Odisha news

ଷ୍ଟେସନରୁ ୧୮ଦାଦନ ଶ୍ରମିକ ଉଦ୍ଧାର ସେମଧ୍ୟରୁ ୫ ନାବାଳକ

0
ରାୟଗଡା:ରାୟଗଡ଼ା ରେଳ ଷ୍ଟେସନରୁ ଦାଦନ ଖଟିବାକୁ ଯାଉଥିବା ୧୮ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳିକା ଏବଂ ତିନି ଜଣ ନାବାଳକ ରହିଥିବା ଚାଇଲ୍ଡଲାଇନ ପକ୍ଷରୁ ସୂଚନା ମିଳିଛି। ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଥେରୁବାଲି ଅଞ୍ଚଳରୁ ଦାଦନ ଖଟିବା ପାଇଁ ଶ୍ରମିକ ଚାଲାଣ ହେଉଥିବା ସମ୍ପର୍କରେ ଚାଇଲ୍ଡଲାଇଲ ପାଖରେ ସୂଚନା ଆସି ପହଞ୍ଚି ଥିଲା।
ସୂଚନାକୁ ଆଧାର କରି ଚାଇଲ୍ଡଲାଈଲ କର୍ମକର୍ତ୍ତା ଷ୍ଟେସନରେ ପହଞ୍ଚି ଜିଆରପି ସହାୟତାରେ ତନାଘନା ଆରମ୍ଭ କରିଥିଲେ। ତେବେ ଏକାଠି ୧୮ଜଣଙ୍କୁ ପାଇ ପଚାରା ଉଚୁରା କରିବା ବେଳେ ଜଣାପଡିଲା ଯେ ସେମାନଙ୍କୁ ଜଣେ ଦଲାଲ କାମ ଯୋଗାଇ ଦେବାର ପ୍ରତିଶୃତି ଦେଇ ଆନ୍ଧ୍ରପ୍ରଦେଶର ତିରୁପତିକୁ ନେଇ ଯାଉଥିବା ପ୍ରକାଶ କରିଥିଲେ। ତେବେ ଅପ୍ରାପ୍ତ ବୟସ୍କ ପାଞ୍ଚ ଜଣଙ୍କୁ ଚାଇଲ୍ଡଲାଇନ ନିଜ ହେଫାଜତକୁ ନେଇଥିବା ଜଣାପଡିଛି । ଅନ୍ୟ ପ୍ରାପ୍ତ ବୟସ୍କଙ୍କୁ  ଜିଆରପି ପୋଲିସ ଅଟକ ରଖିଥିବା ବେଳେ ଦଲାଲ ଘଟଣା ସ୍ଥଳରୁ ଫେରାର  ହୋଇଯାଇଛି।
Leave A Reply

Your email address will not be published.