Odisha news

କାହିଁକି ଜଗନ୍ନାଥ ଙ୍କ ଆକ୍ଷୀ ବଡ଼ ବଡ଼ ଓ ଗୋଲ, କଣ ରହିଛି ଏହା ପଛର  ପୌରାଣିକ କଥା

0
 ବିଷ୍ଣୁ  ଙ୍କ ର ଅବତାର ମଧ୍ୟରୁ ଗୋଟିଏ ହେଉଛନ୍ତି ପ୍ରଭୁ ଜଗନ୍ନାଥ l ଯିଏ କି ଏହି କଳିଯୁଗ ର ଆରାଧ୍ୟ ଦେବତା l ଯାହାଙ୍କ ଛାତ୍ରଛାୟା ତଳେ କୋଟି କୋଟି ବିଶ୍ୱ ବାସୀ ଆଶ୍ରିତ , ସନାତନ ଧର୍ମ ର ପିଣ୍ଡ ବା ପ୍ରାଣ କହିଲେ ପ୍ରଭୁ ଜଗନ୍ନାଥ ଙ୍କୁ ବୁଝାଇଥାଏ l ପ୍ରଭୁ ଜଗନ୍ନାଥ ଙ୍କ ସହିତ ଜଦିତ ଅନେକ କଥା ରହିଛି l ସେଥି ମଧ୍ୟରୁ ଗୋଟିଏ ହେଲା ପ୍ରଭୁ ଙ୍କ ଚକ୍ଷୁ ଯାହାକୁ ଆମେ ଚକାଡୋଳା ବୋଲି କହିଥାଉ , ତାହା ଏଭଳି ଗୋଲ ଗୋଲ ହୋଇ ବଡ଼ ବଡ଼ କାହିଁକି l
ଏହି କଥା ସେତେବେଳର ଯେତେବେଳେ ପ୍ରଭୁ କୃଷ୍ଣ ଅବତାରରେ ଦ୍ୱାରିକା ରେ ରହୁଥିଲେ l ଏକଦା ତାଙ୍କ ସହିତ ସାକ୍ଷାତ କରିବା ପାଇଁ ବୃନ୍ଦାବନ ରୁ ନନ୍ଦ ରାଜା , ମା ଯଶୋଦା ଓ ମା ରୋହିଣୀ ଆସିଥିଲର l ଦ୍ୱାରିକା ଓ ବୃନ୍ଦାବନ ମଧ୍ୟରେ ଏହା ଅନ୍ତର ଥିଲା ଯେ ଦ୍ୱାରିକାବାସୀ ଶ୍ରୀକୃଷ୍ଣ ଙ୍କୁ ନିଜର ରାଜା ଭାବୁଥିଲେ ଓ ବୃନ୍ଦାବନ ବାସୀ ପ୍ରଭୁ ଙ୍କୁ ନିଜର ସ୍ନେହ ଓ ଶ୍ରଦ୍ଧାର ପ୍ରତିକ କାହ୍ନୁ ବୋଲି ଭାବୁଥିଲେ l ଆଉ ଗୋପଙ୍ଗାନା ମାନେ ନିଜର ପ୍ରେମିକ ବୋଲି ଭାବୁଥିଲେ l
ଏକଦା ଦ୍ୱାରିକା ରେ ମାତା ରୋହିଣୀ ଦ୍ୱାରିକା ବାସୀ ଙ୍କୁ ଶ୍ରୀକୃଷ୍ଣ ଙ୍କ ଦ୍ୱାରା ବୃନ୍ଦାବନ ରେ କରାଯାଇ ଥିବା ରାସଲୀଳା , ପ୍ରେମ ପ୍ରସଙ୍ଗ ବିଷୟରେ କଥା ଶୁଣାଉଥିଲେ l ସୁଭଦ୍ରା ପ୍ରଭୁଙ୍କର ସାନ ଭଉଣୀ ଥିଲେ ତାଙ୍କ ସମ୍ମୁଖରେ ଏହିସବୁ ବୃତାନ୍ତ ଶୁଣାଇବା ସମ୍ଭବ ନଥିଲା , ତେଣୁ ମାତା ରୋହିଣୀ ତାଙ୍କୁ ଘରର ଦ୍ୱାର କୁ ବାହାର କରିଦେଇ ଥିଲେ l ଏହି ସମୟରେ ସମସ୍ତ ବୃନ୍ଦାବନ ବାସୀ ଓ ଦ୍ୱାରିକା ବାସୀ ପ୍ରଭୁଙ୍କ କଥା ଶୁଣିବାରେ ବୁଡି ରହିଥିଲେ l ଯେତେବେଳେ ପ୍ରଭୁ ଫେରିଥିଲେ ସେ ଦେଖିଥିଲେ ଯେ ତାଙ୍କ ଗେଲ୍ହା ଭଉଣୀ ଏକାକୀ ବାହାରେ ମୁହଁ ଶୁଖାଇ ଠିଆ ହୋଇଛି l ଏହା ଦେଖି ବଳରାମ ଓ କୃଷ୍ଣ ଉଭୟ ସୁଭଦ୍ରା ଙ୍କ ଦକ୍ଷିଣ ଓ ବାମ ପାର୍ଶ୍ୱରେ ଠିଆ ହୋଇ ଯାଇଥିଲେ l ଭଗବାନ ଶ୍ରୀକୃଷ୍ଣ ଙ୍କର ଲୀଳା ଏତେ ଆନନ୍ଦଦାୟକ ଥିଲା ଯେ ସମସ୍ତେ ସେଥିରେ ହଜି ଯାଇଥିଲେ l ସେହି ସମୟରେ ଘର ବାହାରେ ୩ଭାଇ ଭଉଣୀ ଏହିସବୁ କଥା ଶୁଣି ଏଭଳି ସ୍ତବ୍ଦ ହୋଇଗଲେ ଯେ ତାଙ୍କ ଚକ୍ଷୁ ୨ଟି ସେହିଭଳି ବଡ଼ବଡ଼ ହୋଇ ଆଶ୍ଚର୍ଯ୍ୟ ରେ ଖୋଲି ହୋଇ ରହି ଯାଇଥିଲା l
ସେହି ସମୟରେ ସ୍ୱୟଂ ନାରଦ ମୁନୀ ମଧ୍ୟ ପ୍ରଭୁ ଙ୍କ ଲୀଳା ବିଷୟରେ ଶୁଣିବା ପାଇଁ ପୃଥିବୀ ପୃଷ୍ଠକୁ ପଳାଇ ଆସିଥିଲେ l ସେ ପ୍ରଭୁଙ୍କର ଏଭଳି ମୁଖମଣ୍ଡଳ ଦେଖି ଆନନ୍ଦରେ ବିଭୋର ହୋଇଗଲେ l ଏହାପରେ ନାରଦ ମୁନୀ ଭଗବାନ ଙ୍କୁ ପ୍ରାର୍ଥନା କରିଥିଲେ ଯେ ତାଙ୍କର ଏହି ରୋଚକ ରୂପ ଦେଖିବାର ସୌଭାଗ୍ୟ ତାଙ୍କ ଭକ୍ତ ମାନଙ୍କୁ ମିଳୁ, ଏହା ଶୁଣି ପ୍ରଭୁ କହିଥିଲେ ନିଶ୍ଚିନ୍ତ ମିଳିବ l ଏହାପରେ କଳିଯୁଗ ରେ ପ୍ରଭୁ ଜଗନ୍ନାଥ ରୂପରେ ବିଦ୍ୟମାନ ହେବା ପରେ ତାଙ୍କ ଚକ୍ଷୁ ୨ଟି ଏଭଳି ବଡ଼ବଡ଼ ହୋଇ ଯାଇଛି l

Leave A Reply