Odisha news

କେନ୍ଦୁପତ୍ର ତୋଳାଳିଙ୍କ ଦୈନିକ ମଜୁରୀ ପ୍ରଦାନରେ ଅନିୟମିତତା

0

ରାୟଗଡା : କେନ୍ଦୁପତ୍ର ତୋଳାଳିଙ୍କ ଦୈନିକ ନିର୍ଦ୍ଧାରିତ ପ୍ରାପ୍ୟ ଠାରୁ କମ ମଜୁରୀ ପ୍ରଦାନ କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଏ ନେଇ କେନ୍ଦୁପତ୍ର ତୋଳାଳି ମାନେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ସାକ୍ଷାତ କରି ଘଟଣା ସଂପର୍କରେ ଅବଗତ କରାଇବା ସହ ନିର୍ଦ୍ଧାରିତ ପ୍ରାପ୍ୟ ପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି । ଜୟପୁର କେନ୍ଦୁପତ୍ର ବନଖଣ୍ଡ ଅଧିନସ୍ଥ ବିଷମକଟକ କେନ୍ଦୁପତ୍ର ବନାଚଂଳରେ ୭୭ ଜଣ ଫିଡର ଚପରାସି କାର୍ଯ୍ୟରତ ଅଛନ୍ତି । ଚପରାସି ମାନେ କେନ୍ଦୁ ଗଛ କଟେଇ ଠାରୁ ପତ୍ର କିଣା ଓ ପତ୍ରର ରକ୍ଷଣ ବେକ୍ଷଣା କାର୍ଯ୍ୟରେ ନିୟୋଜିତ ରହିଥାନ୍ତି ।

ମାଝିଗୁଡା, ଶିକରପାଇ, ଅମ୍ବାଦଳା, ମୁନିଗୁଡା, ଥେରୁବାଲି ଓ ବିଷମକଟକ ବନାଚଂଳରେ ୬୬ ଜଣ କେନ୍ଦୁପତ୍ର ତୋଳାଳି ଦୈନିକ ମଜୁରୀ ହାରରେ କାର୍ଯ୍ୟରତ ଅଛନ୍ତି । ସରକାରଙ୍କ ତରଫରୁ ନିର୍ଦ୍ଧାରିତ ଦୈନିକ ମଜୁରି ହାରରେ ପାରିଶ୍ରମିକ ଦିଆଯାଇଥାଏ । କେନ୍ଦୁ ପତ୍ର ତୋଳିଳୀ ମାନଙ୍କୁ ସରକାରଙ୍କ ନିର୍ଦ୍ଧାରିତ ପ୍ରାପ୍ୟ ୧୨ ହଜାର ରୁ ୧୮ ହଜାର ଟଙ୍କା ମଧ୍ୟରେ ପ୍ରଦାନ କରାଯାଇଥାଏ ।

କିନ୍ତୁ ଚଳିତ ବର୍ଷ ବିଷମକଟକ କେନ୍ଦୁପତ୍ର ବନାଚଂଳରେ କର୍ମଚାରୀ ମାନଙ୍କୁ ଦରମାରେ କାଟଛାଟ କରାଯାଇଥିବା ଅଭିଯୋଗ ହୋଇଛି । କାହାକୁ ୧୧ ହଜାର ତ କାହାକୁ ୬ ହଜାର ତ ଆଉ କାହାକୁ ୬ ହଜାରରୁ କମ ପ୍ରାପ୍ୟ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି । ଜୟପୁର କେନ୍ଦୁପତ୍ର ଅଧିନରେ ଥିବା ଅନ୍ୟ ବନାଚଂଳରେ କର୍ମଚାରୀ ମାନଙ୍କୁ ୧୨ ହଜାରରୁ ୧୮ ଟଙ୍କା ପ୍ରାପ୍ୟ ମିଳିଥିବା ବେଳେ ବିଷମକଟକ ବନାଚଂଳରେ କର୍ମଚାରୀ ମାନଙ୍କୁ କାହିଁକି କମ ପ୍ରାପ୍ୟ ପ୍ରଦାନ କରାଯାଇଛି ବୋଲି କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି ।

 

Nalco
Leave A Reply