Odisha news

ଭାରତ ଇତିହାସରେ ପ୍ରଥମ ଘଟଣା : ସେବାୟତ ମାନେ ରଥଯାତ୍ରା ବେଳେ ପିନ୍ଧିବେ ସ୍ୱତନ୍ତ୍ର ମାସ୍କ

0

ଭୁବନେଶ୍ୱର: ଚଳିତ ବର୍ଷ ପ୍ରଥମ ଥର ରଥଯାତ୍ରାରେ ସେବାୟତମାନେ ମାସ୍କ ପିନ୍ଧିବେ। ବୟନିକା ପକ୍ଷରୁ ଶ୍ରୀମନ୍ଦିର ସେବାୟତମାନଙ୍କୁ ସ୍ୱତନ୍ତ୍ର ଡିଜାଇନରେ ପ୍ରସ୍ତୁତ ମାସ୍କ ଯୋଗାଇ ଦିଆଯିବ। ସେବାୟତମାନେ ମାସ୍କ ପିନ୍ଧି ମହାପ୍ରଭୁଙ୍କର ରଥଯାତ୍ରାରେ ନିୟୋଜିତ ହେବେ। ସ୍ୱତନ୍ତ୍ର ମାସ୍କଗୁଡ଼ିକ ବାନ୍ଧବସ୍ତ୍ରରେ ତିଆରି ହେବ।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କର ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନର ରଥରେ ଲଗାଯାଉଥିବା କପଡ଼ା ଆଧାରରେ ମାସ୍କଗୁଡ଼ିକ ତିଆରି ହେବ ବୋଲି ଜଣାଯାଇଛି। ମାସ୍କଗୁଡ଼ିକ ନାଲି-ହଳଦିଆ, କଳା-ନାଲି ଓ ସବୁଜ-ନାଲି ରଙ୍ଗର ହେବ।

ସୂଚନାଯୋଗ୍ୟ, ମାତ୍ର ୧୦ ଦିନ ପରେ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରା ପାଇଁ ଏବେ ରଥ ଖଳାରେ ରଥ ନିର୍ମାଣକୁ ତୀବ୍ର କରି ଦିଆଯାଇଛି। କୋଭିଡ୍‌-୧୯ ଗାଇଡ ଲାଇନ୍‌କୁ ଅନୁସରଣ କରି ରଥ ନିର୍ମାଣ କାମ ଆଗେଇ ଚାଲିଛି।

Nalco
Leave A Reply