍ଲା ପାଳ ଶ୍ରୀ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ପିଡି ଶ୍ରୀ ଭୀମସେନ ଶବର, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ କୁମାର ଶତପଥିଙ୍କ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀମତୀ ଆନେଷ୍ଟେସିଆ କେରକେତାଙ୍କ ସହ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏକ ସମୀକ୍ଷକ୍ଷ ବୈଠକ ଅନୁଷ୍ଠିତ ହୋଇଥିଲା । ବିଶେଷ କରି ସ୍କୁଲ ଖୋଲିବା ନିମନ୍ତେ ପ୍ରାକ ପ୍ରସ୍ତୁତି ଓÿ ଖୋଲିବା ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ସଫାସୁତୁରା, ପରିବେଶ ପରିଛନ୍ନତା ଓÿ ସ୍ୱାସ୍ଥ୍ୟ ଉପରେ ଯେପରି ଅସୁବିଧା ନହୁଏ ସେଥିନିମନ୍ତେ ପଚାରି ବୁଝିଥିଲେ କ୍ଷ ସ୍କୁଲ ପରିସର ରେ ପିଇବାପାଣି, ହାତଧୁଆ ବ୍ୟବସ୍ଥା, ମାସ୍କ ବ୍ୟବହାର ଓÿ ସାମାଜିକ ଦୂରତକ୍ଷ ବଜାୟ ରଖିବା ନିମନ୍ତେ ଶିକ୍ଷକମାନଙ୍କୁ କଡାକଦିଭାବେ ପାଳନ କରିବାକୁ ଇଦେ୍ର୍ଦଶ ଦେବାକୁ ପରାମର୍ଶ ଦେଇଥିଲେ । ସ୍କୁଲ ଚକ୍ଷଲିବକ୍ଷ ଦ୍ୱାରା ଛାତ୍ର ଛାତ୍ରୀ ମାନେ ଯେପରି କରୋନାର ସୁପର ସ୍ପ୍ରେଡ଼ର ନୁହୁଅନ୍ତି ସେଥିପ୍ରତି ଧ୍ୟାନଦେବାକୁ ଜିଲ୍ଲା ପ୍ରଶାସନକୁ ନୋଡାଲ ଅଧିକାରୀ ପରାମର୍ଶ ଦେଇଛନ୍ତି । ଆସନ୍ତା ୮ ତାରିଖରେ ଜିଲ୍ଲାରେ ଶିକ୍ଷା ବିଭାଗର ୧୬୬ଟି ଦିଦ୍ୟାଳୟ ଏବଂ ମଙ୍ଗଳ ବିଭାଗର ୪୨ଟି ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଠପଡା ଆରମ୍ଭ ହେବ । ଏହି ସବୁ ଶିକ୍ଷାନୁଷ୍ଠାନ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ନିଦେ୍ର୍ଦଶ ଦେବାକୁ ଜଣବ ଖାନ ପରାମର୍ଶ ଦେଇଥିଲେ ।
