ହିନ୍ଦୁ ଧର୍ମରେ ପ୍ରତ୍ୟେକ କ୍ଷେତ୍ରରେ କିଛିନା କିଛି ନୂଆ ନିୟମ ରହିଛି ଓ ଯାହାକୁ ପ୍ରତ୍ୟେକ ହିନ୍ଦୁ ପାଳନ କରି ଥାଆନ୍ତି l କୁହାଯାଏ ଯେ ମନ୍ଦିର ରେ ପ୍ରବେଶ କରିବା ପୂର୍ବରୁ କିଛିଟା କଥାକୁ ପ୍ରତ୍ୟେକ ହିନ୍ଦୁ ଗୁରୁତ୍ୱ ଦେଇ ଥାଆନ୍ତି l ଯାହାକି ଆମ ଜୀବନ ରେ ସମୃଦ୍ଧିର ଆଗମନ କରିଥାଏ l
ମନ୍ଦିରରେ ପ୍ରବେଶ କରିବା ସମୟରେ ଘଣ୍ଟା ବଜାଇବା, ଚପଲ ଖୋଲି ପ୍ରବେଶ କରିବା, ମୁଣ୍ଡରେ ଲୁଗା ଦେଇ ପୂଜା କରିବା, ଏଭଳି କିଛିଟା ନିୟମ ଆମ ହିନ୍ଦୁ ଧର୍ମରେ କେଉଁ କାଳରୁ ପ୍ରଚଳିତ ରହିଛି , ଯାହାକୁ ଆମେ ଆଜି ମଧ୍ୟ ପାଳନ କରି ଆସୁଛୁ l
ଏହି ସବୁ ନିୟମ ମଧ୍ୟରୁ ଗୋଟିଏ ହେଲା ମନ୍ଦିରର ସୀଢୀ କୁ ଛୁଇଁ ପ୍ରଣାମ କରିବା ଓ ତାପରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା l ବିଶେଷ ଭାବରେ ଏହା ଗୋଟିଏ ଏଭଳି ନିୟମ ଯାହା କୁ ଆମେ ନଜାଣି ମଧ୍ୟ ବର୍ଷବର୍ଷ ଧରି ପାଳନକରି ଆସୁଛୁ l କିନ୍ତୁ ଏହାର ମହତ୍ୱ ଶାସ୍ତ୍ରରେ ବହୁତ କିଛି ରହିଛି l
– ମାନ୍ୟତା ରହିଛି ଯେ ଯେତେବେଳେ ଆମେ କାହାକୁ ସମ୍ମାନ ଦେଇଥାଉ ସେତେବେଳେ ତା ସମ୍ମୁଖରେ ନଇଁପଡ଼ି ପ୍ରଣାମ କରିଥାଉ l ସେହିଭଳି ଈଶ୍ୱରଙ୍କ ସମୀପ କୁ ଯିବା ପାଇଁ ଆମେ ଏହି ସୀଢୀ ର ସାହାଯ୍ୟ ନେଇଥାଉ ତେଣୁ ତାର ଆଭାର ପ୍ରକଟ କରି ଆମେ ପ୍ରଣାମ କରିଥାଉ l
– ଶାସ୍ତ୍ରର ମାନ୍ୟତା ଅନୁସାରେ କୁହାଯାଇଛି ଯେ ମଣିଷ ମନ୍ଦିରର ସୀଢୀ କୁ ସ୍ପର୍ଶ କରି ପ୍ରଣାମ କରିବା ଦ୍ୱାରା ତାର ଅହଂକାର ର ବିନାଶ ହୋଇଥାଏ l କୁହାଯାଏ ଯେ ଯଦି ମଣିଷ ମନ୍ଦିରରେ ପ୍ରବେଶ କରିବା ସମୟରେ ତା ମନରେ କିଛିବି ଗର୍ବ ଅହଂକାର ରହିଥାଏ ତେବେ ତାର ପୂଜା ଫଳ ପ୍ରାପ୍ତି ହୋଇନଥାଏ l ମନ୍ଦିର ସୀଢୀ କୁ ଛୁଇଁବା ଦ୍ୱାରା ଅହଂକାର ର ବିନାଶ ହୋଇଥାଏ l
– କୁହାଯାଏ ଯେ ମନ୍ଦିରର ସୀଢୀ ଆମକୁ ଈଶ୍ୱରଙ୍କ ସହିତ ଯୋଡିବାର କାର୍ଯ୍ୟ କରିଥାଏ l ଆମ ମଧ୍ୟରେ ଆତ୍ମା ବିଶ୍ୱାସ ଭରିଥାଏ l ତେଣୁ ଆମେ ମନ୍ଦିର ସୀଢୀ ନିକଟରେ କୃତଜ୍ଞତା ଜଣାଇ ଭିତରକୁ ଯାଇଥାଉ l
– ମନ୍ଦିର ରେ ପ୍ରବେଶ ସମୟରେ ଯେତେବେଳେ ଆମେ ସୀଢୀ କୁ ନଇଁ ପଡି ପ୍ରଣାମ କରିଥାଉ ଏହା ଆମ ମଧ୍ୟରେ ଆତ୍ମସମର୍ପଣ ର ସଂକେତ ଭରିଥାଏ l କୁହାଯାଏ ଯେ ଏପରି କରିବା ଦ୍ୱାରା ଆମେ ନିଜର ଆତ୍ମା ଓ ଶରୀର କୁ ଈଶ୍ୱରଙ୍କୁ ସମର୍ପଣ କରିଥାଉ l
– ମାନ୍ୟତା ଅନୁସାରେ ହିନ୍ଦୁ ମନ୍ଦିରର ସୀଢୀ ରେ ମଧ୍ୟ ଦେବଦେବୀ ଙ୍କ ବାସ ହୋଇଥାଏ l ତେଣୁ ଈଶ୍ୱରଙ୍କ ନିକଟକୁ ଯିବା ପୂର୍ବରୁ ଏହାକୁ ଛୁଇଁବା ନିହାତି ଜରୁରୀ ଅଟେ l
– ମନ୍ଦିର ର ସୀଢୀ କୁ ଛୁଇଁବା ଦ୍ୱାରା ଜୀବନ ରେ ସକାରାତ୍ମକ ଭାବନା ଆସିଥାଏ, ଜୀବନ ସୁଖ ସମୃଧିରେ ଭରି ଯାଇଥାଏ , ଜୀବନ ରୁ ପାପର ବିନାଶ ହୋଇଥାଏ l